ବାଲି ସୌରାତରେ ଚଢାଉ, ୧୨ ଗୋଟି ଟ୍ରାକ୍ଟରଠାରୁ ଜୋରିମାନା ଆଦାୟ



ଡେରାବିଶ ୨୦ । ୧୧ ବେବର୍ତା ଅଜୟ ଦାସ – ଡେରାବିଶ ବ୍ଲକ ଦାନପୁର ପଂଚାୟତ ଅନ୍ତର୍ଗତ ଲୁଣା ନଦୀର ଗହଗା ବାଲି ସୌରାତରେ ବୁଧବାର ମାଇନିଂ ବିଭାଗ ପକ୍ଷରୁ ଚଢାଉ କରାଯାଇଥିବା ବେଳେ ୧୨ଗୋଟି ଟ୍ରାକ୍ଟର ଜବତ କରାଯାଇ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ବାଲି ସୌରାତ ନିଲାମ ଧାରୀ ମାନେ ଲକ୍ଷ ଲକ୍ଷ ଟ୍ରିପ ବାଲି ନଦୀରୁ ଉତୋଳନ କରି ମାଲେମାଲ ହୋଇଥିବା ବେଳେ ନିଲାମ ବାବଦ ଅର୍ଥ ପୈଠ କରୁନଥିଲେ । ଏ ସଂପର୍କରେ ରାଜସ୍ୱ ବିଭାଗ ପକ୍ଷରୁ ବକେୟା ରଖିଥିବା ବାଲି ସୌରାତ ନିଲାମ ଧାରୀ ମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିଲେ । ଫଳ ସ୍ୱରୁପ ଉକ୍ତ ସୌରାତରୁ ବାଲି ଉତୋଳନ କରିବା ନିଷିଦ୍ଧ କରାଯାଇଥିଲା । ମାତ୍ର ଉକ୍ତ ସୂଚନାକୁ ମଧ୍ୟ ବାକି ରଖିଥିବା ନିଲାମ ଧାରୀ ମାନେ ନ ମାନି ବାଲି ଉତୋଳନ କରି ବିକ୍ରୟ କରିଆସୁଥିଲେ । ଏହି ଅବସରରେ ବୁଧବାର ପ୍ରତ୍ୟୁଷରେ ମାଇନିଂ ଅଧିକାରୀ ରଞ୍ଜିତ କୁମାର ବେହେରା କେନ୍ଦ୍ରାପଡା ପୋଲିସ ସହାୟତାରେ ଗହଗା ବାଲି ସୌରାତରେ ପହଁଚି ଚଢାଉ କରିଥିବା ବେଳେ ୧୨ ଗୋଟି ଟ୍ରାକ୍ଟରକୁ ଜବତ କରିଥିଲେ । ଜବତ ଟ୍ରାକ୍ଟର ଠାରୁ ଜୋରିମାନା ଆଦାୟ ସ୍ୱରୁପ ବାଲି ବୋଝେଇ ଟ୍ରାକ୍ଟର ନିକଟରୁ ୨୦ହଜାର ଓ ଖାଲି ଟ୍ରାକ୍ଟର ନିକଟରୁ ୧୫ହଜାର ଟଙ୍କା ଲେଖାଏ ଜୋରିମାନା କରିଥିବା ଜଣାଯାଇଛି । ଫଳରେ ବାଲି ମାଫିଆ ଓ ନିଷିଦ୍ଧ ସୌରାତରୁ ବାଲି ଉଠାଉଥିବା ଟ୍ରାକ୍ଟର ମାଲିକଙ୍କ ମଧ୍ୟରେ ହୁକୁଆ ଭୟସୃଷ୍ଟି ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading