କେନ୍ଦ୍ରାପଡ଼ା,୨୦ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ଷଷ୍ଠ ଦିନରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଲେ କୌଣସି ଜାତି ଆଗକୁ ଯାଇ ପାରେନା ତାହାର ଇତିହାସ ନ ଜାଣିଲେ । ଏହି ଅଞ୍ଚଳରେ ଅତୀତରେ ପାଟଶାଢୀ ବହୁତ ପ୍ରସିଦ୍ଧ ଥିଲା । ତାହା ବାଉଁଶ ନଳୀରେ ପୁରାଇ ବିଦେଶକୁ ରପ୍ତାନୀ ହେଉଥିଲା । ସେହି ଶାଢୀ ତିଆରି କରୁଥିବା କାରିଗରମାନଙ୍କ ମଧ୍ୟରୁ ବର୍ତ୍ତମାନ ୩ଜଣ ମାତ୍ର ବଞ୍ôଚଛନ୍ତି । ବିଶିଷ୍ଟ ଅତିଥି ପୂର୍ବତନ ବିଧାୟକା ସିପ୍ରା ମଲ୍ଲିକ କହିଲେ ଯେ କେନ୍ଦ୍ର ପଲ୍ଲୀରୁ କେନ୍ଦ୍ରାପଡା ହୋଇଛି, ଆମର ମାନବ ସମ୍ବଳ ଆମର ଗୌରବ । ମୁଖ୍ୟବକ୍ତା କଟକ କ୍ରାଷ୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରଫେସର ସୁରେନ୍ଦ୍ର ଆଚାର୍ଯ୍ୟ କହିଲେ କେନ୍ଦ୍ରାପଡାର କର୍ପୂର ଉଡିଯାଇଛି ସତ, କନା ପଡିରହିଛି, କନା ପୋଡି ପଛେ ପାଉଁଶ ହେଉ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ବୈକୁଣ୍ଠନାଥ ସାହୁ, ବରିଷ୍ଠ ଚିକିତ୍ସକ ଡା. ବିରେନ୍ଦ୍ର ଦାସ, ଚିକିତ୍ସକ ପରଭେଜ ଅଖତର, ପୂର୍ବତନ ପୌରପାଳ ଆକବର ଅଲ୍ଲୀ ଯୋଗ ଦେଇ ନୌବାଣିଜ୍ୟ ସ୍ମୃତିକୁ ଉଦ୍ଜୀବୀତ ଲାଗି ବାଲିଯାତ୍ରାର ସମାଜ, ସଭ୍ୟତା ଓ ସଂସ୍କୃତିକୁ ଛାଡି କେହି ବଞ୍ôଚପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ୨୧ଟି ନଦୀଭିତ୍ତିକ ବନ୍ଦର ଥିବା ବେଳେ ସେହି ସ୍ମୃତିକୁ ମନେ ପକାଇ ପ୍ରକାଶ ପାଇଛି କେନ୍ଦ୍ରାପଡା ବାଲିଯାତ୍ରାର ମୁଖପାତ୍ର ସ୍ମୃତିର ବୋଇତ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଯୋଗବେଦାନ୍ତ କଳା ନିକେତନର ଦୁଇଜଣ ଛାତ୍ରୀ ଅର୍ପିତା ଓ ଟ୍ୱିଙ୍କିଲ୍ଙ୍କ ଯୋଗ ଦର୍ଶକମାନଙ୍କୁ ବିଭୋର କରିଥିଲା । ଏହି ଅବସରରେ ବିଶିଷ୍ଟ କବି ବୈକୁଣ୍ଠନାଥ ସାହୁଙ୍କୁ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ରତ୍ନ ସମ୍ମାନ, ସତ୍ୟବ୍ରତ ସିଂହଙ୍କୁ ଜିଲ୍ଲା ସ୍ୱେଚ୍ଛାସେବୀ ସମ୍ମାନ, ବିଶିଷ୍ଟ ପ୍ରବଚକ ନିରଞ୍ଜନ ପାତ୍ରଙ୍କୁ ପ୍ରବଚକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭାବଗ୍ରାହୀ କଳା ନିକେତନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରି ସଭା ଆରମ୍ଭ କରାଯାଇଥିଲା । ବାଲିଯାତ୍ରା ମହୋତ୍ସବ ଉପସଭାପତି ଧିରେନ୍ଦ୍ର ଦାସ ଯୋଗ ଦେଇଥିବା ବେଳେ କମିଟିର ସଂପାଦକ ସଂଜୟ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କମିଟିର ସଦସ୍ୟ ଅଭିମନ୍ୟୁ ଗୋଚ୍ଛାୟତ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପତ୍ରିକା ସମ୍ପାଦକ ଶୁଭାଂଶୁ ଦାସ ଅତିଥି ପରିଚୟ ଦେଇଥିବା ବେଳେ ଶେଷରେ ସଦସ୍ୟ ଅଭିମନ୍ୟୁ ଗୋଚ୍ଛାୟତ ଧନ୍ୟବାଦ ଦେଇଥିଲେ । ଆଜିର ଏହି ବାଲିଯାତ୍ରା ମହୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ସମବାୟବିତ୍ ଫକିର ଖଟୁଆଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ରାଜୁ କୁବେର, ପୀତବାସ ବେହେରା, ରବୀନ୍ଦ୍ର ସାହୁ, ଟୁଟୁ ଗେରୁ, ଶ୍ରୀଧର ମହାନ୍ତି, ସହ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ସଂଗଠନ ସମ୍ପାଦକ ସତ୍ୟବ୍ରତ ସିଂହ, ମହେଶ ପାଢି, ମୃତ୍ୟୁଞ୍ଜୟ ସାହୁ, ମୃତ୍ୟୁଞ୍ଜୟ ମହାନ୍ତି, ସେକ୍ ଆଜା, ଦୀପକ ସାହୁ, ଇମ୍ରାଜ ଖାଁ, ଅବଦୁଲ ମୁସ୍ତାକ ଖାଁ, ଭାବନ ସାହୁ, ଦୁର୍ଯ୍ୟୋଧନ ଗେରୁ, କୈଳାସ ଗେରୁ, ମଦନମୋହନ ସାହୁ, ସରୋଜ ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଅକ୍ଷୟ ପ୍ରିୟ ଦାସ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Posted inଆସନ୍ତୁ ଭାବିବା
ବାଲିଯାତ୍ରା ମହୋତ୍ସବର ଷଷ୍ଠ ସନ୍ଧ୍ୟା, ଅତୀତ ଆମକୁ ଭବିଷ୍ୟ ପ୍ରେରଣାର ଉତ୍ସ-ଶ୍ରୀକାନ୍ତ ଜେନା
