କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣସାହି ଗଜରାଜପୁର ଗାଁ ପୋଖରୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ପୋଖରୀରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଅନ୍ୟପକ୍ଷେ କୌଶଳ କ୍ରମେ ଗ୍ରାମବାସୀ କୁମ୍ଭୀରକୁ ଧରି ପୋଖରୀ କୂଳରେ ବାନ୍ଧି ରଖିଛନ୍ତି। ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଅନ୍ୟତ୍ର ଛାଡିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ସୂଚନା ଯୋଗ୍ୟ, ସ୍ଥାନୀୟ ନଦୀରୁ ବର୍ଷା ପାଣିରେ କୁମ୍ଭୀରଟି ପୋଖରୀକୁ ଚାଳିଆସିଥିବା ଅନୁମାନ କରାଯାଉଛି। […]

କେନ୍ଦ୍ରାପଡ଼ା,୧୪ା୯: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲାଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ପରିଚାଳନା କରିଥିଲେ। ଏଥିସହିତ ଜିଲ୍ଲାର ପଟ୍ଟମୁଣ୍ଡାଇ, ଆଳି ଓ ରାଜନଗର କୋର୍ଟ ଗୁଡିକରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି […]

କେନ୍ଦ୍ରାପଡ଼ା,୧୪ା୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ଜେନା ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ପରେ ହିନ୍ଦୀ ଦିବସ ସମ୍ବନ୍ଧିତ ଏକ ସମବେତ ନୃତ୍ୟ ପରିବେଷଣ କରାଯାଇଥିଲା। ହିନ୍ଦୀ ଦିବସ ଉପରେ ଛାତ୍ରଛାତ୍ରୀମାନେ ନିଜ ନିଜର ବକ୍ତବ୍ୟ […]

ପଟ୍ଟାମୁଣ୍ଡାଇ ତା ୧୪/୯-ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ଠାରେ ହିନ୍ଦି ଦିବସ, ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି ଓ ଏହି ଉପଲକ୍ଷେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ହିନ୍ଦି ଶିକ୍ଷକ ଅଶୋକ ଦାଶ ହିନ୍ଦି ଦିବସର ତାପର୍ଯ୍ୟ ଓ ରାଷ୍ଟ୍ରଭାଷା ହିନ୍ଦିର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ପ୍ରତିବର୍ଷ […]

କେନ୍ଦ୍ରାପଡ଼ା, ୧୪ା୯: ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ବନମାଳିପୁର ପଞ୍ଚାୟତର ଚଣ୍ଡିଆ ଗ୍ରାମର ଏକ ସ୍କୁଲରେ ଶିକ୍ଷା ପଦ୍ଧତିରେ ସମାଜ ସଂସ୍କାର ଓ ଯୁବପିଢି ଏବଂ ଛୋଟ ବଡ ପିଲାମାନଙ୍କୁ ଶିକ୍ଷା ଓ ନୈତିକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ । ସମାଜ ଏବଂ ଯୁବପିଢି ଯଦି ଏକ ମୁଖ୍ୟସ୍ରୋତରେ ଗତି କରିବ ତେବେ ଏକ ସୁସ୍ଥ ସମାଜ ଗଢି ତୋଳିବାରେ ଶିକ୍ଷାର ଭୂମିକା […]

ଭୁବନେଶ୍ୱର,୧୪/୯- ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ନିମନ୍ତେ ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ସ୍କୁଲ-କଲେଜ ଛୁଟି ରହିବ। ଏହା କେବଳ ଭୁବନଶ୍ୱେର ପାଇଁ ଲାଗୁ ହେବ। ବିଏମସି ଅଂଚଳରେ ଥିବା ସବୁ ସ୍କୁଲ-କଲେଜ ଛୁଟି ରହିବ ସହ ବିଏମସି ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ)କୁ ଛୁଟି ଘୋଷଣା କରାଯାଇଛି। ଏଥିସହ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ, ମାଜିଷ୍ଟ୍ରେଟ […]

ପଟ୍ଟାମୁଣ୍ଡାଇ ତା ୧୩/୯-ଓଡିଶାର ପ୍ରମୁଖ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ପ୍ରତିଷ୍ଠାତା ସଭାପତି ଗୀତିକବି ସୁଶାନ୍ତ ପାଣିଙ୍କୁ ଓଡିଶୀ ନୃତ୍ୟ ସଂଗୀତର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପବିତ୍ର ଗୁରୁ ଦିବସ ଅବସରରେ ସମ୍ମାନଜନକ ଗୁରୁ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ସ୍ଵାଣ୍ଡିସ ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ସାଂସଦ କବି ଡ଼ […]

ଭୁବନେଶ୍ୱର,୧୩।୯-କାଳିଆ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ୨୦୧୯ରୁ ୨୦୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯାଇଥିଲା। ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଥିବା ବେଳେ ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି। ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଥିଲେ। […]

କେନ୍ଦ୍ରାପଡ଼ା, ୧୩ା୯: ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଜନସାଧାରଣଙ୍କ ଜୀବନ ଜୀବିକାର ସମସ୍ୟା ସମାଧାନ ହେବା ପରିବର୍ତ୍ତେ କ୍ରମେ ସଙ୍ଗୀନ ଆକାର ଧାରଣ କରୁଛି । ନୂଆ ସରକାର ଗାଦୀସୀନ ହେବାପରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଲଗାମ ହୀନ ଭାବେ ବଢି ଚାଲିଛି । ରାଜ୍ୟ ସରକାରଙ୍କ ଏ କ୍ଷେତ୍ରରେ ଅସହାୟତା ପ୍ରଦର୍ଶନ ଜନତାଙ୍କୁ ହତାଶ ଚକିତ କରିଛି । ଅପାରଗ ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ଏ […]

  ପଲ୍ଲୀବାଣୀ ମିଶନ ପକ୍ଷରୁ ପ୍ରତିଭାସମ୍ପନ୍ନ ସାମ୍ବାଦିକମାନଙ୍କୁ ଦିଆଯାଉଥିବା ‘ଓଡ଼ିଶା ଜର୍ନାଲିଜିମ୍‌ ଆଓ୍ବାର୍ଡ’ର ଷଷ୍ଠ ସଂସ୍କରଣ ଆସନ୍ତା ୨୧ ତାରିଖରେ ପ୍ରଦାନ କରାଯିବ। ନୂଆଦିଲ୍ଲୀର ଲୋଧିରୋଡ୍‌ସ୍ଥିତ ସାଇ ଇଣ୍ଟରନ୍ୟାଶନାଲ ସଭାଗୃହରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଏନ୍‌ଡି ଟିଭିର ସାମ୍ବାଦିକା ସିକ୍ତା ଦେଓ, ଓଟିଭି ପୁରୀର ସାମ୍ବାଦିକ ମଧୁସୂଦନ ମିଶ୍ର, କ୍ରୀଡା ସାମ୍ବାଦିକ ସମ୍ବିତ୍‌ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଶିବଶଙ୍କର ନନ୍ଦନ, ନ୍ୟୁଜ୍‌ ୧୮ର ସମ୍ପାଦକ […]

ଭୁବନେଶ୍ୱର,୧୩।୯-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ “ସୁଭଦ୍ରା”ଯୋଜନାର ଶୁଭାରମ୍ଭ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। […]

କେନ୍ଦ୍ରାପଡ଼ା,୧୩ା୯: ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ)ର ସର୍ବଭାରତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅକାଳ ବିୟୋଗରେ ସିପିଆଇ(ଏମ୍‌) କେନ୍ଦ୍ରାପଡ଼ା ଜିଲ୍ଲା କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଫୁସଫୁସ ସଂକ୍ରମଣ ଜନିତ ରୋଗରେ ଗୁରୁତର ଭାବେ ଆକ୍ରାନ୍ତ ହୋଇ ୭୨ବର୍ଷ ବୟସରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ସେପ୍େଟମ୍ବର ୧୨ତାରିଖରେ ତାଙ୍କର ଦେହାନ୍ତ ଘଟିଛି। ସୀତାରମ ୟେଚୁରୀ ସିପିଆଇ(ଏମ୍‌)ର ସର୍ବୋଚ୍ଚ ନେତା ତଥା ବାମପନ୍ଥୀ ଆନ୍ଦୋଳନର ବିଶିଷ୍ଟ ନେତା ଓ […]

କେନ୍ଦ୍ରାପଡ଼ା, ୧୩ା୯: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବେଲପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ତିଳୋତ୍ତମା ବରାଳଙ୍କୁ ବହିଷ୍କାର କରିବା ପାଇଁ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନେ ଉପଜିଲ୍ଲାପାଳଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରସ୍ତାବ ଆଗତ କରିଛନ୍ତି। ୱାର୍ଡ ସଭ୍ୟ/ସଭ୍ୟାମାନେ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସରପଞ୍ଚ ଶ୍ରୀମତୀ ବରାଳଙ୍କ ବେଆଇନ କାରବାର, ଦୁର୍ନୀତି, ପଞ୍ଚାୟତରେ ଅନୁପସ୍ଥିତ ରହିବା ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଥିବାରୁ ତାଙ୍କ ବିରୋଧରେ ଓଡିଶା ଗ୍ରାମ ପଞ୍ଚାୟତ […]

କେନ୍ଦ୍ରାପଡ଼ା,୧୩ା୯: କେନ୍ଦ୍ରାପଡ଼ା ଜିଲାର ସର୍ବପୁରାତନ ମହାବିଦ୍ୟାଳୟ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ପୁରାତନ ଛାତ୍ରମାନେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସେମାନେ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଯେ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ବିଭିନ୍ନ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି। ପିଲାମାନଙ୍କ ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖା ଦେଇଥିବାରୁ ପିଜି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର […]

କେନ୍ଦ୍ରାପଡା , ପଟ୍ଟାମୁଣ୍ଡାଇ ୧୩/୯ -ଦିନକୁ ଦିନ ବହୁସଂଖ୍ୟାରେ ଗଛକଟା ହେବା ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି। ଏଥିଯୋଗୁ ପ୍ରକୃତି ତା’ର ଭାରସାମ୍ୟ ହରାଇବାକୁ ବସିଲାଣି। ପରିବେଶ ସନ୍ତୁଳନରେ ବାଧା ବି ଉପୁଜିଲାଣି। ମଣିଷ ଜୀବନ ପାଇଁ ବୃକ୍ଷ କେତେ ଗୁରୁତ୍ୱପୂର୍ଣ୍ଣ ଯେଉଁମାନେ ଏହି କଥାକୁ ଭଲ ଭାବେ ବୁଝିଛନ୍ତି ସେମାନେ ଚାରାରୋପଣକୁ ସେତିକି ଗୁରୁତ୍ୱ ଦେଉଛନ୍ତି। ଏମିତି ପରିସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ନାଗରିକ ମଂଚ […]

କେନ୍ଦ୍ରାପଡ଼ା,୧୨ା୯:କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ର ପୂର୍ବତନ ଅବସର ପ୍ରାପ୍ତ ବଡବାବୁ କିଶୋର ଚନ୍ଦ୍ର କରଙ୍କ ପରଲୋକ ହୋଇଯାଇଛି । ସେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ରାଜସ୍ୱ ବିଭାଗର ଜଣେ ଦକ୍ଷ କର୍ମଚାରୀ ଭାବରେ ନିଷ୍ଠାର ସହ ଦାୟିତ୍ୱ ତୁଲାଉ ଥିଲେ । ସ୍ୱର୍ଗତ କର ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ ସଂଘର ଉପଦେଷ୍ଠା ଭାବେ କାର୍ଯ୍ୟ କରୁଥିଲେ । ଗତକାଲି ତାଙ୍କ ପରଲେକ ର ଖବର ପାଇ ଜିଲ୍ଲା କାର୍ଯ୍ୟାଳୟ କର୍ମଚାରୀ, […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ଚଉଦକୁଲାଟ ଫାଣ୍ଡି ଅନ୍ତର୍ଗତ ପେଣ୍ଠପାଳ ପଂଚାୟତ କୁଳସାହି ଗ୍ରାମରେ ଗତକାଲି ରାତିରେ ଗଣେଶ ମୂର୍ତି ଭସାଣି ଓ ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉଭୟ ପକ୍ଷର ୫ଜଣ ଆହତ ହୋଇଛନ୍ତି । ଆହତମାନେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଏହି ଘଟଣାକୁ ନେଇ କୂଳସାହି ଗ୍ରାମରେ ଉତେଜନା ଲାଗି ରହିଛି । ଏହି […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ତଳପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚୋରାମଦ କାରବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ଘରେ ଅବକାରୀ ଟିମ୍ ଚଢାଉ କରି ଧମକ ଚମକ ଦେବା ସହିତ ଆସବାବପତ୍ର ଭଙ୍ଗା ରୁଜା କରିବାରୁ ଲୋକେ ଉତ୍ୟକ୍ତହୋଇ ସେମାନଙ୍କୁ ଅଟକ ରଖିଥିଲେ। ପରେ ପୋଲିସ ପହଁଚି ବୁଝାସୁଝା କରିବାରୁ ସେମାନେ ମୁକୁଳିଛନ୍ତି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ […]

କେନ୍ଦ୍ରାପଡ଼ା,୧୨/୯: ତରାଣ୍ଡୋ ଭାୟା ବଉଳବିହାର ଖଇରବାଦ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ୧୧/୧୦/୨୦୨୨ରେ ଫଳକ ଲଗାଇବା ଏକବର୍ଷ ପରେ କାମ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ ଶେଷ ହୋଇପାରିଲା ନାହିଁ । ଯଦି ସରକାରୀ ନିୟମ ଅନୁଯାୟୀ ଉକ୍ତ କାର୍ଯ୍ୟର ଅବଧି ୧୦/୧୦/୨୦୨୭ ପର୍ଯ୍ୟନ୍ତ ଚାଲୁ ରହିଛି । କିନ୍ତୁ ଯେଉଁଠି ଆବଶ୍ୟକ ସେଠାରେ ଠିକାଦାର କାର୍ଯ୍ୟ ନକରି ଅନ୍ୟସ୍ଥାନରେ ଅତି ନିମ୍ନମାନର କାର୍ଯ୍ୟ କରି ବିଲ […]

କେନ୍ଦ୍ରାପଡା ୧୧/୯ – କେନ୍ଦ୍ରାପଡାର ଅଗ୍ରଣୀ ବିନା ସରକାରୀ ସହାୟତାରେ ଗଢିଉଠିଥିବା “ମୁଡ୍‌” ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନିକିରାଇ ମଠସାହିସ୍ଥିତ ୮ ନମ୍ବର ଶାଖା କେନାଲର ଦୁଇ ପାଶ୍ୱର୍ରେ ୫କିଲୋମିଟର ବ୍ୟାପୀ ତାଳମଞ୍ଜି ମୁଡ୍‌ର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପୌରୋହିତ୍ୟରେ ରୋପଣ କରାଯାଇଛି । ମୁଡ୍‌ର ସମ୍ପାଦକ କୁଳମଣି ଗୋଚ୍ଛାୟତଙ୍କ ସଂଯୋଜନା ଓ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଳମଞ୍ଜି ସଂଗ୍ରହ, ରୋପଣ ଓ ସଚେତନତା […]

କେନ୍ଦ୍ରାପଡ଼ା, ୧୧ା୯: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ବରୁଣା ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସମିତିର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ ଏହି ସମିତି ସହ କୌଣସି ସଂପୃକ୍ତି ନଥାଇ ତଥା ସମିତିର ସଦସ୍ୟ ନଥିବା ପେଗରପଡା ପଞ୍ଚାୟତ ସମିତି ସଭ୍ୟ ନିଜର ରାଜନୈତିକ ପତିଆରା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି […]

କେନ୍ଦ୍ରାପଡ଼ା,୧୧ା୯: ଭୋଟର ତାଲିକାରେ ରହିଥିବା ତ୍ରୁଟିର ସଂଶୋଧନ ପାଇଁ ଆଜି ଜିଲ୍ଲା ସଂସ୍କୃତି ଭବନରେ ତିନିଦିନିଆ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ – ୨୦୨୫ ନିମନ୍ତେ ବୁଥସ୍ତରୀୟ ଅଧିକାରୀମାନଙ୍କ କର୍ମଶାଳା ତଥା ତାଲିମ୍ ଶିବିର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅବାଧ, ନିରପେକ୍ଷ ତଥା ସ୍ୱଚ୍ଛ ନିର୍ବାଚନ ପାଇଁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକାର ଆବଶ୍ୟକତା […]

କେନ୍ଦ୍ରାପଡ଼ା,୧୦ା୯: କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟର ଦୁର୍ନୀତି ଅଧୁନା ଚରମ ସୀମାରେ ପହଞ୍ôଚଛି । ଅତୀତରେ ଉଦାହରଣ ଅଛି ଯେ ବଞ୍ôଚଥିବା ଲୋକଙ୍କୁ ମୃତ ଘୋଷଣା କରି ତା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିଲା । ଜିଲ୍ଲା ଶ୍ରମିକ ସଂଗଠନ ଗୁଡିକର ମିଳିତ ଆନ୍ଦୋଳନରେ ଏହାର ଏକ ଆଶୁ ସମାଧାନ ହୋଉଥିବା ସ୍ଥଳେ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଥିବାର ନଜର ରହିଛି । ଅଧୁନା […]

କେନ୍ଦ୍ରାପଡ଼ା,୯ା୯: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଏଣ୍ଡର ଗ୍ରାମରେ ଖାଉଟି ଦୋକାନୀଙ୍କ ମନମାନି ଯୋଗୁଁ ଜନୈକ ୮୫ ବର୍ଷର ବୃଦ୍ଧ ରାସନ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ରାସନରୁ ବଞ୍ଚିତ ହୋଇଥିବା ବରିଷ୍ଠ ନାଗରିକ ଜଣକ ହେଉଛନ୍ତି ଏଣ୍ଡର ଗ୍ରାମର ଅରକ୍ଷିତ ମଲିକ। ଗତ ୨୦୨୨ ମସିହାରୁ ଅରକ୍ଷିତଙ୍କୁ ସଂପୃକ୍ତ ଖାଉଟି ଡିଲର ପମୋଦ ମହାପାତ୍ର ରାସନ ପ୍ରଦାନ କରୁ ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି। […]