
କେନ୍ଦ୍ରାପଡ଼ା,୧୮ା୧୧: ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ ) କେନ୍ଦ୍ରାପଡା ବ୍ଲକ ଆନୁକୂଲ୍ୟରେ ଗରାପୁରସ୍ଥିତ ଶିକ୍ଷକ ଭବନରେ ଏକ ସମ୍ବର୍ଦ୍ଧନା ବୈଠକ, ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ମାନଙ୍କର ସମସ୍ୟା ସମ୍ପର୍କିତ ଏକ ଆଲୋଚନାଚକ୍ର ବ୍ଲକ ସଭାପତି ଦାଶରଥି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ନୂତନ କନିଷ୍ଠ ଶିକ୍ଷକ ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓ ଜିଲ୍ଲା ପାରି ବଦଳି ହୋଇ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମୁଖ୍ୟ ଅତିଥି କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ, ସମ୍ମାନିତ ଅତିଥି ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ହିରଣ୍ୟ ବାରିକ, ଅବସର ପ୍ରାପ୍ତ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ କାଶୀନାଥ ରାଉତରାୟ, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ରାଉତ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସମ୍ପାଦକ ଶୈଳବାଳା ସାମଲ, ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡା ପ୍ରମୁଖ ଯୋଗଦେଇ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବ୍ଲକ ସମ୍ପାଦକ ଦେବେନ୍ଦ୍ର ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ନିଷ୍ଠାର ସହିତ କାର୍ଯ୍ୟ ସମ୍ପାଦନ କରିବାପାଇଁ ମଣ୍ଡଳ ଶିକ୍ଷାଧିକାରୀ ଓ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ନିମନ୍ତ୍ରିତ ସଂଘର ନେତୃତ୍ୱ ଏକତା ବଳରେ ବିଭିନ୍ନ ଦାବିଗୁଡିକ ସରକାରଙ୍କ ଠାରୁ ହାସଲ କରିବାର ବାର୍ତ୍ତର୍ା ଅଭିଭାଷଣରେ ପ୍ରକାଶ କରିଥିଲେ। ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡା ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ମାନଙ୍କର ଅନେକ ସମସ୍ୟା ଉତ୍ଥାପନ କରିଥିଲେ। କେନ୍ଦ୍ରୀୟ ହାରର ବେତନ ପ୍ରଦାନ, ଶିକ୍ଷକ ମାନଙ୍କର ବୀମା, ପଦୋନ୍ନତିରେ ଲୁଚକାଳି ଖେଳ, ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଅଭାବ, ସ୍ନାତକ ଶିକ୍ଷକ (କଳା ,ବିଜ୍ଞାନ) ପୂରଣ, ଯଥେଷ୍ଟ ପରିମାଣର ଶିକ୍ଷକ ନିଯୁକ୍ତି, ମଧ୍ୟାହ୍ନ ଭୋଜନକୁ ମହିଳା ମଣ୍ଡଳକୁ ହସ୍ତାନ୍ତର, ପୁରୁଣା ପେନସନ ପ୍ରଚଳନ, ପରିବାର ପେନସନର ସରଳୀକରଣ, ନିଜ ଜିଲ୍ଲାରେ ନିଯୁକ୍ତିର ସୁଯୋଗ, ଠିକା ନିଯୁକ୍ତି ପ୍ରଥା ବନ୍ଦ ଆଦି ଅନେକ ସମସ୍ୟା ସମ୍ପର୍କରେ କହିଥିଲେ। ସଂଗଠିତ ଶକ୍ତି ଆଗରେ ସରକାର ହାର ମାନେ ଓ ଦାବିଗୁଡିକ ପୂରଣ ହୁଏ। ଏଣୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂଘ ସହିତ ଶୃଙ୍ଖଳିତ ଭାବରେ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ। ଉକ୍ତ ଉତ୍ସବ ରେ କାର୍ଯ୍ୟକାରୀ ସଭାପତି କାକୁଲୀ ମଲ୍ଲିକ, ଉପ ସଭାପତି ମନୋରଞ୍ଜନ ମହାପାତ୍ର, ଦୀପକ ବେହେରା, ଅସଗର ଅଲ୍ଲୀ, ମହମ୍ମଦ ଫାୟାଜୁଦ୍ଦିନ, ଶିବନାରାୟଣ ମହାନ୍ତି, ରଶ୍ମିତା ରାଉତ, କୌଶଲ୍ୟା ନାୟକ, ପୁଷ୍ପିତା ମୁଦୁଲି, କିଶୋର ଚନ୍ଦ୍ର ଜେନା, ଅଚ୍ୟୁତାନନ୍ଦ ସାମଲ, ପ୍ରଜ୍ଞା ପ୍ରଗଳ୍ଭା ଚଇନି, ନିରୁପମା ପରିଡା, ଜିତେନ୍ଦ୍ର ତ୍ରିପାଠୀ, ବୈଲୋଚନ ସାମଲ, ପଦ୍ମଲୋଚନ ଭୂୟାଁ, ଗୟାସୁଦ୍ଦିନ, ପ୍ରଦୀପ ଶତପଥୀ, ଗଙ୍ଗାଧର ମହାପାତ୍ର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। କାକୁଲୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନୋରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।










