ଗୀତା ଜୟନ୍ତୀ ପାଳନ



କେନ୍ଦ୍ରାପଡ଼ା,୧୪ା୧୨: କେନ୍ଦ୍ରାପଡା ବ୍ଲକ ରୋଡର ଈଶ୍ୱରପୁରସ୍ଥିତ ବ୍ରହ୍ମ ଗୈାଡିୟ ସେବା ସଂସ୍ଥାନ ଭାଗବତ ଦାସ ମଠ ପରିସରରେ ପବିତ୍ର ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ମଠର ମହନ୍ତ ସଚ୍ଚିଦାନନ୍ଦ ଗୈାସ୍ୱାମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ସଂସ୍କୃତ ପ୍ରବଚକ ପଣ୍ଡିତ ଦାମୋଦର ରାଉତ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ଗୀତାଜ୍ଞାନ ଶ୍ରେଷ୍ଠ ମାନବଜୀବନ ଦର୍ଶନ ବୋଲି ବାଖ୍ୟାନ କରି କହିଥିଲେ। ସଂସ୍କୃତ ଭାରତୀ ଜିଲ୍ଲା ସଂଯୋଜକ ପଣ୍ଡିତ ହରେକୃଷ୍ଣ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରାଧ୍ୟାପକ ନିତ୍ୟାନନ୍ଦ ଦାଶ, ଅଧ୍ୟାପକ ଲୋକନାଥ ସ୍ୱାଇଁ, ଭିକାରିଚରଣ ପ୍ରଧାନ, ପଣ୍ଡିତ କ୍ଷୀରୋଦ ସେନାପତି, ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା, ଅମର ବିଶ୍ୱାଳଙ୍କ ସମେତ ବହୁ ଗୀତାପ୍ରେମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଶିକ୍ଷାବୀତ ନୃସିଂହ ଚରଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ଶିବାନନ୍ଦ ପ୍ରଧାନ ପାରମ୍ପରିକ ଭଜନ ପରିବେଷଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading