ନପଙ୍ଗରେ ବଳଦେବଜୀଉ ଉତ୍ସବ

ନପଙ୍ଗରେ ବଳଦେବଜୀଉ ଉତ୍ସବ


ପଟ୍ଟାମୁଣ୍ଡାଇ ୨୦/୧୧କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୁଳବସନ୍ତ ପଂଚାୟତ ନପଙ୍ଗ ଠାରେ ବଳଦେବଜୀଉ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ପ୍ରବଚକ ପଣ୍ଡିତ ହୃଷିକେଶ ରଥ ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦୁମ୍ନ ସାମନ୍ତରାୟ ମୁଖ୍ୟଅତିଥି,ଯୋଗଦେଇଥିଲେ। ଗାଳ୍ପିକ ଡ଼ ନୀଳମଣି ଲେଙ୍କା ମୁଖ୍ୟ ବକ୍ତା , ପଣ୍ଡିତ ତ୍ରିଲୋକ୍ୟ ପ୍ରସାଦ ମିଶ୍ର ସରପଂଚ ସନ୍ତୋଷ ସେଠୀ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅଧ୍ୟାପକ ଡ. ହିମାଂଶୁ ଭୂଷଣ ପରିଡା, ସମାଜ ସ୍ୱେୀ ଶ୍ରୀକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେୟାର ସମ୍ପାଦକ କିଶୋର ସ୍ୱାଇଁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ବିଶିଷ୍ଟ ସମାଜସେବୀ ଶ୍ରୀକାନ୍ତ ନାୟକ, ସମାଜବିଜ୍ଞାନୀ ଡ ହିମାଂଶୁ ଶେଖର ପରିଡା, ସଙ୍ଗୀତଜ୍ଞ ବିମଳ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ୧୦ଟି ମହିଳା ଏସ ଏସ ଜି ୮ ଶିଶୁ କଳାକାର ୫ଜଣ କୃଷକଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାରଥିଲା । ଭାବଗ୍ରାହୀ କଳା ନିକେତନ କଳାକାରମାନେ ବିଭିନ୍ନ ନାଚ ଗୀତ ପରିବେଷଣ କରିଥିଲେ । ଶେଷରେ ସେୟାର ସଭାପତି ବାବୁରାମ ନାୟକ ଧନ୍ୟବାଦ ଦେଇଥିଲେ।