ସାନ୍ଧ୍ୟ ମହାବିଦ୍ୟାଳୟ ୨୦୧୧ ପୁରାତନ ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବନ୍ଧୁମିଳନ କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା -୨୯/୧୨- କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ୨୦୧୧ ବ୍ୟାଚ ଛାତ୍ରଙ୍କ ଦ୍ୱାରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗରାପୁର ଆଳିଜଙ୍ଗା ସ୍ଥିତ ଗୋରେଖନାଥ ବଟରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୪ ବର୍ଷ ପରେ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଏକ ବନ୍ଧୁତା ପୂର୍ଣ୍ଣ ବଣଭୋଜି କାର୍ଯ୍ୟକ୍ରମ ରଖାଯାଇଥିଲା । ସମସ୍ତିଙ୍କ ମଧ୍ୟରେ ଏକ ଉତ୍ସାହ ଉଦ୍ଧିପନ୍ନା ବାତାବରଣ ସୃଷ୍ଟି ହୋଇଥିଲା । ନାଚ ଗୀତ ର ଆସର ମେଳିଥିବା ବେଳେ ପରସ୍ପର ମଧ୍ୟରେ ଆଲିଙ୍ଗନ କୋଳାହଳ ଦେଖାଯାଇଥିଲା । କଲେଜର ପୁରୁଣା ସ୍ମୃତିକୁ ମନେପକାଇ ହସ ଲୁହ ଭରା ଆଲୋଚନା ରେ ପରସ୍ପର ମଧ୍ୟରେ ବାନ୍ଧିହୋଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅଲେଖ ନାୟକ, ପ୍ରଭାକର ମଲିକ, କମଳାକାନ୍ତ ସ୍ୱାଇଁ, ସାଦିକ ଖାନ,ଗୌରାଙ୍ଗ ବାରିକ, ଜିଓରୋଜ ସାହୁ, ସତ୍ୟବ୍ରତ ଆଚାର୍ଯ୍ୟ, ସୁବାସ ପ୍ରଧାନ, ପଦ୍ମଜ ସାହୁ,ଦିଲ୍ଲୀପ ଗୋଛାୟତ, ସାରଦା ପ୍ରସନ୍ନ ମଲ୍ଲିକ, ଦିଲ୍ଲୀପ, ରୁଦ୍ର, ଜିତେନ୍ କୁମାର ସେଠି, ଲିପୁ, ରାଜା, ସେକ ଚନ୍ଦନ, ଦିପୁନି, ସନ୍ତୋଷ ବାରିକ, ଲିଟୁ, ସଞ୍ଜୟ ନିଶିକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading