ବିଶିଷ୍ଟ ସାହିତ୍ୟିକ, ଖବରଦାତା ଦିବାକର ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି



ପଟ୍ଟାମୁଣ୍ଡାଇ ୨୯/୧୨ – ବିଶିଷ୍ଟ ସାହିତ୍ୟିକ, ବରିଷ୍ଠ ଶିକ୍ଷକ, ଖବରଦାତା ଓ ସ୍ତମ୍ଭକାର ଦିବାକର ବିଶ୍ୱାଳଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ପଟ୍ଟାମୁଣ୍ଡାଇର ଅଗ୍ରଣୀ ନୃତ୍ୟ କଳା ଅନୁଷ୍ଠାନ କସ୍ତୁରୀ କଳାନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଳାନିକେତନ ସଭାପତି ଆଇନଜିବୀ ପ୍ରମୋଦ ସାହୁଙ୍କ ପୌରହିତ୍ୟରେ ଅୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ଜେନା, ଡ଼ ନାରାୟଣ ପ୍ରସାଦ ଜେନା, କବି ସଚିତ୍ର କୁମାର ବେହୁରା, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ତଥା କାଉନସିଲର ଗୋପିବଲ୍ଳଭ ନାୟକ, ସମ୍ପାଦକ ଆଇନଜିବୀ ଗୋପୀନାଥ ତ୍ରିପାଠୀ, ଖବରଦାତା ଡା ଅଲେଖ ଶର୍ମା, ଅନିଲ ଚୌଧୁରୀ, ଚିତରଞ୍ଜନ ମଲ୍ଲିକ, ନବକିଶୋର ପଣ୍ଡା ପ୍ରମୁଖ ଯୋଗ ଦେଇ କହିଥିଲେ ସ୍ୱର୍ଗତଃ ବିଶ୍ୱାଳ ଜଣେ ଶିକ୍ଷକ ଭାବେ ବିଶେଷ ସୁନାମ ଅର୍ଜନ କରିବା ସହ ସାହିତ୍ୟିକ ଭାବେ ତାଙ୍କ ସୃଷ୍ଟି ପାଠକୀୟ ଆଦୃତି ଲାଭ କରିଥିଲା। ‘ଯେ ପକ୍ଷୀ ଉଡେ ଯେତେ ଦୂର’ , ‘ଆମେ କାପୁରୁଷ’ ଓ ‘ମୁକ୍ତି ସଂଗ୍ରାମ’ ଭଳି ପୁସ୍ତକ ରଚନା କରିଥିଲେ। ସାରସ୍ୱତ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ, ସେ ‘ରାଜଶ୍ରୀ ସମ୍ମାନ’ ସହ ଅନ୍ୟ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ। ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଂଚଳର ବହୁ ସାମାଜିକ ଆନ୍ଦୋଳନ ସହିତ ଜଡ଼ିତ ଥିଲେ। ପଟ୍ଟାମୁଣ୍ଡାଇ ବିକାଶ ପରିଷଦ, ପଟ୍ଟାମୁଣ୍ଡାଇ ବୋଇତ ବନ୍ଦାଣ ସମିତି, ପଟ୍ଟାମୁଣ୍ଡାଇ ସ୍ୱାଧୀନତା ଦିବସ ପାଳନ କମିଟି, କସ୍ତୁରୀ କଳା ନିକେତନ, ପୁସ୍ତକ ମେଳା କମିଟି, ଚେତନା ସାହିତ୍ୟ ସଂସଦର ସମେତ ବହୁ ଅନୁଷ୍ଠାନର ପ୍ରତିଷ୍ଠାତାଥିଲେ। ଅନ୍ୟମାନଙ୍କ ଭିତରେ ସାମାଜିକ କର୍ମୀ କିଶୋର ସ୍ୱାଇଁ, କସ୍ତୁରି ସମ୍ପାଦକ କୃପାସିନ୍ଧୁ ନାୟକ, ଆଇନଜିବୀ ଶିଶିର ମଲିକ, କ୍ଷୀରୋଦ ମଲ୍ଲିକ ଓ ଗୋବିନ୍ଦ ଚନ୍ଦ୍ର ସେଠି ପ୍ରମୁଖ ଦିବାକର ସାରଙ୍କ ସହିତ ନିଜ ନିଜର ଅନୁଭୂତି ବିଷୟରେ ବକ୍ତବ୍ୟ ରଖିଥିଲେ। ଶେଷରେ ଶରତ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।


Discover more from

Subscribe now to keep reading and get access to the full archive.

Continue reading