
ପଟ୍ଟାମୁଣ୍ଡାଇ ୧୫/୧୨-ବହୁ ମୁହୂର୍ତରେ ବରିଷ୍ଠ ନାଗରିକ ମାନଙ୍କୁ ଅବହେଳା କରାଯାଉଥିବାର ଅନେକ ଉଦାହରଣ ରହିଛି । ମୁଖ୍ୟତଃ ବରିଷ୍ଠ ନାଗରିକ ମାନେ ବସ ଟ୍ରେନରେ ଯାତାୟତ କରିବା ବେଳେ ହେଉ କି ବ୍ୟାଙ୍କ ଓ ଡାକ୍ତରଖାନା ମାନଙ୍କରେ ସେମାନଙ୍କୁ ଅଣଦେଖା କରାଯାଇଥାଏ । ବିଭିନ୍ନ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବରିଷ୍ଠ ନାଗରିକ ମାନଙ୍କୁ ବରିଷ୍ଠନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବେଳେ ଶନିବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶଥାନା ଅଧିକାରୀ ସୁଶାନ୍ତ ସାହୁ ବରିଷ୍ଠ ନାଗରିକମାନଙ୍କୁ ଦ୍ୱିତୀୟ ଦଫାରେ ପରିଚୟ ପତ୍ର ପ୍ରଦାନ କରାଇଛନ୍ତି।
ପଟ୍ଟାମୁଣ୍ଡାଇ ବ୍ଲକ ବରିଷ୍ଠ ନାଗରିକ ମଂଚ ଚିତବିନୋଦନ ଗୃହ ପରିସରରେ ମଂଚ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚୟ ପତ୍ର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦର୍ଶଥାନା ଅଧିକାରୀ ସାହୁ ଯୋଗ ଦେଇ ୫୩ ଜଣ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ସହିତ ବରିଷ୍ଠ ନାଗରିକ ମାନଙ୍କ ସମାଜରେ ପ୍ରତିଷ୍ଠା , ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ପ୍ରଚଳିତ ଆଇନ, ବରିଷ୍ଠ ନାଗରିକ ମାନଙ୍କ ପାଇଁ ବରିଷ୍ଠ ନାଗରିକ କଲ୍ୟାଣ ଅଧିନିୟମ ୨୦୦୭ ଅନୁସାରେ ପ୍ରତିପୋଷଣ ଓ ସାହାଚର୍ଯ୍ୟ,ସରକାରଙ୍କ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ।ବରିଷ୍ଠ ନାଗରିକମାନେ ରହୁଥିବା ଅଂଚଳରେ ଗୁଡିକରେ ରହିଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ପ୍ରଫେସର ଭରତ ପାତ୍ର, କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ବିଜୟ ସାହୁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ଗୋଲକ ଚନ୍ଦ୍ର ମହାରଣା,ଡା କୃଷ୍ଣ ଚନ୍ଦ୍ର ପରିଡା, ଡ.ଅର୍ଜୁନ ଚରଣ ନାୟକ, ଇଂ ତ୍ରିଲୋଚନ ସୁତାର,ଗୋପାଳ ଚରଣ ବିଶ୍ୱାଳ,ଶିକ୍ଷାବିତ ପ୍ରମୋଦ ରଥ , ଇଂ ତପନ ପାତ୍ର, ବିଜୟ ରାଉତ, ସଚିତ୍ର ବେହୁରା, ଶିକ୍ଷାବିତ ସୁରେଶ ଜେନା ,ପ୍ରାବନ୍ଧିକ ପ୍ରଦୀପ ନାୟକ, କନକ ଲତା ପ୍ରଧାନ, ଲକ୍ଷ୍ମୀପ୍ରିୟା ପାଢୀ, ସଞ୍ଜୟ ବର୍ମା, ପ୍ରଫୁଲ ଲେଙ୍କା, କିରଣ ଭୂୟା୍ଁ, ହରେକୃଷ୍ଣ ସାହୁ ,ପ୍ରଫୁଲ ସାହୁ, ବ୍ରଜବନ୍ଧୁ ଦାଶ, ପ୍ରମୋଦ ସାହୁ, କହ୍ନାଇ ପରିଡା, ତ୍ରିଲୋଚନ ଜେନା, ପ୍ରଫୁଲ ପ୍ରଧାନ ,ଡା ସତ୍ୟବ୍ରତ ପ୍ରଧାନ ,ଲଳିତ ରାଉତ ପ୍ରମୁଖ ଯୋଗଦେଇ ବରିଷ୍ଠ ବ୍ୟକ୍ତି ମାନେ କିପରି ସମାଜରେ ସୁଖରେ ଜୀବନ ଯାପନ କରିବେ, ସେମାନଙ୍କୁ ହତାଦର କରୁଥିବା ପୁଅ ଝିଅ ମାନଙ୍କ ପାଇଁ ଆଇନ୍ ର କିପରି ସହାୟତା କରାଯାଇ ପାରିବ ତାହା ଆଲୋଚନା ହୋଇଥିଲା । ସଭାପତି ପ୍ର-ରାଉଳ ନିଜ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନଙ୍କ ସାହାଯ୍ୟ ପାଇଁ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଂଚର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଶେଷରେ ବରିଷ୍ଠ ସଭ୍ୟ କେନ୍ଦ୍ରାପଡା ବ୍ଲକ ଶିକ୍ଷାଅଧିକାରୀ ପାବନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।











