କେନ୍ଦ୍ରାପଡ଼ା,୧୩ା୧୨: ଗ୍ରାମ ପରିବେଶ ସହିତ ବିଦ୍ୟାଳୟର ପରିବେଶ ଶିକ୍ଷାଦାନ ଉପରେ ପ୍ରଭାବ ପକାଇଥାଏ। ଗାଁ ଗଣ୍ଡାରେ ମଦର ପ୍ରସାର ଶିକ୍ଷା ବ୍ୟବସ୍ଥା ଏବଂ ଉତ୍ତରପିଢିଙ୍କି ପଙ୍ଗୁ କରିଦେବ। ସ୍ୱାଧୀନତା ଆନ୍ଦୋଳନ ପରି ମଦ ବିରୋଧୀ ଆନ୍ଦୋଳନ ହେବା ଆବଶ୍ୟକ। ସମସ୍ୟାର ସମାଧାନ ଯିଏ କରେ ସିଏ ନେତା। ଶିକ୍ଷକ, ଡାକ୍ତର, ଅଧିଭକ୍ତା ଏହି କାମ କରି ନେତା ପଦବାଚ୍ୟ ହୋଇପାରିବେ ବୋଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର-ସାହାସପୁର ଉଚ୍ଚ ବିଦ୍ୟାଳୟର […]

କେନ୍ଦ୍ରାପଡା, ୧୩ା୧୨: ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ଫୋନି’ ପକ୍ଷରୁ ଚଳିତ ମାସ ୨୭ ଡିସେମ୍ବରରେ ପ୍ରଥମ ଜିଲ୍ଲା ଯୁବ ସାଂସ୍କୃତିକ ମହୋତ୍ସବ “ଯୁବ ତରଙ୍ଗ’ର ଆୟୋଜନ କରିବାକୁ ଯାଉଛି । ଏଥିନିମନ୍ତେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହେବାକୁ ଥିବା ଏହି ଏକଦିବସୀୟ ଜିଲ୍ଲାସ୍ତରୀୟ ଉତ୍ସବରେ ଯୁବ ବର୍ଗ ସେମାନଙ୍କ ବିବିଧ […]

କେନ୍ଦ୍ରାପଡ଼ା,୧୩ା୧୨: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ତରଫରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଓସିଏ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ମ୍ୟାଚ୍‌ରେ ନେତାଜୀ ୟୁଥ କ୍ଲବ ଓ ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନେତାଜୀ ୟୁଥ କ୍ଲବ ଟସ୍ ଜିତି ବ୍ୟାଣ୍ଟି କରି ୩୨.୩ ଓଭରେ ୧୭୮ରନ କରି ଅଲଆଉଟ ହୋଇଥିଲା । ସେହିପରି ପଞ୍ଚୁପାଣ୍ଡବ କ୍ରିକେଟ କ୍ଲବ ୨୪.୧ ଓଭରେ […]

କେନ୍ଦ୍ରାପଡା ୧୩/୧୨-କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଛାତ୍ର ସନ୍ତୋଷ କୁମାର ମହାନ୍ତି ନିଜର ପାରଦର୍ଶିତା ଦେଖାଇ ଇସ୍ରୋ ଯିବାପାଇଁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱର ପଠାଣୀସାମନ୍ତ ପ୍ଲାନୋଟୋରିୟମ ଓ ଟାଟା ଷ୍ଟିଲ ଆନୁକୂଲ୍ୟରେ ଅନୁଷ୍ଠିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ମଲ୍ଲିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସନ୍ତୋଷ କୁମାର ମହାନ୍ତି ଜିଲ୍ଲାର ଶତାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲେ।ପଲେଇ ପଞ୍ଚାୟତ ଡେରାକୁଣ୍ଡି […]

କେନ୍ଦ୍ରାପଡ଼ା,୧୨ା୧୨: ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଗୁରୁବାର ଜିଲ୍ଲାପାଳଙ୍କ ସମିଳନୀକକ୍ଷରେ ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସଡ଼କ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ। ସଡ଼କ ସୁରକ୍ଷା ଓ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ […]