ରାଜନୈତିିକ ବୟାନବାଜୀ ବନ୍ଦ କରନ୍ତୁ ଜିଲ୍ଲାପାଳ : ବିଜେଡି



କେନ୍ଦ୍ରାପଡ଼ା,୧୮ା୧୧: ଜିଲ୍ଲାପାଳ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ କରିବା ଉଚିତ। କାରଣ ଜିଲ୍ଲାର ବିକାଶ ଦିଗରେ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନର କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଜିଲ୍ଲାର ବିକାଶ ଦିଗରେ ମନୋନିବେଶ କରିବା ଅପେକ୍ଷା ରାଜନୈତିକ ବୟାନବାଜୀରେ ଲିପ୍ତ ରହିଛନ୍ତି। ତେଣୁ ସେ ଏହି ରାଜନୈତିକ ବୟାନବାଜି ବନ୍ଦ କରନ୍ତୁ ବୋଲି ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି। ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ ପ୍ରଦାନ କରିଥିବା ଏକ ପ୍ରେସ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରାପଡାଉ ଜିଲ୍ଲା ହେଉଛି ବହୁ ବିଶିଷ୍ଟ ରାଜନେତାଙ୍କ କର୍ମଭୂମି। ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ରାଜନୈତିକ କର୍ମସ୍ଥଳ ଥିଲା କେନ୍ଦ୍ରାପଡା। ଅନୁରୂପ ଭାବେ ଏହି ମାଟି ସୁରେନ୍ଦ୍ର ଦ୍ୱିବେଦୀ, ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟ, ପ୍ରହଲ୍ଲାଦ ମଲ୍ଲିକ, ଭାଗବତ ପ୍ରସାଦ ମହାନ୍ତି, ବେଦ ପ୍ରକାଶ ଅଗ୍ରୱାଲ,ନଳିନୀ ମହାନ୍ତି, ଶ୍ରୀକାନ୍ତ ଜେନା, ବିଜୟ ମହାପାତ୍ର, ଡା.ସରୋଜକାନ୍ତ କାନୁନଗୋ, ବିଧାୟକ ଗଣେଶ୍ୱର ବେହେରା, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଧ୍ରୁବ ଚରଣ ସାହୁ ପ୍ରମୁଖ ରାଜ୍ୟ ରାଜନୀତିରେ ଦବ୍‌ଦବା ରଖୁଥିବା ଅନେକ ରାଜନେତା ରାଜ୍ୟ ଓ ଜାତୀୟ ରାଜନୀତିରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରତିନିଧିତ୍ୱ କରି ରାଜ୍ୟ ଓ ଦେଶର ବିକାଶରେ ଭାଗିଦାରୀ ହୋଇଛନ୍ତି।

ଗତ ୨୪ବର୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନେକ ବିକାଶ ମୂଳକ କାର୍ଯ୍ୟ କେନ୍ଦ୍ରାପଡା ଜିଲ୍ଲାରେ ହୋଇଛି। ବିକାଶ ଏକ ନିରନ୍ତର ପ୍ରକ୍ରୀୟା। ପ୍ରତ୍ୟେକ ରାଜନୈତିକ ଦଳ ନିଜ ସାମର୍ଥ୍ୟ ଅନୁସାରେ କେନ୍ଦ୍ରାପଡାର ବିକାଶରେ ଯୋଗଦାନ ଦେଇଛନ୍ତି। ଜିଲ୍ଲାପାଳ ଜାଣିରଖିବା ଉଚିତ ଏବେ ଯେଉଁ ଗେରୁଆ ରଙ୍ଗର ସାଇନବୋର୍ଡ ସାରା କେନ୍ଦ୍ରାପଡା ଜିଲ୍ଲାରେ ଲଗାଉଛନ୍ତି ସେଥିରେ ଏବେକା ସରକାରଙ୍କର ସାମାନ୍ୟ ତମ ଭୂମିକା ନାହିଁ। ପୂର୍ବ ସରକାର ଅମଳରେ ହୋଇଥିବା ବିକାଶମୂଳକ କାମକୁ ରଙ୍ଗ ପରିବର୍ତ୍ତନକରି ଏବଂ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନକରି ବିକାଶକୁ ମାପୁଥିବା ସରକାରଙ୍କ ନିକଟତର ହେବା ପାଇଁ ଚେଷ୍ଟାକରି ଜିଲ୍ଲାପାଳ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ। ସେ ପ୍ରତ୍ୟେକ ରାଜନୈତିକ ଦଳ ଏବଂ ପ୍ରତ୍ୟେକ କେନ୍ଦ୍ରାପଡିଆ ନେତାଙ୍କର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଯାହା ଅଦୈା କ୍ଷମଣୀୟ ନୁହେଁ। ଏଥିପାଇଁ ସେ ଦୁଃଖ ପ୍ରକାଶ କରି କ୍ଷମା ପ୍ରାର୍ଥନା କରିବା ଉଚିତ। ବିଜୁ ଜନତା ଦଳ ଏହାର ଦୃଢ ନିନ୍ଦା କରିବା ସହିତ ପ୍ରତିବାଦ କରୁଛି ବୋଲି ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଦାସ କହିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading