ପଟ୍ଟାମୁଣ୍ଡାଇରେ ବିଜେଡି ପ୍ରତିଷ୍ଠା ଦିବସ ,ଜନସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାରେ ଲଢେଇ କରିବ


ପଟ୍ଟାମୁଣ୍ଡାଇ ତା ୨୬/୧୨-ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ସହ ଗରିବ ଖଟିଖିଆ ସାଧାରଣ ଜନତାର ସ୍ୱାର୍ଥ ଓ ଅଧିକାର ପାଇଁ ବିଜେଡି ନବୀନ ପଟନାୟକଙ୍କ ନେତୃତ୍ୱରେ ରାଜରାସ୍ତାରେ ଲଢେଇ କରିବ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ଆଜି ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଡିଭାଇନ ପ୍ୟାଲେସ ଠାରେ ଆୟୋଜିତ ବିଜେଡି କର୍ମୀ ସମାବେଶରେ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ରାଜନଗର ବିଧାୟକ ଶ୍ରୀସାହୁ କହିଲେ ବିଗତ ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡିଶା ନବୀନ ନେତୃତ୍ୱରେ ନବକଳେବର ହେବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ମହିଳା ସଶକ୍ତିକରଣ ଆଦି ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଶିଖର ଛୁଇଁ ଥିବାବେଳେ ବାତ୍ୟା ବନ୍ୟା ଆଦି ବିପର୍ଯୟ ମୁକାବିଲା ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଥିଲା । ମାତ୍ର ମିଥ୍ୟା ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ମାତ୍ର ୬ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବିକାଶ ନାଁରେ କେବଳ ହତାଶା ସୃଷ୍ଟି କରିଛନ୍ତି ବୋଲି କଟାକ୍ଷ କରିବା ସହିତ ଆକାଶଛୁଆଁ ଦରଦାମ ବୃଦ୍ଧି ସମସ୍ତ ଜନସାଧାରଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବାରୁ ଆସନ୍ତା ୬ ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ସଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିବେଦନ କରିଥିଲେ । ଦୀର୍ଘ ୨୪ବର୍ଷ ଧରି ସାର୍ବିକ ବିକାଶ ଓ ନିରନ୍ତର ସେବା ପାଇଁ ନବୀନ ପଟନାୟକଙ୍କୁ ଭାରତରତ୍ନ ଦେବାକୁ ବିଜେପିର ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଦାବୀ କରିବା ଘଟଣା ନବୀନଙ୍କ ବିକାଶ ଧାରାକୁ ପରୋକ୍ଷରେ ଶାସକ ବିଜେପିର ସ୍ବୀକାରୋକ୍ତି ବୋଲି ପ୍ରକାଶ କରିଥିଲେ । ଏହି ସମାବେଶରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ,ରାଜନଗର ବ୍ଲକ ଅଧକ୍ଷା ପ୍ରତିଭା ପାତ୍ର, ଉପାଧକ୍ଷ ଗଣେଶ ଗୁଡ଼ିଆ, ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବବିଜେଡି ସଭାପତି ଅଶୋକ ଧଳ, ନଗର ବିଜେଡି ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ, ଆଇନଜୀବୀ କ୍ଷୀରୋଦ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବରିଷ୍ଠ ନେତା ଅମୂଲ୍ୟ ପ୍ରଧାନ, ଶିକ୍ଷକ ନେତା ପଞ୍ଚାନନ ଧଳ, ବରିଷ୍ଠ ନେତା ନିମାଇ କର ବର୍ଷିଆନ ନେତା ଯଦୁମଣି ଦାସ, ଯୁବନେତା ଇଂ ସ୍ବପ୍ନ ରଞ୍ଜନ ବେହେରା, ରାଜ୍ୟ ଛାତ୍ରବିଜେଡି ସମ୍ପାଦକ ବୈବ୍ରତ ବିଶ୍ୱାଳ,ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାସ, ରାଜନଗର ବ୍ଲକ ବିଜେଡି ସମ୍ପାଦକ ବିଜୟ ନାୟକ, ଆତ୍ମା ଅଧକ୍ଷ ଗୋବର୍ଧନ ପ୍ରଧାନ, ମହିଳା ବିଜେଡି ସଭାନେତ୍ରୀ ରଶ୍ମିରଂଜିତା ସ୍ୱାଇଁ, ଯୁବବିଜେଡି ସଭାପତି ଆର୍ତ୍ତବନ୍ଧୁ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଛାତ୍ରବିଜେଡି ସଭାପତି ଦେବାଶିଷ ନାୟକ, ବରିଷ୍ଠ ନେତା ଅଜାମ୍ବର ପ୍ରଧାନ ପ୍ରମୁଖ ଭାଷଣ ଦେଇ ଦଳର ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ସହିତ ସଂଗଠନକୁ ଅଧିକ ମଜଭୁତ କରି ଜନତାଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ, ସରପଞ୍ଚ ସଂଗ୍ରାମ ବାରିକ, ପ୍ରିୟବ୍ରତ ଓଝା, ବୁଦ୍ଧିରାମ ବେହେରା ବନୋଜ ସେଠୀ, ଅନିଲ ଲେଙ୍କା, ରଂଜିତା ସାହୁ ସୁଶାନ୍ତ ସାମନ୍ତରାୟ, ରାମ ଚନ୍ଦ୍ର ରାଉତ, ପୂର୍ବତନ ସରପଞ୍ଚ ପ୍ରଭାତ ପ୍ରଧାନ, ମିନତୀ ପାତ୍ର, ବିଜୟ ରାଉତ, ସୁମନ୍ତ ଦାସ,ସୁଧାଂଶୁ ସାମଲ, ସୁବାଷ ଖଟୁଆ,କାଉନସିଲର ଗୋପୀବଲ୍ଲଭ ନାୟକ,ପ୍ରଶାନ୍ତ ବାରିକ, ମୃତ୍ୟୁଞ୍ଜୟ ପାଢ଼ୀ,ପ୍ରିୟଙ୍କା ସେଠୀ, ରୀନାରାଣୀ ମଲିକ,ଝରଣା ବେହେରା, ସୁବାଷ ମଲିକ, ସାନିଆ ପରମିନ ଯୁବନେତା ଉତ୍ତମ ଖୁଣ୍ଟିଆ ପ୍ରମୁଖ ଭାଷଣ ଦେଇଥିଲେ । ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଶୋକ ଧଳ, ବାବନ ସାହୁ,ଉତ୍ତମ ଖୁଣ୍ଟିଆ ସଂଗ୍ରାମ ସ୍ୱାଇଁ,ଏମ ଡି ପପୁ, ଦିଲ୍ଲୀପ ସାହୁ ଶଶିକାନ୍ତ ପଣ୍ଡା,ପ୍ରେମାନନ୍ଦ ସେଠୀ, ହରିହର ସାହୁ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading