ବାଲିଯାତ୍ରା ମହୋତ୍ସବ କମିଟି ତରଫରୁ କନ୍ତିଆ ମଠରେ ବନ୍ଧୁ ମିଳନ



କେନ୍ଦ୍ରାପଡ଼ା,୧୫ା୧୨: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ତରଫରୁ ଏକ ବନ୍ଧୁମିଳନ ଓ ବଣଭୋଜି ଭରତପୁରସ୍ଥିତ ମହାପୁରୁଷ ମଧୁଦାସ ପୀଠ କନ୍ତିଆ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଲିଯାତ୍ରା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁମିଳନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଯାତ୍ରା-୨୦୨୪ରେ ହୋଇଥିବା ଆୟବ୍ୟୟ ସମ୍ପର୍କରେ ସମ୍ପାଦକ ସଞ୍ଜୟ କୁମାର ଜେନା ଓ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ଆଲୋଚନା କରିଥିଲେ । ୨୦୨୪ ମସିହା ନିମନ୍ତେ ସଭ୍ୟ ଚାନ୍ଦା, ବିଜ୍ଞାପନ ଓ ଷ୍ଟଲ ଇତ୍ୟାଦିରୁ ଆୟ ବ୍ୟୟ ହୋଇଥିବା ବିଷୟ ବୈଠକରେ ଉପସ୍ଥାପନ କରି ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଧ୍ୟାପକ ନନ୍ଦକିଶୋର ପରିଡା, ସମ୍ମାନୀୟ ଅତିଥି ଭାବରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ରଶ୍ମି ରାଉତ, ସମାଜସେବୀ ରଞ୍ଜିତ ସାହୁ, ମୁଖ୍ୟବକ୍ତା ଭାବରେ କନ୍ତିଆ ମଠାଧିଶ ସିଦ୍ଧାଥ ଦାସ, ସ୍ୱର୍ଣ୍ଣକାର ଯୁଗଳ କିଶୋର ଦାସ ଓ ସମସ୍ତ କର୍ମକର୍ତ୍ତାଙ୍କୁ ବାବା ସିଦ୍ଧାର୍ଥ ଦାସ ଓ ମୁଖ୍ୟ ଅତିଥି ଶ୍ରୀ ପରିଡା ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପତ୍ରିକା କମିଟିର ମୁଖ୍ୟ ସମ୍ପାଦକ କରୁଣାକର ଦାସ, ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ ଉପସ୍ଥିତ ଥିବା ବେଳେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ଲାଗି ଅତୁଳନୀୟ ଅବଦାନ ଥିବା ସଂଗଠନ ସମ୍ପାଦକ ସତ୍ୟବ୍ରତ ସିଂହ, ଦେବାଶିଷ କୁବେର(ରାଜୁ କୁବେର),ମଧୁମିତା ଗେରୁ, ଜୁନେତ୍ ରଜା ଖାନ୍‌, ଅବଦୁଲ ମୁସ୍ତାଫ ଖାନ୍‌, ଇମରାଜ ଅଲ୍ଲୀ ଖାନ୍‌, ଶ୍ରୀଧର କୁମାର ମହାନ୍ତି, ରବିନ୍ଦ୍ର କୁମାର ସାହୁ, ମଧୁସୁଦନ ବେହେରା, କୈଳାସ ଗେରୁ, ମୃତ୍ୟୁଞ୍ଜୟ ସାହୁ, ମୃତୁଞ୍ଜୟ ମହାନ୍ତି, ଟୁଟୁ ଗେରୁ, କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ଗଣେଶ୍ୱର ସାହୁ, ତ୍ରିଲୋଚନ ଦାସ, ପୀତବାସ ବେହେରା, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ରଜନୀକାନ୍ତ ଦାସ, ଜଗବନ୍ଧୁ ପାତ୍ର, ମହେନ୍ଦ୍ର ଆଚାର୍ଯ୍ୟ, ପିତବାସ ଦାସ, ଶତୃଜିତ ନାୟକ, ମୃତ୍ୟୁଞ୍ଜୟ ମହାନ୍ତି, ଶରତ କୁମାର ରାଉତ, ମଦନମୋହନ ସାହୁ, ସରୋଜ କୁମାର ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଅକ୍ଷୟ ପ୍ରିୟ ଦାସ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାର୍ଟିଫିକେଟ୍ ଏବଂ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading