ପୌର ପରିଷଦର ବୈଠକ ॰ ଜଳ ନିଷ୍କାସନ ସମସ୍ୟା ଦୂର ପାଇଁ ଡ୍ରେନ ତାଲିକା



ପଟ୍ଟାମୁଣ୍ଡାଇ ୨୦/୧୨- ପଟ୍ଟାମୁଣ୍ଡାଇ ପୌର ପରିଷଦର ବୈଠକ ଶୁକ୍ରବାର ପୌର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବୈଠକର ପ୍ରାରମ୍ଭରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ବିବରଣୀ ପାଠ କରିବା ସହିତ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ମୁଖ୍ୟତଃ ପ୍ରତି ୱାର୍ଡରେ ଜଳ ନିଷ୍କାସନ ସମସ୍ୟା ଦୂର ପାଇଁ ଡ୍ରେନ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଅର୍ଥ ମଂଜୁର ପାଇଁ ସୁପାରିଶ କରିବା, ସହର ଉଠାଦୋକାନୀଙ୍କ ଥଇଥାନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତାବିତ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ସରକାରୀ ଅର୍ଥ ମଂଜୁର ପାଇଁ ସୁପାରିଶ କରିବା, ଭେଜଟେବୁଲ ପାର୍କ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସ୍ତା ଆଲୋକୀକରଣ ଆଦି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା । କାଉନସିଲରମାନେ କେ ୱାଇସି କରିନଥିବା ରାସନ କାର୍ଡ ହିତାଧିକାରୀଙ୍କ ତାଲିକା ଡ଼ିସେମ୍ବର ୩୦ ମଧ୍ୟରେ ଯୋଗାଣ ନିରୀକ୍ଷକଙ୍କ ଠାରୁ ସଂଗ୍ରହ କରି ଜନସଚେତନତା ସୃଷ୍ଟି କରିବାଜୁ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ସମସ୍ତ କାଉନସିଲରଙ୍କ ସହ ପୌରକର୍ମକର୍ତା ଯୋଗ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading