ପଟ୍ଟାମୁଣ୍ଡାଇ ୨୨/୧୧ କଳ୍ପତରୁ ନାୟକ – ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବଳଭଦ୍ରପୁର ବାପୁଜୀ ବିଦ୍ୟାପୀଠ ଠାରେ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିଦ୍ଧେସରେ ଶୁକ୍ରବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ ବରିଷ୍ଠ ଆଇନଜିବୀ ଭବାନୀ ଶଙ୍କର ପଣ୍ଡା ପୌରହିତ୍ୟ କରି କହିଥିଲେ ଯେ, ବିଦ୍ୟା ଅଟଇ ମହାଧନ, ବାଳକେ କର […]

ପଟ୍ଟାମୁଣ୍ଡାଇ ୨୨/୧୧- କେରଳର କୋଝିକୋଡେ ଠାରେ ଗତ ନଭେମ୍ବର ୧୩ ତାରିଖରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମଣ୍ଡପଡା ସ୍କୁଲର ଛାତ୍ରୀଛାତ୍ର ଅଂଶ ଗ୍ରହଣ କରି ଅନନ୍ୟ ସଫଳତା ହାସଲ କରିବା ସହିତ ଜାତୀୟ ସ୍ତରରେ ବିରଳ ସଫଳତା ପାଇ ଅଂଚଳ ମାଟିକୁ ଗୌରବାନ୍ୱିତ କରିଛନ୍ତିି । କେରଳରେ ଅନୁଷ୍ଠିତ ଜାତୀୟ ସ୍ତରର କିକବକ୍ସିଂ ପ୍ରତିଯୋଗିତାରେ ଓଡିଶା ରାଜ୍ୟର ୬୩ଜଣ […]

କେନ୍ଦ୍ରାପଡ଼ା,୨୨ା୧୧: ଶ୍ରୀମତୀ ଦେବୀ ଓ ବାଞ୍ଛାନିଧି ଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁର ଆଦିବାସୀବସ୍ତିରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ସୁଦୂର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ନିଜ ଜନ୍ମଭୂମି କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାସଗୃହକୁ ଆସିଥିବା ବେଳେ ଏହି ବସ୍ତି ସମ୍ପର୍କରେ ଲୋକଙ୍କ ଠାରୁ ଶୁଣିବା ପରେ ସେଠାରେ ପହଞ୍ଚି ଗରୀବ ଆଦିବାସୀ ମହିଳା ଓ […]

କେନ୍ଦ୍ରାପଡ଼ା,୨୨ା୧୧: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଜଣେ ରାଜନେତା ଓ ଅନ୍ୟ ଜଣେ ସମାଜସେବୀଙ୍କ ମଧ୍ୟରେ ଶୁକ୍ରବାର ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ଉଭୟଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷା ପ୍ରୟୋଗ କରିବାକୁ ମଧ୍ୟ ପଛାଇ ନଥିଲେ। ସମାଜସେବୀ ଅଜୟ ରାଉତ ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ଟିକେଟ ପାଇବାକୁ ଆଶାୟୀ ଥିଲେ। ଡେରାବିଶ ବ୍ଲକର […]

କେନ୍ଦ୍ରାପଡ଼ା,୨୨ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଯୋଗଦାନ କରି କହିଲେ ଗୋମତୀ କେନ୍ଦ୍ରାପଡା ଗୋବରୀର ବିକାଶ ଆମର ପ୍ରଥମ ପ୍ରୟାସ ହେବ । ଏଥିସହିତ ଗୋବରୀକୁ ଆବର୍ଜନା ମୁକ୍ତ କରିବା ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଦାୟିତ୍ୱ ନେଲେ ଗୋବରୀର ପୁନରୁଦ୍ଧାର ହୋଇପାରିବ । ଆମ ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଥିବା ପ୍ରତିଶ୍ରୁତି […]