ଦୂର୍ଘଟଣାରେ ମୃତ ନିରାକାର ପରିବାରକୁ ସହାୟତା ଦେଲେ ଅଲ ଓଡିଶା ମେକାନିକ ମହାସଙ୍ଘ



କେନ୍ଦ୍ରାପଡ଼ା,୨୮ା୧୧: ଦୂର୍ଘଟଣାରେ ମୃତ ମେକାନିକ ନିରାକାର ପରିବାରକୁ ସହାୟତାର ହାତ ବଢାଇଛନ୍ତି ଅଲ ଓଡିଶା ମେକାନିକ ମହାସଙ୍ଘ। ଶୋକ ସନ୍ତପ୍ତ ନିରାକାର ପରିବାରକୁ ସମବେଦନା ଜଣାଇବା ସହିତ ଆର୍ôଥକ ସହାୟତା ପ୍ରଦାନ କରିଛି ‘ଅଲ ଓଡିଶା ମେକାନିକ ମହାସଂଘ’। ଗତ ୧୮ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅଧିନ ତିକନପୁର ଗ୍ରାମର ନିରାକାର ରାଉତରାୟ ପାରାଦୀପ ଦୋଛକି ନିକଟରେ ଥିବା ନିଜ ଗ୍ୟାରେଜରେ ଏକ ଟ୍ରକ ତଳେ ପଶି ମରାମତି କାର୍ଯ୍ୟ କରୁଥିବା ବେଳେ ସେହି ଟ୍ରକର ଚାଳକ ନିଶା ସେବନ କରି ବେପରୁଆ ଭାବେ ଟ୍ରକ ଟିକୁ ଷ୍ଟାର୍ଟ କରି ଆଗକୁ ନେଇଯାଇଥିଲେ। ଫଳରେ ନିରାକାର ଉପରେ ଟ୍ରକଟି ଚଢି ଯାଇଥିଲା। ଆଉ ନିଜ ଜୀବନ ବଞ୍ଚାଇବାକୁ ନିରାକାର ଯେତେ ଚିତ୍କାର କରିଥିଲେ ବି ଟ୍ରକ ଚାଳକ ଶୁଣି ପାରିନଥିଲେ। ଘଟଣା ସ୍ଥଳରେ ନିରାକାରଙ୍କ ମୃତ୍ୟୁ ହୋଇଯାଇଥିଲା। ନିରାକାରଙ୍କ ମୃତ୍ୟକୁ ଏଗାର ଦିନ ବିତିଯାଇଥିଲେ ମଧ୍ୟ ଆଜିବି ନିରାକାରଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ମାତ୍ର ୪୦ ବର୍ଷ ବୟସର ଯବାନ ପୁଅକୁ ହରାଇବା ଘଟଣାକୁ ଏତେ ସହଜରେ ଗ୍ରହଣ କରିପାରି ନାହାନ୍ତି ନିରାକାରଙ୍କ ବାପା ଓ ମା’। ନିରାକାରଙ୍କ ଏକାଦଶାହ ଅବସରରେ ତାଙ୍କ ମେକାନିକ ସାଙ୍ଗ ସାଥି ତଥା ‘ଅଲ ଓଡିଶା ମେକାନିକ ମହାସଂଘ’ର ସମସ୍ତ ମେକାନିକ ଭାଇମାନେ ନିରାକାରଙ୍କ ଶୋକସନ୍ତପ୍ତ ପରିବାର ପାଖରେ ପହଁଚି ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ଆର୍ôଥକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ସବୁଠୁ ବଡ଼ କଥା ହେଲା ସେମାନେ ସବୁ ସମୟରେ ନିରାକାରଙ୍କ ପରିବାର ପାଖରେ ଅଛନ୍ତି ବୋଲି କହିଛନ୍ତି ଆଉ ଯେତେବେଳେ ଯାହା ଆବଶ୍ୟକ ପଡିବ ‘ଅଲ ଓଡିଶା ମେକାନିକ ମହାସଂଘ’ ସେସବୁ କରିବ ବୋଲି ସେମାନେ କହିଛନ୍ତି। ଏଥିରେ ଓଡିଶା ମେକାନିକ ମହାସଂଘର ରାଜ୍ୟ ସଭାପତି ଗଜେନ୍ଦ୍ର ଖେତୀ, ଉପଦେଷ୍ଟା ଆଦିତ୍ୟ କୁମାର ଦାସ, ପାରାଦ୍ୱୀପ ମେକାନିକ ସଙ୍ଘ ସଭାପତି ସୁରେନ୍ଦ୍ର ମହାନ୍ତି, ଅକ୍ଷୟ କୁମାର ସାହୁ, ଶ୍ରୀଧର ଲେଙ୍କା, ଭୂପତି ସଏ, ଜ୍ଞାନ ରଞ୍ଜନ ଓଝା, ବୌଦ୍ଧ ଜିଲ୍ଲାରୁ ପ୍ରମୋଦ ସେଠୀ, ରାଉରକେଲାରୁ ବିନୟ ରଣା, ଦେବଗଡ଼ରୁ ନରେଶ ବେହେରା, ଅନୁଗୁଳରୁ କବି ପ୍ରଧାନ, ଯାଜପୁରରୁ ନଗେନ ରାଉତ, ଚଣ୍ଡିଖୋଲରୁ ଭରତ ଚନ୍ଦ୍ର ମଳିକ, ସତ୍ୟ ନାରାୟଣ ସାହୁ, ଦିବାକର ମୁଣ୍ଡା ପ୍ରମୁଖ ଶତାଧିକ ଗ୍ୟାରେଜ ମାଲିକ ଓ ଗ୍ୟାରେଜ ମେକାନିକ ସ୍ୱର୍ଗତ ନିରାକାର ରାଉତରାୟଙ୍କ ଘରେ ପହଁଞ୍ଚି ସମବେଦନା ଜଣାଇବା ସହ ଆର୍ôଥକ ସହଯୋଗ କରିଛନ୍ତି।


Next Post

ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ନେଇ କେନ୍ଦ୍ରାପଡା ଏସଡିପିଓଙ୍କୁ ଅଭିଯୋଗ

Thu Nov 28 , 2024
କେନ୍ଦ୍ରାପଡ଼ା,୨୮ା୧୧: ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ନେଇ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଗୋଗୁଆ ଗ୍ରାମର ପ୍ରଶାନ୍ତ ମହାନ୍ତି କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୧୦ତାରିଖ ଅପରାହ୍ନ ୨ଟାରେ ପୂର୍ବ ବିବାଦକୁ ନେଇ ସେହି ଗ୍ରାମର କେତେକ ଅସାମାଜିକ […]

KANIKA