
କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନାକ୍ ମାନ୍ୟତାର ନବୀକରଣ ପାଇଁ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ୍ଙ୍କ ସଭାପତିତ୍ୱରେ ଆଇ.କ୍ୟୁ.ଏ.ସି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିବର୍ଷର କାର୍ଯ୍ୟାବଳୀକୁ ନେଇ ବାର୍ଷିକ ତଥ୍ୟ ସହ ଏହି ନାକ୍ କମିଟିର ପରିଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେବା ସହ ଏହି ଅନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, ପୂର୍ବତନ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ପ୍ରାକ୍ତନ ଅଧ୍ୟକ୍ଷ ବିନ୍ଦୁମିତ୍ର ବଳ, ଅଧ୍ୟାପକ ପ୍ରଭାକର ମଲ୍ଲିକ, ଡଃ ଦୀପ୍ତି ରାୟ, ଡଃ ଦେବକାନ୍ତ ଷଡଙ୍ଗୀ, ଅଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ଉପସ୍ଥିତ ଥିଲେ । ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ହେବାକୁ ଥିବା କାର୍ଯ୍ୟାବଳୀ ନିର୍ଦ୍ଧାରଣ କରାଯାଇଥିଲା । ଏହି ଆଭ୍ୟନ୍ତରୀଣ ଗୁଣବତ୍ତା କମିଟିର ସଂଯୋଜକ ପ୍ରାଧ୍ୟାପକ ଡଃ ଜ୍ଞାନୀନ୍ଦ୍ର ଦାଶ ଏହି ବୈଠକରେ ବିଗତ ଦିନର କାର୍ଯ୍ୟାବଳୀ ସହ ଆଗାମୀ ପରିକଳ୍ପନାର ତଥ୍ୟ ଉପସ୍ଥାପନ କରିଥିଲେ ।











