କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନାକ୍ ମାନ୍ୟତାର ନବୀକରଣ ପାଇଁ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ୍ଙ୍କ ସଭାପତିତ୍ୱରେ ଆଇ.କ୍ୟୁ.ଏ.ସି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିବର୍ଷର କାର୍ଯ୍ୟାବଳୀକୁ ନେଇ ବାର୍ଷିକ ତଥ୍ୟ ସହ ଏହି ନାକ୍ କମିଟିର ପରିଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦେବା ସହ ଏହି ଅନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, ପୂର୍ବତନ ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ପ୍ରାକ୍ତନ ଅଧ୍ୟକ୍ଷ ବିନ୍ଦୁମିତ୍ର ବଳ, ଅଧ୍ୟାପକ ପ୍ରଭାକର ମଲ୍ଲିକ, ଡଃ ଦୀପ୍ତି ରାୟ, ଡଃ ଦେବକାନ୍ତ ଷଡଙ୍ଗୀ, ଅଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ଉପସ୍ଥିତ ଥିଲେ । ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ହେବାକୁ ଥିବା କାର୍ଯ୍ୟାବଳୀ ନିର୍ଦ୍ଧାରଣ କରାଯାଇଥିଲା । ଏହି ଆଭ୍ୟନ୍ତରୀଣ ଗୁଣବତ୍ତା କମିଟିର ସଂଯୋଜକ ପ୍ରାଧ୍ୟାପକ ଡଃ ଜ୍ଞାନୀନ୍ଦ୍ର ଦାଶ ଏହି ବୈଠକରେ ବିଗତ ଦିନର କାର୍ଯ୍ୟାବଳୀ ସହ ଆଗାମୀ ପରିକଳ୍ପନାର ତଥ୍ୟ ଉପସ୍ଥାପନ କରିଥିଲେ ।
kanikanews.in
Next Post
କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ମାସିକ ବୈଠକ
Sun Dec 1 , 2024
କେନ୍ଦ୍ରାପଡ଼ା,୩୦ା୧୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ରାମ ମନ୍ଦିର ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନିମ୍ନଲିଖିତ ପ୍ରସ୍ତାବ ଗୁଡିକ ଆଗତ କରଯାଇ ସର୍ବସମ୍ମତିକ୍ରମେ ଗୃହୀତ ହେଲା । ସେହି ପ୍ରସ୍ତାବଗୁଡିକ ହେଉଛି ସଂଘରେ ଥିବା ସମସ୍ତ ବରିଷ୍ଠ ନାଗରିକଙ୍କର ସରକାରୀ ପରିଚୟ ପତ୍ର ପ୍ରଦାନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆବେଦନ […]

You May Like
- 10 months ago
ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର
- 2 years ago
ବିଶ୍ୱ ବ୍ରେଲି ଦିବସ ପାଳନ