
ପଟ୍ଟାମୁଣ୍ଡାଇ ୯ା୧୨: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ନିକଟସ୍ଥ ଜୟହିନ୍ଦ୍ ଉଚ୍ଚ ବିଦ୍ୟାଳୟରେ ୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପ୍ରେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟରେ ଅବସରପ୍ରାପ୍ତ ଶିକ୍ଷକ ସନାତନ ବେହୁରା, ଚର୍ତୁଭୁଜ ରାଉତ, କାଳନ୍ଦି ମହାରଣାଙ୍କ ସମେତ ପ୍ରଦୀପ୍ତ ବିଶ୍ୱାଳ, ଗୁରୁଚରଣ ବିଶ୍ୱାଳ, ଭାସ୍କର ମଲ୍ଲିକ, ରଞ୍ଜିତ ସାହୁ, କୈଳାସ ସେଠୀ, ପ୍ରଦୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟ ସୁପରିଚାଳନା କରିଥିଲେ । ପୁରାତନ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପୁରୁଣା ଅନୁଭୂତି ପରିପ୍ରକାଶ ସଭାକାର୍ଯ୍ୟକୁ ଅଧିକ ମୁଖରିତ କରିଥିଲା । ଉତ୍ସବରେ ସମସ୍ତ ସହପାଠିନୀ ସହପାଠୀଙ୍କ ସକ୍ରିୟ ଯୋଗଦାନ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ଥିଲା । ବିଦ୍ୟାଳୟର ବର୍ତାମାନର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରୀଛାତ୍ରଙ୍କର ଆକୁଣ୍ଠ ସହଯୋଗ ଉତ୍ସବକୁ ଅଧିକ ମନୋରମ ଓ ଆକର୍ଷଣୀୟ କରିଥିଲା । ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାକୁ ସମସ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ । ପ୍ରାୟ ୫୦ଜଣ ପୁରାତନ ଛାତ୍ରୀଛାତ୍ର ଏହି ଉତ୍ସବରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରୋଜ ମଲ୍ଲିକ, ଜନ୍ମେଜୟ ମଲ୍ଲିକ, ଅଶୋକ ମଲ୍ଲିକ, ବିଜୟ ବିଶ୍ୱାଳ, ପ୍ରଶାନ୍ତ ମଲ୍ଲିକ, ବିଜୟ ପ୍ରଧାନ, ମନୋରଞ୍ଜନ ସାହୁ, ବ୍ରହ୍ମାନନ୍ଦ ବେହୁରା, ନିରଞ୍ଜନ ମଲ୍ଲିକ, ଶଶୀକଳା ସାମଲ, ରମଣୀ ପାଢୀ, ଶାନ୍ତିଲତା ମଲ୍ଲିକ, ଭାରତୀ ଶର୍ମା, କୈଳାସ ବାରିକ, ଯଯାତି ମଲ୍ଲିକ, ଶରତ ସେଠୀ, ଶ୍ରୀନିବାସ ବିଶ୍ୱାଳ, ଅକ୍ଷୟ ମଲ୍ଲିକ, ସୁରେନ୍ଦ୍ର ପରିଡା, ମାଧବ ଶର୍ମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉତ୍ସବର ଅନନ୍ୟ ପୁରାତନ ଛାତ୍ରଛାତ୍ରୀଙ୍କର ମନୋଭରା ନୃତ୍ୟ ବିଦ୍ୟାଳୟ ପରିସରକୁ ଆନନ୍ଦ ମୁଖରିତ କରିଥିଲା । ସମସ୍ତେ ଯେମିତି ସେହି କିଶୋର ବୟସର ଛାତ୍ରଛାତ୍ରୀ ଭାବରେ ଅନୁଭବ କରୁଥିଲେ । ଶେଷରେ ବିଦ୍ୟାଳୟ ଓ ଧୋୟାଅଂଚଳର ଉନ୍ନତି କଳ୍ପେ ଏହି ସଂଗଠନ ଦୃଢତାର ସହ କାର୍ଯ୍ୟ କରିବାକୁ ନିଷ୍ପତି ନେଇଥିଲେ ।











