କେନ୍ଦ୍ରାପଡ଼ା,୨ା୧୦: ଆଜି ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ପବିତ୍ର ମହାଳୟା ଉପଲକ୍ଷେ ଚିର ସବୁଜ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ଜନ୍ମୋତ୍ସବ ଏବଂ ସନ୍ଥ ସ୍ୱରୂପ ଦିବ୍ୟାତ୍ମା ତଥା ବିଲମୁଗବାଡି ଗ୍ରାମସ୍ଥିତ ଶ୍ରୀ ଭାଗବତ ଗାଦି ସଂସ୍ଥାପକ ବ୍ରହ୍ମଲୀନ ମାୟାଧର ଜେନାଙ୍କ ଶ୍ରାଦ୍ଧୋତ୍ସବ ଯଥାବିଧି ପାଳିତ ହୋଇଯାଇଛି । ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ରେଡିଓ ଭାବଗ୍ରାହୀର ସରୋଜିନୀ ଷ୍ଟୁଡିଓରେ ଅହିଂସା […]

ପଟ୍ଟାମୁଣ୍ଡାଇ ୨/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଦୋଷିଆ ପଂଚାୟତ ଆନନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗତକାଲି ୩ଜଣ ଛାତ୍ରୀଛାତ୍ରଙ୍କୁ ଦୁଇ ମହିଳା ଜଣେ ଯୁବକଙ୍କୁ ଫେରି ବେପାରୀ ଛୁରି ଦେଖାଇବା ଘଟଣାରେ ପୋଲିସ ଜିମା ଦେଇଥିଲେ।ଏନେଇ ଛାତ୍ରଙ୍କ ବାପା ପ୍ରଦିପ ରାଉତ ଗ୍ରାମଂଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍କୁଲର ସହକାରୀ ଶିକ୍ଷକ ବିକାସ ମଲ୍ଲିକ, ପାଚିକା ବୌଦେଇ ସ୍ୱାଇଁ, ଗ୍ରାମବାସୀ ପ୍ରଦୀପ ସାହୁଙ୍କ […]

ପଟ୍ଟାମୁଣ୍ଡାଇ ୨/୧୦-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ଓ ବ୍ଲକ ପରିସରରେ ସ୍ୱଛତା ପକ୍ଷ ପାଳନ ଅବସରରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅନ୍ୱେଷଣ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭାଂଶୁ ସାହୂ,ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ ସବଡିଭିଜନ ହସ୍ପିଟାଲ ମେଡିକାଲ ଅଫିସର ଡା ନିରାକାର ପରିଡା, ବିପିଏମ ପ୍ରଶାନ୍ତ ଜେନା, ପି ଏଚ ଓ ନୃସିଂହ ଦାଶ, ଅନ୍ୱେଷଣ ସମ୍ପାଦକ ଅନନ୍ତ କର […]

ପଟ୍ଟାମୁଣ୍ଡାଇ ୨/୧୦ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ପକ୍ଷରୁ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଅଭିଭାବକ ସବିତା ବିଶ୍ୱାଳ, ସସ୍ମିତା ନାଥଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇ କଲେଜର ଶିକ୍ଷାଦାନ ଓ ପରୀକ୍ଷା ଫଳ ଉପରେ ଆଲୋକପାତ କରିବା ସହିତ ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଅଧ୍ୟାପିକା […]

ପଟ୍ଟାମୁଣ୍ଡାଇ:୨/୧୦ -କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ସଂପାଦକ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ ସହ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ସମ୍ପର୍କରେ ଜନସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ପକ୍ଷରୁ ପଟ୍ଟାମୁଣ୍ଡାଇ ବାଇପାସ୍ ଠାରୁ ଏକ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହିତ ନିଶା ନିବାରଣ ଓ ସ୍ୱଚ୍ଛ ଭାରତ ଉପରେ ଜନ ସଚେତନତା ସୃଷ୍ଟି କରାଯାଇ ଥିଲା […]

ପଟ୍ଟାମୁଣ୍ଡାଇ ୨/୧୦ -ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ରାଜ୍ୟବ୍ୟାପି ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମସ୍ତଙ୍କୁ ଏକଜୁଟ ହୋଇ ଦଳପାଇଁ କାମ କରିବାକୁ ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ନବୀନଙ୍କ ଆହ୍ୱାନ କ୍ରମେ ବୁଧବାର ସକାଳ ୯ରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା […]

କେନ୍ଦ୍ରାପଡ଼ା,୨ା୧୦: ବୁଧବାର  ସକାଳ ୯ ଘଟିକା ସମୟରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଗରାପୁର ଛକ ଗାନ୍ଧୀ ପୀଠରେ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରି ଶତାଧିକ ଦଳୀୟ କର୍ମୀ ଓ ପଦାଧିକାରୀଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ପଦଯାତ୍ରା କରି ତିନିମୁହାଣୀସ୍ଥିତ ଦାଣ୍ଡି ଯାତ୍ରା ସ୍ମାରକୀ ପୀଠରେ ପହଞ୍ôଚଥିଲେ । ସେଠାରେ ମହାତ୍ମା […]

କେନ୍ଦ୍ରାପଡ଼ା,୩୦ା୯: ପାର୍ବଣ ଋତୁ ଆଗମନରେ କେନ୍ଦ୍ରାପଡା ଓ ତାହର ଆଖପାଖ ଅଞ୍ଚଳରେ ବିଭିନ୍ନ ଉତ୍ସବ ପାଳିତ ହେଉଛି । ଏହି ସମୟରେ ଡିଜେ ଓ ଉଚ୍ଚଶକ୍ତି ସମ୍ପନ୍ନ ବାଜା ବଜାଯାଉଛି । ଯାହାଫଳରେ ବିଭିନ୍ନ ସମୟରେ ଡ଼ିଜେ ବାଜିବା ଫଳରେ ଏହାର ସୁଉଚ୍ଚ ଓ ଛାତି ଥରାଇବା ଭଳି ଶଦ୍ଦ ଲୋକଙ୍କ ହୃଦ୍‌ଘାତ ସମ୍ଭାବନାକୁ ବଢାଇ ଦେଉଥିବା ଏବଂ କୋମଳମତି ଶିଶୁଙ୍କ ମତିଷ୍କ ବିକାଶ ବାଧାପ୍ରାପ୍ତ ହେଉଥିବାନେଇ ଅଭିଯୋଗ ହୋଇ […]

ପଟ୍ଟାମୁଣ୍ଡାଇ,୧/୧୦: ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଏଚକେ ହାଇସ୍କୁଲ ଡାମରପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ରଂଜନ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ସେନ, ମୁଖ୍ୟ ବକ୍ତା ଭାବେ ଗାଳ୍ପିକ ପ୍ରଦୀପ ନାୟକ ଓ ସମ୍ମାନିତ ଅତିଥିଭାବେ ଖବରଦାତା ଜଗନ୍ନାଥ ଆଚାର୍ଯ୍ୟ , ସିଆରସିସି ଲକ୍ଷ୍ମଣ ସେଠୀ […]

ପଟ୍ଟାମୁଣ୍ଡାଇ ୧/୧୦-ପଟ୍ଟାମୁଣ୍ଡାଇ କଲେଜ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସେମିନାରରେ କେନ୍ଦ୍ରାପଡ଼ା ତୁଳସୀ ମହିଳା କଲେଜ ସମାଜବିଜ୍ଞାନ ବିଭାଗ ମୁଖ୍ୟ ଡ଼ ମଥୁରୀ ଚରଣ ନାୟକ ଯୋଗ ଦେଇ ଓମେନ ଇମପାୱାରମେଂଟ ଆଣ୍ଡ ପଲିଟିକସ ଏଫ ଡେଭେଲପମେଂଟ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା କରିଥିଲୋ କଲେଜ ସମାଜ ବିଜ୍ଞାନ ବିଭାଗ […]

ପଟ୍ଟାମୁଣ୍ଡାଇ ୨୮/୯ -ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଦୁଃଶାସନ ପରିଡାଙ୍କ ପୌରହିତ୍ୟରେ ରସାୟନ ବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ବହୁ ଅଭିଭାବକ ଯୋଗ ଦେଇ ସୁଚିନ୍ତିତ ମତାମତ ଦେବା ସହିତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବାରେ କଲେଜର ଭୂମିକାକୁ ପ୍ରଶଂସା କରିଥିଲେ । ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଡ଼ ବୈକୁଣ୍ଠ […]

କେନ୍ଦ୍ରାପଡ଼ା,୧ା୧୦: ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପୌରପାଳିକା ଟାଉନ ହଲରେ ପାଳିତ ହୋଇଯାଇଛି। ସକାଳେ ସେମାନଙ୍କ ପାଇଁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଯୋଗଗୁରୁ ସଞ୍ଜୟ ମଥାନ ସେମାନଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏହାପରେ ପୌରପରିଷଦ ନିକଟସ୍ଥ ଫ୍ରେଜର ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମିର୍ଜା କରିମ ବେଗଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ […]

କେନ୍ଦ୍ରାପଡ଼ା,୧ା୧୦: ଜନୈକ ବ୍ୟବସାୟୀଙ୍କ ଠାରୁ ଲାଇସେନ୍ସ କରିଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଭାସ ମଜୁମଦାର ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡିଛନ୍ତି। ମଙ୍ଗଳବାର ତିନିମୁହାଣୀ ଛକ ନିକଟସ୍ଥ ଆଖଣ୍ଡଳମଣୀ ମାର୍ବଲ ଦୋକାନ ନିକଟରେ ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଶ୍ରୀ ମଜୁମଦାର । ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ତାଙ୍କୁ ଗିରଫ କରିବା ପରେ ଗରାପୁର […]

କେନ୍ଦ୍ରାପଡ଼ା, ୧ା୧୦: କେନ୍ଦ୍ରାପଡ଼ା ମଣ୍ଡଳ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ମଙ୍ଗଳବାର କେନ୍ଦ୍ରାପଡା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୈାରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁ ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ଆମ ଜିଲ୍ଲା, ରାଜ୍ୟ ଓ ଦେଶର ସୁନାମ ରଖନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି […]

ପଟ୍ଟାମୁଣ୍ଡାଇ ୧/୧୦ –ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇବା ସହ ଅଭିଜ୍ଞତା ମଣିଷକୁ ସିଦ୍ଧହସ୍ତ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସ ପହିଲାରେ ସାରା ବିଶ୍ୱରେ ‘ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବିଭିନ୍ନ ନିଖୁଣ ପାରଙ୍ଗମତା ରହିଛି। ସେମାନଙ୍କ ଉଚିତ ମାର୍ଗଦର୍ଶନରେ ହିଁ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇଥାଏ ।ଏହାର ସଦୁପଯୋଗ ହେବା ଆବଶ୍ୟକ। ବରିଷ୍ଠ ନାଗରିକମାନେ ସମାଜ ସଂସ୍କାରର […]

ପଟ୍ଟାମୁଣ୍ଡାଇ ୩୦/୯ – ପଟ୍ଟାମୁଣ୍ଡାଇ ସହର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର ଓ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି । ସାମାନ୍ୟ ବର୍ଷାରେ ଉବୁଟୁବୁ ହେଉଥିବା ପଟ୍ଟାମୁଣ୍ଡାଇ ସହର ଓ ପୌରାଂଚଳ ସ୍ଥିତି ଦିନକୁ ଦିନ ବେହାଲ ହେବାକୁ ଲାଗିଛି । ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରାଯାଇ ଗୋବରୀ ନଦୀକୁ ଛଡାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଗୋବରୀ […]

କେନ୍ଦ୍ରାପଡ଼ା,୩୦/୯: ଇନ୍ଦୁପୁରସ୍ଥିତ ବିରୂପା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକ ଓ ଶିକ୍ଷକମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର “ଏକକ ମାନଂକ” ପରିଚୟ ପତ୍ର ପ୍ରସ୍ତୁତି ସମ୍ପର୍କରେ ବିଶଦ ଆଲୋଚନା କରାଯାଇଥିଲା । ଅଧ୍ୟକ୍ଷ ଅଭିଜିତ୍ ବୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ […]

କେନ୍ଦ୍ରାପଡ଼ା,୩୦/୯: ଚଳିତବର୍ଷ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅଭିଯାନ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀଠାରୁ ଆରମ୍ଭ ହେବ । ସେହିପରି ଅକ୍ଟୋବର ୯ ତାରିଖ ଗୋପବନ୍ଧୁ ଜୟନ୍ତୀଠାରୁ ବିଜୁ ଜନତା ଦଳ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ସ୍ୱୟଂସିଦ୍ଧା ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭାପତି ଆଲୋକ ସାହୁଙ୍କ ସଭାପତିତ୍ୱରେ କରାଯାଇଥିଲା । ଏଥିରେ ବିଧାୟକ ଗଣେଶ୍ୱର […]

କେନ୍ଦ୍ରାପଡ଼ା,୩୦ା୯: କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସୋମବାର କେନ୍ଦ୍ରାପଡ଼ା ପୌରପାଳିକା ଟାଉନହଲ୍ ପରିସରରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ମହାକାଳପଡ଼ା ବିଧାୟକ ଡ. ଦୂର୍ଗା ପ୍ରସନ୍ନ ନାୟକ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, କେନ୍ଦ୍ରାପଡ଼ା ପୌରପରିଷଦ ଅଧ୍ୟକ୍ଷା ସରିତା ସାହୁ, ଅତରିକ୍ତ […]

କେନ୍ଦ୍ରାପଡ଼ା, ୩୦ା୯: ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିପୁଣ ଓଡିଶା ମିଶନ-୨୦୨୪ର ଜିଲ୍ଲା ସ୍ତରୀୟ ଶୁଭ ଉନ୍ମୋଚନ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, […]

କେନ୍ଦ୍ରାପଡା ୨୯/୯: ପୂର୍ବାହ୍ନରେ ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନର ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ କବି ଭାବଗ୍ରାହୀ ପରିଡାଙ୍କ ଦ୍ୱାରା ସଂସ୍ଥାପକ ବାଣୀବିନୋଦ ସାହିତ୍ୟ ସେବା ନିକେତନ ଏବଂ କୋରୋସ୍ଥିତ ସତୀର୍ଥ ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଶାରଦୀୟ କବିତା ପାଠୋତ୍ସବ ଏବଂ ସତୀର୍ଥର ପ୍ରତିଷ୍ଠାତା କବି ମନ୍ମଥନାଥ ବରାଳଙ୍କ ୭୯ତମ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କବିଙ୍କୁ ଭାବଗ୍ରାହୀ କଳା ନିକେତନ, ରେଡିଓ ଭାବଗ୍ରାହୀ, […]

କେନ୍ଦ୍ରାପଡ଼ା,୨୯/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ମହାଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ ଗୁଲନଗର ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ନିତ୍ୟାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାପତିଙ୍କ ନିଷ୍ପତ୍ତି କ୍ରମେ ଗଜଲକ୍ଷ୍ମୀ ପୂଜା କିପରି ସୂଚାରୁ ରୂପେ ହେବ କମିଟି ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପୂଜା ଉପଲକ୍ଷେ ବିଭିନ୍ନ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା […]

ପଟ୍ଟାମୁଣ୍ଡାଇ ତା ୨୯/୯-ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋ ଚନାଚକ୍ରରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରସାୟନ ବିଭାଗ ମୁଖ୍ୟ ଡ଼ ଗିରିଜା ପ୍ରସାଦ ମହାପାତ୍ର ଯୋଗ ଦେଇ ରିଟ୍ରୋ ସିନେସିସ ଓ ବିଭିନ୍ନ ଅରଗାନିକ ମଲିକୁଲାର ଉପରେ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ […]

ପଟ୍ଟାମୁଣ୍ଡାଇ ୨୯/୯ -ପଟ୍ଟାମୁଣ୍ଡାଇ ଶ୍ରୀମଦ ଭାଗବତ ଚେତନା ପରିଷଦ ପକ୍ଷରୁ ଚଳିତ ବର୍ଷ ଶ୍ରୀମଦ ଭାଗବତ ଜ୍ଞାନଯଜ୍ଞ ମହୋତ୍ସବ ଆୟୋଜନ କରିବା ପାଇଁ ସ୍ଥାନୀୟ ଶ୍ରୀରାମ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବଣିକ ସଂଘ ଉପଦେଷ୍ଟା କିରଣ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧକ୍ଷ ହେମନ୍ତ ସାହୁ, ବଣିକ ସଂଘ ଉପସଭାପତି ମୋହନ ଦାସ (ନମି ), ସମ୍ପାଦକ ପ୍ରଫୁଲ୍ଲ […]