
ପଟ୍ଟାମୁଣ୍ଡାଇ ୫/୧୨ଅନ୍ତର୍ନିବେଶୀ ଶିକ୍ଷା କେନ୍ଦ୍ରର ଆୟୋଜିତ ବିଶ୍ବ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ କଷଣଅଣ୍ଟା ହାଇସ୍କୁଲ ଠାରେ ମହାସମାରୋହ ରେ ପାଳିତ ହୋଇଯାଇଅଛି। ପଟ୍ଟାମୁଣ୍ଡାଇ ପୈାରାଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସି ଆର ସି ସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କବି ସଚ୍ଚିତ୍ର କୁମାର ବେହୁରା ମୁଖ୍ୟବକ୍ତା ଓ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ କଥାକାର ପ୍ରଦୀପ ନାୟକ, ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ,ଏ ବି ଇ ଓ ସୁନିତୀ ଦାଶ ଓ ପ୍ରେମବାଳା ମହାପାତ୍ର, ଶିକ୍ଷାବିତ ସୁରେଶ ଜେନା ଅଶୋକ ପରିଡା, ରଞ୍ଜିତ ନାୟକ, ଜୁଲାଦିନ୍ ସେଠୀ, ବ୍ରଜକିଶୋର ଦାଶ ଯୋଗ ଦେଇ ଭିନ୍ନକ୍ଷମ ଦିବସର ତାତ୍ପର୍ଯ୍ୟ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରୀ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ । ସି ଆର ସି ସି ରଞ୍ଜନ କୁମାର ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଆୟୋଜିତ ସଚେତନତା ରାଲିରେ ସମଗ୍ର ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଭାଗନେଇ ସଙ୍ଗୀତ, ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ଚିତ୍ରାଙ୍କନ, କୌତୁକ ଚେୟାର,ସଙ୍ଗୀତ,ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ପ୍ରଦୀପ କୁମାର ତରାଇ ଧନ୍ୟବାଦ ଦେଇଥିଲେ।











