କେନ୍ଦ୍ରାପଡ଼ା,୨୧ା୧୧: କେନ୍ଦ୍ରାପଡା ଜିଲ୍ଲାର ଆୟତପୁରସ୍ଥିତ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟର ପାଚେରୀ ୫-ଟି ଯୋଜନାରେ ପ୍ରାୟ ବର୍ଷକ ତଳେ ନିର୍ମାଣ କରାଯାଇଥିଲା। କିନ୍ତୁ ଏବେ ସେହି ପାଚେରୀ କାନ୍ଥ ଫାଟି ଦୁଇଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି। ଦୈନିକ ଶହ ଶହ ଛାତ୍ରଛାତ୍ରୀ ସେହି ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥାନ୍ତି। ପାଚେରୀ କାନ୍ଥର ଅବସ୍ଥା ଏପରି ହୋଇଛି ଯେ କେତେବେଳେ ଯେ ସେହି ପାଚେରୀ କାନ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଭୁଷୁଡି ନପଡିବ […]

କେନ୍ଦ୍ରାପଡ଼ା,୨୧ା୧୧ : ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ କେନ୍ଦ୍ରାପଡ଼ା ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ୧୬ଟି ବିଭାଗର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ, ପଞ୍ଚାୟତରାଜ ଓ ପାନୀୟଜଳ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ମଙ୍ଗଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ସମବାୟ, ସାମାଜିକ ସୁରକ୍ଷା, ଶକ୍ତି, ଶିଳ୍ପ, ସାଧାରଣ ଅଭିଯୋଗ […]

କେନ୍ଦ୍ରାପଡ଼ା,୨୧ା୧୧: ଗୁରୁବାର ସକାଳ ୧୦ଟାରେ ଏକ ହଜାରୁ ଉର୍ଦ୍ଧ୍ୱ ଆଶାକର୍ମୀଙ୍କର ଏକ ଶୋଭାଯାତ୍ରା ମାର୍ଶାଘାଇ ସି.ଏଚ.ସି.ର ପ୍ରାକ୍ତନ ସଂପାଦିକା ଭଗବତୀ ନାୟକ, ଜିଲ୍ଲା ଉପସଭାପତି ଭଜହରି ପ୍ରଧାନ,ଏଆଇଟିୟୁସି ନେତା ଅକ୍ଷୟ ମଲ୍ଲିକ, ଇନ୍ଦୁପୁର ସି.ଏଚ.ସିର ସମ୍ପାଦିକା ନନ୍ଦିନୀ ସ୍ୱାଇ,ଁ ପଟ୍ଟାମୁଣ୍ଡାଇ ସି.ଏଚ.ସିର ସଭାପତି ମନୋରମା ନାଥ, ରାଜନଗର ସି.ଏଚ.ସି ର ସଭାପତି କବିତା ରାଉତ, ପ୍ରାକ୍ତନ ସଭାପତି ଶାନ୍ତିଲତା ସାହୁ, ମହାକାଳପଡା ସି.ଏଚ.ସିର ସମ୍ପାଦିକା ରଶ୍ମୀରେଖା ପରିଡା, ଆଳି ସି.ଏଚ୍‌.ସି […]

କେନ୍ଦ୍ରାପଡା,୨୧ା୧୧: ଗହୀରମଥା କଇଁଛ ସୁରକ୍ଷା କମିଟି ଓ ସ୍ୱେଚ୍ଛାସେବୀ ସଂଗଠନ ‘ଆହ୍ୱାନ’ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ବାଲିଯାତ୍ରା ମଞ୍ଚରେ ସମାଜସେବୀ ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଶ୍ୱବ୍ୟାପୀ ପ୍ରକୃତି ଉପରେ ଚାଲିଥିବା ଅବିଚାରିତ ଅତ୍ୟାଚାର ଓ ତା’ର ପ୍ରତିବଦଳରେ ମଣିଷ ସମ୍ମୁଖୀନ ହେଉଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ […]

କେନ୍ଦ୍ରାପଡ଼ା,୨୧ା୧୧: ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କୁହୁଡିସ୍ଥିତ ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରବୀଣ ସଂସ୍କୃତ ଶିକ୍ଷକ ତଥା ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଭଗବାନ ସାହୁଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ସେବା ନିବୃତ୍ତିକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସିଦ୍ଧ ମହାପୁରୁଷ ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ଏବଂ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ମିଳିତ ସହଭାଗୀତାରେ ଆୟୋଜିତ […]

ପଟ୍ଟାମୁଣ୍ଡାଇ ୨୧/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଅଳଭା ଗ୍ରାମରେ ଗତକାଲି ରାତି ୮. ୪୫ମିନିଟ ସମୟରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର […]

ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦଳିତ ଜାତିସଂଘର ଦାବୀପତ୍ର   ପଟ୍ଟାମୁଣ୍ଡାଇ ୨୧/୧୧ -ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଜି. ମାଥିଭାଥନନ ଭା.ପ୍ର.ସେ ବୁଧବାର କେନ୍ଦ୍ରାପଡ଼ା ଜିଲା ଗ୍ରସ୍ତରେ ଆସି ଗୁରୁବାର ପଟ୍ଟାମୁଣ୍ଡାଇ ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବୁଲି ଦେଖିଛନ୍ତି। ସଚିବ ପ୍ରଥମେ ପେଣ୍ଠପାଳ ପଂଚାୟତ କୁଳସାହି ଆଶ୍ରମ ସ୍କୁଲରେ ପରିଦର୍ଶନ କରି ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରୀମାନଙ୍କ […]