କେନ୍ଦ୍ରାପଡା କଲେଜ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଆଲୁମିନି ବୈଠକ



କେନ୍ଦ୍ରାପଡା,୨୮ା୧୨: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଆଲୁମିନି ବୈଠକ ଶନିବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବର୍ତ୍ତମାନର ଅଧ୍ୟାପକଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କମ୍ପ୍ୟୁଟର ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରୀତ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପୁରାତନ ଛାତ୍ରଛାତ୍ରୀ ମାନଙ୍କ ସମେତ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ପ୍ରଭାକର ମଲିକ ଯୋଗଦେଇ କିଭଳି ପୁରାତନ ଛାତ୍ରଛାତ୍ରୀ ବିଭାଗୀୟ ଅନୁଷ୍ଠାନର ମୁଖ୍ୟ ଅଂଶ ତାହା ବର୍ଣ୍ଣନା କରିଥିଲେ। ବିଭାଗୀୟ ମୁଖ୍ୟ ଡ. ଆନନ୍ଦ ଚନ୍ଦ୍ର ନାୟକ ବୈଠକରେ ସଭାପତିତ୍ୱ କରି କହିଥିଲେ ଯେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହାୟତାରେ ବିଭାଗର ସର୍ବକାଳୀନ ବିକାଶ ସମ୍ଭବ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୌମ୍ୟାରାଣୀ ମହାରଣା, ସଞ୍ଜୟ କୁମାର ସ୍ୱାଇଁ, ସୁବ୍ରତ କୁମାର ପାତ୍ର, ଜ୍ୟୋତି ପ୍ରକାଶ କର ପ୍ରମୁଖ ଅନୁଷ୍ଠାନରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବୈଠକରେ ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଥିବା ବିଭାଗୀୟ ବାର୍ଷିକ ସମ୍ବାଦପତ୍ର ଉନ୍ମୋଚିତ ହୋଇଥିଲା। ଆଲୁମିନିମାନଙ୍କ ମଧ୍ୟରୁ ଅଶ୍ୱିନୀ ରାଉତ, ବିକ୍ରମ ବାରିକ, ପ୍ରବୀର କୁମାର ସାହୁ, ସୌମ୍ୟରଞ୍ଜନ ରାଉତ, ପ୍ରଭାତ ଦାସ, ଶ୍ରଦ୍ଧାଞ୍ଜଳି ପାଢ଼ୀ, କଳ୍ପନା ଧଳ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଗଣିତ ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

Sat Dec 28 , 2024
ପଟ୍ଟାମୁଣ୍ଡାଇ ୨୮/୧୨- ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ଓ କମ୍ପୁଟର ସାଇନ୍ସ ବିଭାଗର ମିଳିତ ଆନୁକୂଲ୍ୟରେ “ଡ଼ିସ୍କ୍ରିଟ ମାଥା ମାଟିକସ ଆଣ୍ଡ ଆର୍ଟିଫିସିଆଲ ଇଟେଂଲିଜେନ୍ସ ” ରାଜ୍ୟ ସ୍ଥରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ କରିଥିବା ବେଳେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । […]

KANIKA