ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୧୪ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆଶ୍ରମର ପ୍ରାର୍ଥନା ମଣ୍ଡପରେ ତୁଳସୀକ୍ଷେତ୍ରରେ ଆସନ୍ତା ଜାନୁଆରୀ ପହିଲାରେ ବିଶ୍ୱ ପ୍ରାର୍ଥନା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଗତ ୮ବର୍ଷ ଧରି ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ ପ୍ରାର୍ଥନା ଦିବସ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶର କେତେକ ସ୍ଥାନ ଓ ବିଦେଶରେ ମଧ୍ୟ ପାଳିତ ହୋଇଆସୁଅଛି । ଜାନୁୟାରୀ ମାସର ୧ତାରିଖରେ ସାରା ବିଶ୍ୱରେ ଏହି ଦିବସ ପାଳିତ ହେବା ପାଇଁ ଦିବ୍ୟସ୍ୱରୂପା ଶ୍ରୀମା’ସମସ୍ତଙ୍କୁ ଅନୁରୋଧ କରିଆସୁଅଛନ୍ତି । ତେଣୁ ଆଗାମୀ ଜାନୁୟାରୀ ୧ ତାରିଖ ପ୍ରାତଃ ୭ଘଟିକା ସମୟରେ ସମସ୍ତ ଧର୍ମ,ବର୍ଣ୍ଣ ଓ ସଂପ୍ରଦାୟର ଲୋକମାନେ ସେମାନଙ୍କର ନିଜ ନିଜ ଗୁରୁ ଓ ଇଷ୍ଟଙ୍କୁ ନିଜ ନିଜ ଭାଷାରେ ଏକଘଣ୍ଟା ବ୍ୟାପୀ ପ୍ରାର୍ଥନା କରିବା ସହ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିବାକୁ ଦିବ୍ୟସ୍ୱରୂପା ଶ୍ରୀମା’ ନିବେଦନ କରିଥିଲେ। ଏହି ବୈଠକରେ ଆଶ୍ରମର ଉପାଧ୍ୟକ୍ଷ ଡ. କାଳୀ ପ୍ରସନ୍ନ ଶତପଥୀ, ଶିକ୍ଷାବୀତ ଅଜୟ ସାମଲ, ନିରଞ୍ଜନ ମେକାପ, ନୃସିଂହ ଚରଣ ତ୍ରିପାଠୀ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ପ୍ରମୋଦ ଦାସ, ରୀତାଞ୍ଜଳୀ ନାଥ, ପ୍ରଦୀପ ଦାଶ, ଶିବାନନ୍ଦ ମାତୃ ସତସଙ୍ଗ ଆଳିଜଙ୍ଗାର ମା’ମାନଙ୍କ ସମେତ ଅନ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବ୍ରହ୍ମଚାରୀ ନୃସିଂହ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Next Post

ଗୀତା ଜୟନ୍ତୀ ପାଳନ

Sat Dec 14 , 2024
କେନ୍ଦ୍ରାପଡ଼ା,୧୪ା୧୨: କେନ୍ଦ୍ରାପଡା ବ୍ଲକ ରୋଡର ଈଶ୍ୱରପୁରସ୍ଥିତ ବ୍ରହ୍ମ ଗୈାଡିୟ ସେବା ସଂସ୍ଥାନ ଭାଗବତ ଦାସ ମଠ ପରିସରରେ ପବିତ୍ର ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ମଠର ମହନ୍ତ ସଚ୍ଚିଦାନନ୍ଦ ଗୈାସ୍ୱାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସଂସ୍କୃତ ପ୍ରବଚକ ପଣ୍ଡିତ ଦାମୋଦର ରାଉତ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ଗୀତାଜ୍ଞାନ ଶ୍ରେଷ୍ଠ ମାନବଜୀବନ ଦର୍ଶନ ବୋଲି ବାଖ୍ୟାନ କରି କହିଥିଲେ। ସଂସ୍କୃତ ଭାରତୀ ଜିଲ୍ଲା ସଂଯୋଜକ ପଣ୍ଡିତ ହରେକୃଷ୍ଣ […]

KANIKA