ସରସ୍ୱତୀ ଶିଶୁ ମନ୍ଦିରରେ କ୍ରୀଡା ଉତ୍ସବ



କେନ୍ଦ୍ରାପଡା,୫ା୧୨: ସହରସ୍ଥ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଶିଶୁବାଟିକା ବିଭାଗର ବାର୍ଷିକ କ୍ରୀଡା ତିନିଦିନଧରି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀର ୧୨୮ଜଣ ଶିଶୁ ଭାଗ ନେଇଥିଲେ । ଚଳିତ ମାସ ୨ତାରିଖକୁ ସୋମବାର ଦିନ ଉଦ୍‌ଘାଟନ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ହିମାଂଶୁ ଶେଖର ଦାଶଙ୍କ କରକମଳରେ କ୍ରୀଡା ଆରମ୍ଭ ହୋଇଥିଲା । ତାଙ୍କର ମନ୍ତବ୍ୟ ଥିଲା ଶରୀର ସୁସ୍ଥ ରହିବା ପାଇଁ ଖେଳ ଅପରିହାର୍ଯ୍ୟ । ଉଦ୍‌ଯାପନ ଉତ୍ସବରେ ବିଦ୍ୟାଳୟର ସଭାପତି ଗିରିଶ ଚନ୍ଦ୍ର କର ଓ ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ରାଉତଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଶୃଙ୍ଖଳିତ ସମାଜ ଗଠନରେ କ୍ରୀଡା ଶିଶୁମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସଭାପତି ଅଭିଭାଷଣରେ ପ୍ରକାଶ କରିଥିଲେ । ଶିଶୁବାଟିକା ଶ୍ରେଣୀର କ୍ଷଣ ଗୁରୁମା, ସରୋଜିନୀ ଗୁରୁମା, ନିହାରିକା ଗୁରୁମା, ତେଜସ୍ମିତା ଗୁରୁମା ଓ ମଞ୍ଜୁ ଗୁରୁମା ଖେଳ ପରିଚାଳନା କରିଥିଲେ ।


Next Post

ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା

Thu Dec 5 , 2024
କେନ୍ଦ୍ରାପଡ଼ା, ୫ା୧୨: ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରୁ ବ୍ରହ୍ମଚାରୀ ବିଶ୍ୱଚୈତନ୍ୟ ମହାରାଜ୍‌ଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏକ ବିଶାଳ ସମାବେଶ ଏବଂ ରାଲି ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ କନ୍ତିଆ ମଠାଧୀସ ସିଦ୍ଧାର୍ଥ ଶଙ୍କର ଦାସ ମହାରାଜ, ଇସକନ୍ ମଠର ମଠାଧୀସ ବାବାଜୀ ହରେକୃଷ୍ଣ […]

KANIKA