
କେନ୍ଦ୍ରାପଡା,୨୫ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଡମାଣିତିଆ ଗ୍ରାମର ସମାଜସେବୀ ସ୍ୱର୍ଗତ ପ୍ରଭାକର ପରିଡାଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବଡମାଣିତିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ, କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ୭ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ସାନମାଣିତିଆ ପଞ୍ଚାୟତ ସରପଞ୍ଚ ବିଭୁତିଭୂଷଣ ମଳିକ, ପୂର୍ବତନ ସରପଞ୍ଚ ଜୟ ପ୍ରକାଶ ଗିରି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି,ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ କୁମାର ପାତ୍ର, ଶିବପ୍ରସାଦ ଭଳ, ନରହରି ପାଣି, ପୂର୍ବତନ ସମିତିସଭ୍ୟ ଅକ୍ଷୟ କୁମାର ବିଶ୍ୱାଳ, ସୁବାଷ ଚନ୍ଦ୍ର ବିଶ୍ୱାଳ, କେଶବ ଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର କୁମାର ପରିଡା, ଗୋବିନ୍ଦ ଚନ୍ଦ୍ର ଦାସ, କୃତିବାସ ଜେନା, ବଳରାମ ପରିଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପରିଡାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସ୍ୱର୍ଗତ ପରିଡାଙ୍କ ସୁପୁତ୍ର ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।











