କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ଜିଲ୍ଲାରେ ଥିବା ନଦୀବନ୍ଧ ଗୁଡିକର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅଧିବାସୀମାନଙ୍କୁ ସେହି ନଦୀରେ ଥିବା ବାଲିକୁ ବିନା ମୂଲ୍ୟରେ ନେବାକୁ ଜିଲ୍ଲାପାଳ ଅନୁମତି ଦିଅନ୍ତୁ ବୋଲି ମାଟି-ବାଲି-ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଆବାହକ ବିଧୁଭୂଷଣ ମହାପାତ୍ର ଦାବି କରିଛନ୍ତି । ଏ ନେଇ ମଞ୍ଚର ଆବାହକ ଶ୍ରୀ ମହାପାତ୍ର ଜିଲ୍ଲାପାଳ ସ୍ମୃତିରଞ୍ଜନ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେ ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି ଯେ […]

କେନ୍ଦ୍ରାପଡ଼ା, ୨୯ା୧୧: ନାହିଁନାହିଁର ଜିଲ୍ଲା କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ତରରେ ଦାବି ହେଇ ଆସୁଛି। ଏହାକୁ ଏକ ସାମଗ୍ରିକ ରୂପ ଦେଇ ୨୦୧୬ମସିହାରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଜନ୍ମଗ୍ରହଣ କଲା। ଏହି ସଙ୍ଗଠନରେ ବିଭିନ୍ନ ରାଜନୈତିକ ଦଳ ସମେତ ବିଭିନ୍ନ ବର୍ଗର ଜନଗଣ ସାମିଲ ହେଇ ଲଗାତାର ଆନ୍ଦୋଳନ କରି […]

କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପ୍ରାଥମିକ କୃଷି ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବାରୋ ପଂଚାୟତର ପୂର୍ବତନ ସରପଂଚ ଭାଗିରଥୀ ଜେନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ବାରୋ ସେବା ସମବାୟ ସମିତିରେ ସମ୍ପାଦକ ଭାବରେ ଥିବା ଶ୍ରୀହର୍ଷ ମହାନ୍ତି ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହି କୋଟି କୋଟି ଟଙ୍କା ହଡପ କରିବା ସହିତ ଅଗଣତାନ୍ତ୍ରିକ […]