ଅଣ୍ଢରାରେ ମା’ଧ୍ୟାନଧ୍ୟାୟୀଙ୍କ ନୂଆ ଭଜନ ଲୋକାର୍ପିତ.



ପଟ୍ଟାମୁଣ୍ଡାଇ ୧୯/୧୧ -ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ପଂଚାୟତ ଅଣ୍ଢରା ଗ୍ରାମର ଆରାଧ୍ୟ ଗ୍ରାମ ଦେବତୀ ମା ଧ୍ୟାନଧ୍ୟାୟୀଙ୍କ ବହୁ ପ୍ରତିକ୍ଷୀତ ଭଜନ “ମା ଲୋ ମା ଧ୍ୟାନଧ୍ୟାୟୀ ” ରାହାସ ଉତ୍ସ୍ୱ ଅବସରରେ ଲୋକାର୍ପିତ ହୋଇଯାଇଛି । ସୁଶାନ୍ତ ବାରିକଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଭଜନ କ୍ୟାସେଟରେ ଅରୁଣ ମନ୍ତ୍ରୀ ରଚନା ଓ ବିଭୁ ପ୍ରସାଦ ତ୍ରିପାଠୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଲୋକପ୍ରିୟ କଣ୍ଠଶିଳ୍ପୀ ସୀମା ମହାପାତ୍ର କଣ୍ଠ ଦାନ କରି ଭଜନ ଗାଇଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବର୍ଷିଆନ ସମାଜ ସେବୀ ବସନ୍ତ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଭଜନ କ୍ୟାସେଟକୁ ଲୋକାର୍ପଣ କରିଥିଲେ । ଏଇ ଅବସରରେ ଆୟୋଜିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ମା’ଙ୍କ ଆଜ୍ଞାମାଳ ଆଣି ବର୍ଷିଆନ ସମାଜସେବୀ ବସନ୍ତ ମଲ୍ଲିକ ଗାୟିକାଙ୍କୁ ପ୍ରଦାନ କରିବା ପରେ ଭଜନ ପୀଠରେ କଟକ ଶ୍ରୀମନ୍ଦିର ଭଜନ ମଣ୍ଡପ କଳାକାର ମାନେ ଭଜନ ପରିବେଷଣ କରିଥିଲେ ।


Next Post

ଚିତ୍ରଶିଳ୍ପୀ ଅଜୟ ପଣ୍ଡାଙ୍କୁ “ଅନନ୍ୟ ଅକ୍ଷୟ ଚିତ୍ରକଳା ସମ୍ମାନ”

Wed Nov 20 , 2024
କେନ୍ଦ୍ରାପଡ଼ା,୨୦ା୧୧: ଗୌରବମୟ କଳା ସଂସ୍କୃତିର ପୂଜାରୀ ରୂପେ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ଆଜୀବନ କଳା ସାଧନ ପାଇଁ ଚିତ୍ର ଶିଳ୍ପୀ ଅଜୟ ପଣ୍ଡାଙ୍କୁ “ଅନନ୍ୟ ଅକ୍ଷୟ ଚିତ୍ରକଳା ସମ୍ମାନ”ରେ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୁଅସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ସଂଯୋଜନାରେ ସଙ୍ଗୀତ ଜଗତର ପ୍ରବାଦ ପୁରୁଷ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ୨୨ତମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ସିଦ୍ଧ ମହାପୁରୁଷ ମଠର […]

KANIKA