ଅଣ୍ଢରାରେ ମା’ଧ୍ୟାନଧ୍ୟାୟୀଙ୍କ ନୂଆ ଭଜନ ଲୋକାର୍ପିତ.



ପଟ୍ଟାମୁଣ୍ଡାଇ ୧୯/୧୧ -ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଂଚାୟତ ଅଣ୍ଢରା ଗ୍ରାମର ଆରାଧ୍ୟ ଗ୍ରାମ ଦେବତୀ ମା ଧ୍ୟାନଧ୍ୟାୟୀଙ୍କ ବହୁ ପ୍ରତିକ୍ଷୀତ ଭଜନ “ମା ଲୋ ମା ଧ୍ୟାନଧ୍ୟାୟୀ ” ରାହାସ ଉତ୍ସ୍ୱ ଅବସରରେ ଲୋକାର୍ପିତ ହୋଇଯାଇଛି । ସୁଶାନ୍ତ ବାରିକଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଭଜନ କ୍ୟାସେଟରେ ଅରୁଣ ମନ୍ତ୍ରୀ ରଚନା ଓ ବିଭୁ ପ୍ରସାଦ ତ୍ରିପାଠୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଲୋକପ୍ରିୟ କଣ୍ଠଶିଳ୍ପୀ ସୀମା ମହାପାତ୍ର କଣ୍ଠ ଦାନ କରି ଭଜନ ଗାଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବର୍ଷିଆନ ସମାଜ ସେବୀ ବସନ୍ତ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭଜନ କ୍ୟାସେଟକୁ ଲୋକାର୍ପଣ କରିଥିଲେ । ଏଇ ଅବସରରେ ଆୟୋଜିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ମା’ଙ୍କ ଆଜ୍ଞାମାଳ ଆଣି ବର୍ଷିଆନ ସମାଜସେବୀ ବସନ୍ତ ମଲ୍ଲିକ ଗାୟିକାଙ୍କୁ ପ୍ରଦାନ କରିବା ପରେ ଭଜନ ପୀଠରେ କଟକ ଶ୍ରୀମନ୍ଦିର ଭଜନ ମଣ୍ଡପ କଳାକାର ମାନେ ଭଜନ ପରିବେଷଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading