ମାଙ୍କଡ଼ ହୁଡାଉଥିବା ବେଳେ ଛାତରୁ ପଡି ବେକରେ ପସିଲା ରଡ , ଡାକ୍ତରଖାନାରେ ଭର୍ତି



ଡେରାବିଶ ୨୫/୧୦ ବେବର୍ତା ଅଜୟ ଦାସ : କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧିନ ଇନ୍ଦାଳୋ ପଂଚାୟତ ଅଢ଼ଙ୍ଗା ଗାଁର ହୃଷିକେଶ ମିଶ୍ର ଶୁକ୍ରବାର ଏକ ଲୁହାରଡ ଧରି ନିଜ ଛାତ ଉପରେ ମାଙ୍କଡ଼ ହୁଡାଉଥିବା ବେଳେ ଅସାବଧାନତା କାରଣରୁ ଛାତରୁ ଖସି ପଡିଥିଲେ। ହୃଷିକେଶ ଧରିଥିବା ଲୁହାରଡ ତାଙ୍କ ବେକରେ ପଶି ମୁଣ୍ଡରେ ବାହାରିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଭାବେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ କିକିତ୍ସା କରାଯାଇଛି ।


Next Post

ବାତ୍ୟା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Fri Oct 25 , 2024
କେନ୍ଦ୍ରାପଡା,୨୫ା୧୦: ଆଜି ସନ୍ଧ୍ୟା ୬ଟା ରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବାତ୍ୟା ପରିଚାଳନା ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଶୂନ୍ୟ ମୃତ୍ୟୁ ନିମନ୍ତେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା କେନ୍ଦ୍ରାପଡା ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ସମର୍ଥ […]