ଜାତିଗତ ନିର୍ଯ୍ୟାତନା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଷ୍କ୍ରିୟ , ଏସପିଙ୍କୁ ଭେଟିଲା ମୂଳନୀବାସୀ ୟୁନାଇଟେଡ଼ ଫୋରମ



କେନ୍ଦ୍ରାପଡ଼ା,୨୮ା୧୨:କେନ୍ଦ୍ରାପଡ଼ା ଜିଲ୍ଲାରେ ଜାତିଗତ ନିର୍ଯ୍ୟାତନା ନାବାଳିକା ଦୁଷ୍କର୍ମ ମାମଲା ଓ ବୃଦ୍ଧା ମହିଳାଙ୍କୁ ଯଦୁପୁର ସରପଞ୍ଚ ଓ ଅନ୍ୟ ଆସାମୀମାନେ ଖୁଣ୍ଟିରେ ବାନ୍ଧି ବାଡେଇବା ମାମଲା ଓ ପଳାସପୁର ଦୀପକ ମଲ୍ଲିକ ନିର୍ଯ୍ୟାତନା ମାମଲାରେ ପୁଲିସ ନିଷ୍କ୍ରିୟ ନେଇ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଗୁହାରୀ କରିଥିଲେ । ଜିଲ୍ଲାରେ ଦଳିତ ବର୍ଗଙ୍କ ଉପରେ ହତ୍ୟା, ଦୁଷ୍କର୍ମ, ଘରପୋଡି ଓ ନିର୍ଯ୍ୟାତନା ମାମଲା ପୁଲିସ ଥାନାରେ ଚାପିଦେବା ସହ ବହୁତ ମାମଲାରେ ମିଥ୍ୟା କାଉଣ୍ଟର ମାମଲା କରୁଛନ୍ତି । ଯଦୁପୁର ଦଳିତ ବୃଦ୍ଧା ପ୍ରତିମା ସାମଲଙ୍କୁ ସଂଯୁକ୍ତା ବେଉରା ଓ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ବେଉରା ଓରଫ ହାବା ସେହିଗ୍ରାମ ଜଣେ ବିବାହିତା ମହିଳା ଓ ଅନ୍ୟ ଜଣଙ୍କ ସହିତ ବିବାହକୁ ନେଇ ସହଯୋଗୀ ଭାବି ଦୁଇ ବର୍ଷ ତଳେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଥିଲେ । ପୁଲିସ ଉଦ୍ଧାର ପରେ ମାମଲା ୪୮୨/୨୩ ମସିହାରେ ମାମଲା ହୋଇଥିଲେ ମଧ୍ୟ ରାଜନୈତିକ ଚାପ ଓ ପ୍ରଲୋଭନରେ ଏସ୍‌ଡିପିଓ ଆସାମୀଙ୍କୁ ଗିରଫ କଲା ନାହିଁ । ଏନେଇ ରାଜ୍ୟ ମାନବିକ ଅଧିକାର କମିଶନରଙ୍କ ନିକଟରେ ମାମଲା ଚାଲୁଅଛି । ସେ ମାମଲାରେ ୧୫ଦିନ ମଧ୍ୟରେ ଯୁଗ୍ମ ତଦନ୍ତ ହେବାର ପ୍ରବଧାନ ଥିଲେ ମଧ୍ୟ ସରପଞ୍ଚ ଓ ମାର୍ଶାଘାଇ ତହସିଲଦାର ଚାପରେ ବାରବାର ଜାତି ପ୍ରମାଣପତ୍ର ପ୍ରଦାନ କରୁ ନଥିବାରୁ ଏହା ହୋଇପାରୁନି ବୋଲି ଜିଲ୍ଲା ଏସପି କହୁଛନ୍ତି । ସେହିପରି ତେରେଗା ଦଳିତ ନାବାଳିକାକୁ ଦଶହରା ଦିନ ଅପହରଣ ପରେ ଦୁର୍ବ୍ୟବହାର ମାମଲା ୧୯୭/୨୪ରେ ପଞ୍ଜିକରଣ ହୋଇଥିଲେ ମଧ୍ୟ ଥାନାରେ ଥିବା ଏଏସ୍‌ଆଇ ପ୍ରୀତିଲାଲ ମାଡାମ ଥାନାରେ ନାବାଳିକା ପୀଡ଼ିତାକୁ ଧମକ ଚମକ ଦେଇ ନିର୍ଯ୍ୟାତନା ସମ୍ବନ୍ଧରେ ଜଜ୍ ନିକଟରେ ମୁହଁ ନ ଖୋଲିବାକୁ କହିଥିଲେ । ନାବାଳିକା ଦୁର୍ବ୍ୟବହାର ଦଫା ଲାଗିଥିଲେ ମଧ୍ୟ ପୁଲିସ ତିନି ମାସ ପରେ ବି ଆସାମୀର ଛାଇ ଛୁଇଁ ପାରୁନାହିଁ । ଏପରିକି ଆସାମୀ ବାର ବାର ମୋବାଇଲରେ ହତ୍ୟା ଧମକ ଓ ଅଶ୍ଳୀଳ ଗାଳି ଦେଉଛି । ଅଭିଯୋଗ ପରେ ବି ମାମଲା ହୋଇନାହିଁ । ଏହି ମାମଲାରେ ପୁନଃବାର ୧୬୪ରେ ଜଜ୍ ପାଖରେ ବୟାନ ଓ ଡାକ୍ତରୀ ମଇନା ପାଇଁ ଏସ୍‌ପିଙ୍କୁ ନିବେଦନ ସହ ଏଏସ୍‌ଆଇ ମାଡାମ୍‌ଙ୍କ ନାମରେ ମାମଲା ରୁଜୁ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପଳାସପୁର ମାମଲା ଓ୩/୨୪ରେ କାର୍ଯ୍ୟାନୁଷ୍ଠାନ ଓ ଯୁଗ୍ମ ତଦନ୍ତ ରିପୋର୍ଟ ପାଇଁ ଦାବି କରାଯାଇଛି । ଏସ୍‌ପି ଏହା ଉପରେ ୭ଦିନ ଭିତରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ପୁଲିସ ବିରୁଦ୍ଧରେ ମାମଲା ପାଇଁ ଦରଖାସ୍ତ କରିବାକୁ କହିଥିବାର ଜଣାପଡିଛି । ଫୋରମର ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା, ରାଜ୍ୟ କମିଟି ସଭ୍ୟା ସୁପ୍ରଭା ମଲ୍ଲିକ ଓ ପ୍ରତାପ ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ଦାସ, ସୁରେନ୍ଦ୍ର ମଲ୍ଲିକ, ବିଳାସିନୀ ମଲ୍ଲିକ, ପ୍ରତିମା ସାମଲ, ମନୋଜ ସେଠି, ଦୀପକ ମଲ୍ଲିକ ପ୍ରମୁଖ ଆଲୋଚନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading