କେନ୍ଦ୍ରାପଡ଼ା ଓ ଡେରାବିଶ ବ୍ଲକର ଫସଲ କ୍ଷୟକ୍ଷତି ଦେଖିଲେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିଲେ ବୈଜୟନ୍ତ



କେନ୍ଦ୍ରାପଡ଼ା,୩୧ା୧୨: ଲଘୁଚାପ ଜନିତ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଧାନ ଓ ପରିବା ଚାଷୀଙ୍କୁ ଭେଟି ସେମାନଙ୍କ ଦୁଃଖ ବୁଝିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଓ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତରେ କ୍ଷତିଗ୍ରସ୍ତ ଶସ୍ୟ କ୍ଷେତ୍ର ବୁଲି ଦେଖିଥିଲେ। ସାଂସଦ ଶ୍ରୀ ପଣ୍ଡା ଜଜାଙ୍ଗର ଜେନା ପୋଖରୀ ପଡିଆରେ ହେଲିକପ୍ଟରରୁ ଓହ୍ଲାଇଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳ ବୁଲିଥିଲେ। ଏହି ସମୟରେ ଶତାଧିକ ଚାଷୀ ତାଙ୍କ ନିକଟକୁ ଯାଇ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଯୋଗୁଁ ସେମାନେ କିପରି ମାନସିକ ଚାପରେ ରହିଛନ୍ତି ତାହା ଜଣାଇଥିଲେ। ରାଜ୍ୟରେ ବିଜେପି ସରକାର ଥିବାରୁ କିପରି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବ ସେ ନେଇ ପଦକ୍ଷେପ ନେବାକୁ ସାଂସଦଙ୍କୁ ଗୁହାରି କରିଥିଲେ। ଚାଷୀମାନଙ୍କ ସମସ୍ୟା ଶୁଣିବା ପରେ ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସାଂସଦ ବାରିମୂଳ ପଞ୍ଚାୟତରେ ପହଞ୍ôଚ ଚାଷୀମାନଙ୍କୁ ଭେଟିବା ସହ ଶସ୍ୟ କ୍ଷେତ୍ର ବୁଲିଥିଲେ । ବହୁ ଚାଷୀମାନଙ୍କର ଧାନ କ୍ଷେତରେ ଧାନ ଗଜା ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଏହି ଚାଷୀମାନଙ୍କ କ୍ଷୟକ୍ଷତି ପ୍ରକୃତ ଆକଳନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ଷୟକ୍ଷତି ସଂପର୍କିତ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କ ପାଖରେ ଯଥାଶୀଘ୍ର ଉପସ୍ଥାପନା କରିବାକୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଓ ଜିଲ୍ଲା କୃଷି ଅଧିକାରୀ କଲ୍ୟାଣ ରାଏଙ୍କୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ । ଡେରାବିଶରୁ ଫେରିବା ପରେ ସାଂସଦ ଗରାପୁରରେ ଥିବା ସ୍ୱୟଂସିଦ୍ଧା ହୋଟେଲରେ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କୁ ଭେଟି ସାଂଗଠନିକ ଆଲୋଚନା କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କିଶୋର ପଣ୍ଡା, ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ଯୁବନେତା ସଲିମ୍ ଖାନ୍‌, ଗୀତାଞ୍ଜଳି ସେଠୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡ଼ା, ଅଭିମନ୍ୟୁ ଗୋଛାୟତ, ଉପୀନ ରାଉତଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ସାଂସଦଙ୍କ ଗସ୍ତରେ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର ବହୁ ସଦସ୍ୟ ସାମିଲ ହୋଇଥିଲେ ।


Next Post

ସତ କହିବାକୁ କିଆଁ ଡରିବି :: ୨୦୨୫ କେବଳ ଏକ ନବବର୍ଷ ନୁହେଁ, ଏହା ଏକ ନୂତନ ଦଶନ୍ଧିର ଶୁଭାରମ୍ଭ

Wed Jan 1 , 2025
ପିଲାବେଳେ ଶୁଣିଥିଲୁ “ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି । ହେଲେ ଭାରତରେ ଏବେ ଏହିଭଳି ପଦ ଗାଇବାକୁ କ୍ୱଚିତ୍ ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର ଦୃଷ୍ଟାନ୍ତ ସରକାରୀ ତଥ୍ୟ ଓ ଉଚ୍ଚ ପଦବୀରେ ଥିବା ଲୋକଙ୍କ ବକ୍ତବ୍ୟରୁ ପ୍ରମାଣ ମିଳୁଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବ ସମୟକୁ ଦେଖିଲେ ସର୍ବଦା ଦେଶପ୍ରେମ, ବିକାଶ ଓ ଅଗ୍ରଗତିର ଧ୍ୱନି ଦେଇ ଜନସାଧାରଣଙ୍କ […]

KANIKA