ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟ ଶ୍ରାଦ୍ଧ ଦିବସରେ ଅନନ୍ୟ ଅକ୍ଷୟ ଉତ୍ସବ



କେନ୍ଦ୍ରାପଡା,୧୮ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଓଡିଆ ସଂଗୀତ ଜଗତର ପ୍ରବାଦ ପୁରୁଷ ଚିରସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟ ୨୨ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଅନନ୍ୟ ଅକ୍ଷୟ ଉତ୍ସବ ସ୍ଥାନୀୟ ସିଦ୍ଧ ମହାପୁରୁଷ ମଠର ମନୋରମ ପ୍ରାକୃତିକ ପରିବେଶରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ପ୍ରକୃତି ପ୍ରେମୀ ଶିକ୍ଷାବିତ୍ ନୃସିଂହ ଚରଣ ତ୍ରିପାଠୀ ଏବଂ ସମ୍ମାନୀତ ଅତିଥି ଭାବରେ ପଣ୍ଡିତ ପଦ୍ମନାଭ ଦାଶ, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ୍‌, ସଂପାଦକ ମନ୍ମଥ ନାଥ ବରାଳ, ଡା ରତ୍ନାକର ମଲିକ, ବାଣୀ ବିନୋଦ ସାହିତ୍ୟ ସେବା ନିକେତନ ସଭାପତି ନିରଂଜନ ପରିଡା, ସେୟାର ସଂପାଦକ କିଶୋର ସ୍ୱାଇଁ ପ୍ରମୁଖ ଯୋଗଦେଇ ଅକ୍ଷୟଙ୍କ କାଳଜୟୀ ସୃଷ୍ଟି ସମ୍ଭାର ସମ୍ପର୍କରେ ଆଲୋଚନା କରିଥିଲେ । ଅକ୍ଷୟଙ୍କ ଅନ୍ୟତମ ପଟ୍ଟଶିଷ୍ୟ ବିମଳ ପରିଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ସହିତ ଅକ୍ଷୟଙ୍କୁ ଏକାଧାରାରେ ଜଣେ ସଫଳ କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ, ଗୀତିକାର, କବି, ଗବେଷକ, ଗାଳ୍ପିକ, ଓøପନ୍ୟାସିକ, ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ବାଦ୍ୟଯନ୍ତ୍ର ସଂଗୀତ ପରିଚାଳକ ଭାବରେ ବର୍ଣ୍ଣନା କରିଥିଲେ । ଅନନ୍ୟ ଅକ୍ଷୟ ସଂଗୀତ ପ୍ରତିଯୋଗୀତାରେ ବିଶ୍ୱକଲ୍ୟାଣୀ ପଣ୍ଡା, ସ୍ୱରାଜଲକ୍ଷ୍ମୀ ମଲିକ, ସାଗରିକା ତ୍ରିପାଠୀ ଏବଂ ଜଗଦୀଶ ତ୍ରପାଠୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର ଏବଂ ଚିତ୍ରଗୁରୁ ଅଜୟ ପଣ୍ଡାଙ୍କୁ ଅନନ୍ୟ ଅକ୍ଷୟ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରୁ ମହ୍ଲାର ଅର୍କେଷ୍ଟ୍ରା ଏବଂ ଭାବଗ୍ରାହୀ କଳା ନିକେତନ ତରଫରୁ ସୁଗମ ସଂଗୀତ କ୍ରମରେ ଅକ୍ଷୟ ସଂଗୀତ ପରିବେଷଣ କରାଯାଇଥିଲା । ବିମଳ ପରିଡା, ଉପେନ୍ଦ୍ର ପାଢୀ, ନିରୁପମା ଜେନା, ରଂଜନ ବରାଳ, ଅଜୟ ଜେନା, କୈଳାସ ପରିଡା, ରୂପାଲି ସୂତାର, ଅର୍ଚ୍ଚନା ପରିଡା, ରାଜଲକ୍ଷ୍ମୀ ପରିଡା ଅକ୍ଷୟ ସଂଗୀତ ଗାଇଥିଲେ । ସ୍ମୃତିରେଖା, ପ୍ରତୀକ୍ଷା, ନିବେଦିତା, କୁସୁମ ଏବଂ ରାଜଲକ୍ଷ୍ମୀ ଅକ୍ଷୟ ସଂଗୀତରେ ନୃତ୍ୟ ପ୍ରସ୍ତୁତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ଗଗନ ବିହାରୀ ଜେନା, ନାଟ୍ୟକାର ଭୀମସେନ ପ୍ରଧାନ, ଅଖିଳ ସ୍ୱାଇଁ, କୈଳାସ ପରିଡା, ବିଜୟ ଦାସ, କଣ୍ଠଶିଳ୍ପୀ ସୁରେନ୍ଦ୍ର ରାଉତ, କୃଷ୍ଣାନନ୍ଦ ମହାପାତ୍ର, ଇଂ ବିଶ୍ୱଜିତ୍ ପରିଡା, ସୁଶ୍ରୀ ସଂଗୀତା ଜେନା, ରେଡିଓ ଭାବଗ୍ରାହୀର ମୁଖ୍ୟ ଧୀରାମଣି ପରିଡା, କେଦାର ସ୍ୱାଇଁ, ଅଭୟ ଦାସ, କସ୍ତୁରୀ କଳା ନିକେତନ ସଂପାଦକ କୃପାସିନ୍ଧୁ ନାୟକ, ବିକାଶ ବାରିକ, ବସନ୍ତ ପରିଡା ପ୍ରମୁଖ ଅକ୍ଷୟଙ୍କ ସ୍ମୃତିଚାରଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିମଳ ପରିଡାଙ୍କ କଣ୍ଠରେ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ, ପୁଣ୍ୟର ନଦୀ ତୀରେ, ଉପେନ୍ଦ୍ର ଏବଂ ନିରୁପମାଙ୍କ କଣ୍ଠରେ ଚିଠି ଟିକି ଚଢେଇ ଓ ବାଟୋଇ ଭାଇ ଗୀତଗୁଡିକ ଦର୍ଶକମାନଙ୍କ ଦ୍ୱାରା ବିଶେଷ ଭାବରେ ଆଦୃତ ହୋଇଥିଲା । ପ୍ରାୟ ୩ ଘଣ୍ଟା ଧରି ଅକ୍ଷୟଙ୍କ ଅଭୁଲା ଅନନ୍ୟ ସଂଗୀତର ଯାଦୁକରୀ ସ୍ପର୍ଶରେ ବିମୋହିତ ହୋଇଥିଲେ । ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading