ବିଶ୍ବ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ୫/୧୨ଅନ୍ତର୍ନିବେଶୀ ଶିକ୍ଷା କେନ୍ଦ୍ରର ଆୟୋଜିତ ବିଶ୍ବ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ କଷଣଅଣ୍ଟା ହାଇସ୍କୁଲ ଠାରେ ମହାସମାରୋହ ରେ ପାଳିତ ହୋଇଯାଇଅଛି। ପଟ୍ଟାମୁଣ୍ଡାଇ ପୈାରାଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସି ଆର ସି ସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କବି ସଚ୍ଚିତ୍ର କୁମାର ବେହୁରା ମୁଖ୍ୟବକ୍ତା ଓ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ କଥାକାର ପ୍ରଦୀପ ନାୟକ, ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ,ଏ ବି ଇ ଓ ସୁନିତୀ ଦାଶ ଓ ପ୍ରେମବାଳା ମହାପାତ୍ର, ଶିକ୍ଷାବିତ ସୁରେଶ ଜେନା ଅଶୋକ ପରିଡା, ରଞ୍ଜିତ ନାୟକ,‌ ଜୁଲାଦିନ୍ ସେଠୀ, ବ୍ରଜକିଶୋର ଦାଶ ଯୋଗ ଦେଇ ଭିନ୍ନକ୍ଷମ ଦିବସର ତାତ୍ପର୍ଯ୍ୟ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରୀ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ । ସି ଆର ସି ସି ରଞ୍ଜନ କୁମାର ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଆୟୋଜିତ ସଚେତନତା ରାଲିରେ ସମଗ୍ର ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଭାଗନେଇ ସଙ୍ଗୀତ, ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ଚିତ୍ରାଙ୍କନ, କୌତୁକ ଚେୟାର,ସଙ୍ଗୀତ,ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।‌ ଶେଷରେ ପ୍ରଦୀପ କୁମାର ତରାଇ ଧନ୍ୟବାଦ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading