ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୯ା୧୨: ସାରାବିଶ୍ୱରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦିବସ ପାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥନା ଦିବସ ବିଶ୍ୱସ୍ତରରେ ପାଳିତ ହେବା କିମ୍ବା ୟୁନେସ୍କୋ ପକ୍ଷରୁ ମାନ୍ୟତାପ୍ରାପ୍ତ ହୋଇ ପାରିନଥିବା ଅତ୍ୟନ୍ତ ପରିତାପର ବିଷୟ । ତେଣୁ ଏ ସମ୍ପର୍କରେ କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ୨୦୧୭ ମସିହାରୁ ଦୀର୍ଘ ୭ବର୍ଷ ଧରି ପ୍ରାର୍ଥନା ଦିବସ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଦେଶର କିଛି ସ୍ଥାନରେ ପାଳିତ ହୋଇଆସୁଅଛି । ଏହା ଜାନୁୟାରୀ ମାସର ପ୍ରଥମ ଦିନ ଅର୍ଥାତ୍ ୧ତାରିଖରେ ସାରା ବିଶ୍ୱରେ ପାଳିତ ହେବା ପାଇଁ ଦିବ୍ୟସ୍ୱରୂପା ଶ୍ରୀମା’ ସମସ୍ତଙ୍କୁ ଅନୁରୋଧ କରି ପାଳନ କରିଆସୁଅଛନ୍ତି । ତେଣୁ ଆଗାମୀ ୨୦୨୫ମସିହା ଜାନୁୟାରୀ ୧ ତାରିଖରେ ସମସ୍ତ ଧର୍ମ, ବର୍ଣ୍ଣ, ସଂପ୍ରଦାୟର ଲୋକମାନେ ସେମାନଙ୍କର ନିଜ ନିଜ ଗୁରୁ ଓ ଇଷ୍ଟଙ୍କୁ ତାଙ୍କର ନିଜ ନିଜ ଭାଷାରେ ପ୍ରାତଃ ୭ଘଟିକା ସମୟରେ ଏକଘଣ୍ଟା ବ୍ୟାପୀ ପ୍ରାର୍ଥନା କରିବା ଓ ସମସ୍ତ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିବାକୁ ଦିବ୍ୟସ୍ୱରୂପା ଶ୍ରୀମା’ ଅନୁରୋଧ କରିଛନ୍ତି । ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ କଟକସ୍ଥିତ ଦିବ୍ୟଜୀବନ ସଂଘର ଶାଖାରେ ଶ୍ରୀମା’ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ୱାମୀ ଶିବଚିଦାନନ୍ଦଜୀ ମହାରାଜ, ସ୍ୱାମୀ ବ୍ରଷ୍ମନିଷ୍ଠାନନ୍ଦଜୀ ମହାରାଜ, ସ୍ୱାମୀ ଶାନ୍ତାନନ୍ଦଜୀ,ସ୍ୱାମୀ ରାମସରଣାନନ୍ଦଜୀ, ସ୍ୱାମୀ ତନ୍ମୟାନନ୍ଦଜୀ,ସ୍ୱାମୀ ଗୁରୁପ୍ରସାଦ ନନ୍ଦଜୀ, ସ୍ୱାମୀ ଆତ୍ମାନନ୍ଦଜୀ, ସ୍ୱାମୀ ଦାମୋଦରନନ୍ଦଜୀ, ପରମପୂଜ୍ୟ ବିପିନ ବାବା, ବୃନ୍ଦାବନର ପରମପୂଜ୍ୟ ରାଧେରାଧେବାବା ଓ ସାମବାବାଙ୍କ ସମେତ ଅନ୍ୟାନ୍ୟ ସାଧୁସନ୍ଥ, ଦିବ୍ୟଜୀବନସଙ୍ଘ କଟକ ଶାଖାର ସଭାପତି, ସମ୍ପାଦକ, ଡା. ଗୀତା ମହାନ୍ତି, ଡା. ରାଧା ତ୍ରିପାଠୀ, ଦିବ୍ୟଜୀବନସଙ୍ଘ ଭୁବନେଶ୍ୱର ଶାଖାର ସଭାପତି ରାଧେଶ୍ୟାମ ଦାସ, ଅନ୍ନପୂର୍ଣ୍ଣା ଦାସ, ଦୁର୍ଯ୍ୟୋଧନ ବାବୁଙ୍କ ପରିବାର ତଥା ଶିବା ଡିଟିପିର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Next Post

୯ ମାସ ହେଲା ଦରମା ପାଉନାହାନ୍ତି ସିଆରପି, ଏମବିକେ, ପ୍ରାଣୀମିତ୍ର ବିଧାନସଭାରେ ପ୍ରଶ୍ନ

Mon Dec 9 , 2024
ପଟ୍ଟାମୁଣ୍ଡାଇ ୯/୧୨- ପଟ୍ଟାମୁଣ୍ଡାଇ ଅଂଚଳରେ କାର୍ଯ୍ୟରତ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ଓ ପ୍ରାଣୀ ମିତ୍ରମାନେ ଦୀର୍ଘ ୯ ମାସ ହେଲା ଦରମା ନପାଇ ହନ୍ତସନ୍ତ ହେଉଛନ୍ତି । ଦରମା ଦାବୀ କରି ସେମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଏ ସମ୍ପର୍କରେ ସେମାନେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କୁ ଭେଟି ତୁରନ୍ତ ଦରମା ପାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ […]

KANIKA