
ପଟ୍ଟାମୁଣ୍ଡାଇ ୧୭/୧୧କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ଆଲମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀ ବିଜ୍ଞାନ କକ୍ଷରେ ଆୟୋଜିତ ଆଲମୁନି ବୈଠକରେ ପୁରାତନ ଛାତ୍ର ଖବରଦାତା ସ୍ମୃତି ରଞ୍ଜନ ବେହେରା, ଶିକ୍ଷକନେତା ନିର୍ମଳ ଜେନା, ହେମନ୍ତ ନାୟକ, ଚିନ୍ମୟ ପାତ୍ର,ନିଗମ ବେହେରା, ଅମରେଶ ପରିଡା, ପ୍ରବୀର ସେଠୀ, ଆୟୁଷ୍ମାନ ରଥ ସତ୍ୟବ୍ରତ ସେଠୀ, ଛାତ୍ରୀ ସ୍ୱୀକୃତି ରାଉତ, ନିରୁପମା ବେହେରା , ପ୍ରିନ୍ସ ପ୍ରିୟା ଭୂୟାଁ, ମୋନାଲିସା ନାୟକ, ସୁକନ୍ୟା ପାତ୍ର, ରାଜଲଷ୍ମୀ ନାୟକ, ସୌଜନ୍ୟା ଦାସ ପ୍ରମୁଖ ବହୁ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଯୋଗ ଦେଇ କଲେଜ ଜୀବନର ସ୍ମୃତି ଚାରଣ କରିବା ସହିତ ଏହି ମହାନ ଶିକ୍ଷାନୁଷ୍ଠାନ ଓ ପ୍ରାଣୀ ବିଜ୍ଞାନ ବିଭାଗ ବିକାଶ ପାଇଁ ସମସ୍ତେ ଆଗାଇ ଆସିବାକୁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ସରୋଜିନୀ ମିଶ୍ର ସ୍ୱାଗତଭାଷଣ ଦେଇ ଆଲମୁନି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥି ଅଧ୍ୟାପକ ସୁଶାନ୍ତ ରାଉତ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ଓ ଶେଷରେ ଡେମନଷ୍ଟ୍ରେଟର ଗଣେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ ।











