ପଟ୍ଟାମୁଣ୍ଡାଇ ୮/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ଦଳିତସାହିର ଏକ ପୋଖରୀରେ ବୁଡ଼ି ୪ ବର୍ଷର ଶିଶୁ ପୁତ୍ରର ମୁତ୍ୟୁ ହୋଇଛି।ମୃତ ଶିଶୁ ହେଲେ ଶଶିକାନ୍ତ ମଳିକଙ୍କ ଶିଶୁପୁତ୍ର ପ୍ରଭୁପାଦ ମଳିକ (୪) ବୋଲି ଜଣାପଡିଛି ।ସାମାନ୍ୟ ଅସାବଧାନତା କାରଣରୁ ଏହି ଘଟଣା ଘଟିଛି ।
ପ୍ରକାଶ ଯେ ପ୍ରଭୁପାଦ ରବିବାର ମଧ୍ୟହ୍ନ ଖାଦ୍ୟଘରେ ଖାଇ ସାରିବା ପରେ ବାଡି ପଛ ପଟ୍ଟକୁ ଯାଇଥିଲା । ବାଡ଼ି ପଛକୁ ଯାଇଥିବା ପୁଅ ଅନେକ ସମୟଧରି ନଫେରିବାରୁ ପରିବାର ଲୋକମାନେ ବ୍ୟସ୍ତ ହୋଇପଡିବା ସହିତ ଦଳିତସାହିରେ ଚହଳ ପଡିଯାଇଥିଲା । ସାହିର ଯୁବକ ମାନେ ବହୁ ଖୋଜା ଖୋଜି ପରେ ପାଖରେ ଥିବା ପୋଖରୀରେ ଜାଲ ପକାଇଥିଲେ । ଜାଲରେ ପୋଖରୀରେ ବୁଡି ଯାଇଥିବା ପ୍ରଭୁପାଦକୁ ଅତ୍ୟନ୍ତ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତତ୍କାଳ ଚିକିତ୍ସା ପାଇଁ ପ୍ରଭୁପାଦକୁ ପ୍ରଥମେ ଅଣ୍ଢରା ଡାକ୍ତରଖାନା ଓ ପରେ ପରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ପ୍ରଭୁପାଦକୁ ମୃତ ଘୋଷଣା କରିଥିଲେ ।ଏହି ଘଟଣା ସମଗ୍ର ଧୋୟାଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।