ନଦୀରେ ବୁଡି ୩ ବର୍ଷର ଶିଶୁ ପୁତ୍ର ମୃତ



ପଟ୍ଟାମୁଣ୍ଡାଇ ୧/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି କୂଳସାହ ଗାଁରେ ଏକ ଅଘଟଣ ଘଟିଛି। ନଦୀରେ ବୁଡି ୩ ବର୍ଷର ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଛି। ସେ ହେଲେ ସନ୍ତୋଷ ଆରୁଖଙ୍କ ୩ ବର୍ଷର ପୁଅ କିଷ୍ଣା ଆରୁଖ ବୋଲି ଜଣାପଡିଛି ।ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ ଅସାବଧାନତା ବଶତଃ ଏହି ଅଘଟଣ ଘଟିଛି  ବୋଲି ଗ୍ରାମବାସୀ କହିଛନ୍ତି ।
ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ଥାନା ପେଣ୍ଠପାଳ ପଂଚାୟତ କୂଳସାହି ଗ୍ରାମର ସନ୍ତୋଷ ଆରୁଖଙ୍କ ପୁଅ କିଷ୍ଣା ରବିବାର ମଧ୍ୟହ୍ନ ସାଢେ ୨ରେ ସାଙ୍ଗ ପିଲାମାନଙ୍କ ସହିତ ଭୋଜି ଖାଇବାକୁ ଯାଇଥିଲେ । ସେଠାରୁ ଭୋଜି ଖାଇ ପିଲାମାନଙ୍କ ସହିତ ଫେରି କୁଳସହି ବ୍ରାହ୍ମଣୀ ନଦୀ ତୁଠ ପାଖରେ  ଖେଳୁଥିବା ବେଳେ ଅସାବଧାନତା କାରଣରୁ ନଦୀକୁ ଖସିପଡିଥିଲେ । ଏହାଦେଖି ସାଙ୍ଗ ମାନେ ଦୌଡି ଯାଜ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ନଦୀ ତୁଠ ପାଖରେ ପହଁଞ୍ଚି କିଷ୍ଣାକୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପଟ୍ଟାମୁଣ୍ଡାଇ ଥାନାକୁ  ଜଣାଥିଲେ। ପୋଲିସ ପହଂଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ନଂ୨୫/୧/୧୨/୨୦୨୪ ରୁଜୁକରି ତଦନ୍ତ ଚଳାଇଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।


Discover more from

Subscribe now to keep reading and get access to the full archive.

Continue reading