ରାଷ୍ଟ୍ରବାଦୀ କବିତା ମହୋତ୍ସବ ଅନୁଷ୍ଠିତ କବି ସେନାପତି ପ୍ରଦ୍ୟୁମ୍ନ କେଶରୀ ପାଇଲେ ଜୟରାଷ୍ଟ୍ର କବିତା ସମ୍ମାନ



କେନ୍ଦ୍ରାପଡା,୧ା୧୨: ସାମାଜିକ ସଂଗଠନ “ଜୟରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋତ୍ସବ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପ୍ରାବନ୍ଧିକ ଦାସ ବେନହୁର ଉତ୍ସବକୁ ଉଦଘାଟନ କରି ରାଷ୍ଟ୍ର ଓ ବ୍ୟକ୍ତିର ସମ୍ପର୍କକୁ ବାଖ୍ୟା କରିଥିଲେ । ରାଷ୍ଟ୍ର ଏକ ସାମଗ୍ରିକ ସତ୍ତା । ବୈଦିକ କାଳରୁ ରାଷ୍ଟ୍ର ଅଛି, ରାଷ୍ଟ୍ର ସହିତ ଆମେ ଅଛୁ ବୋଲି ମତ ଦେବା ସହ ସାହିତ୍ୟିକ ମାଟି, ମା’ ଓ ଦେଶ ମନସ୍କ ହୋଇ ସାହିତ୍ୟ ରଚନା କରିବା ଉଚିତ୍ ବୋଲି ମତ ଦେଇଥିଲେ । ଉକ୍ତ ଉତ୍ସବରେ ବିଶିଷ୍ଟ କବି ସୁରେଶ ନାୟକ ବକ୍ତା ଭାବେ ଯୋଗଦେଇ ଯୁବପିଢ଼ି ସତ୍ୟନିଷ୍ଠ ଭାବନା ଓ ଶୃଙ୍ଖଳିତ ଆଚରଣ ପୂର୍ବକ ଦେଶ ହିତରେ କାର୍ଯ୍ୟ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ବିଶିଷ୍ଟ କବି ଡକ୍ଟର ସେନାପତି ପ୍ରଦୁସ୍ୟମ୍ନ କେଶରୀଙ୍କୁ “ଜୟ ରାଷ୍ଟ୍ର କବିତା ସମ୍ମାନ’ ପ୍ରଦାନ କରାଯାଇଥିଲା । ସମ୍ମାନ ସ୍ୱରୂପ ଟ୍ରଫି, ଅଙ୍ଗବସ୍ତ୍ର ଓ ୫ ହଜାର ଟଙ୍କା ନଗଦ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ୧୩ ଜଣ ରାଷ୍ଟ୍ରବାଦୀ କବି ସ୍ୱରଚିତ କବିତା ପାଠ କରିଥିଲେ । କବିମାନଙ୍କୁ “ମମତା ସିହ୍ନା ସ୍ମାରକୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଯୁବ ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ବିରେନ୍ଦ୍ର ଦାସ, ଆଶିଷ ଦାସ, ମାନସ ତ୍ରିପାଠୀ, ଅମିତ୍ ଭଦ୍ର, ସୁଶାନ୍ତ ନାୟକ, ରଶ୍ମିରଞ୍ଜନ ସ୍ୱାଇଁ, ମଳୟ ସାହୁ, ଜ୍ଞାନରଞ୍ଜନ ଦାସ, ରିନାରାଣୀ ଦାସ, ଦେବ ପ୍ରସନ୍ନ ସ୍ୱାଇଁ, ନମିତା ଜେନା, ବିକାଶ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ଦ୍ୱିବେଦୀ ଓ ସମାଜସେବୀ ରୀତା ରାୟ କବିତା ପାଠୋତ୍ସବ ସଂଯୋଜନା କରିଥିଲେ । ଡାକ୍ତର ରମାନାଥ ମହାନ୍ତି, ସଚିନନ୍ଦନ ଦାସ, ଡାକ୍ତର ବିରେନ୍ଦ୍ର ଦାସ, ଅକ୍ଷୟ କୁମାର ପାଣି, ଡକ୍ଟର ସର୍ବେଶ୍ୱର ସେଣ ନିମନ୍ତ୍ରିତ କବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିରଜା ରାଉତରାୟଙ୍କ ପୁସ୍ତକ ‘ନୂଆ ଜହ୍ୱ ଉଇଁଛି’ ଉନ୍ମୋଚିତ ହୋଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ ପଙ୍କଜ ସିହ୍ନା ଧନ୍ୟବାଦ ଜ୍ଞାପନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading