କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଣିକ ସଂଘ ଆନୁକୂଲ୍ୟରେ ଦୀର୍ଘ ୭୫ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏ ଅଂଚଳର ଅନ୍ୟତମ ଗଣପର୍ବ ତଥା ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇ ଥିବା ବିଶ୍ୱଶାନ୍ତି ମହାଯଜ୍ଞ ୯ଦିନ ବ୍ୟାପି ଆୟୋଜିତ ହୋଇ ୨୪ ତାରିଖ ଅଗ୍ନି ପୂର୍ଣ୍ଣିମା ଅବସରରେ ପୂର୍ଣ୍ଣାହୂତି ଦିଆଯାଇ ଉଦଯାପନ କରାଯାଇଛି । ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ […]
Year: 2024
କେନ୍ଦ୍ରାପଡ଼ା, ୨୪ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଞ୍ଚାୟତର ସୁଜାନଗରସ୍ଥିତ ତୈଳିକ ବୈଶ୍ୟ ସାମାଜର ଆରାଧ୍ୟ ମଦନମୋହନଜୀଉଙ୍କ ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭକ୍ତମାନଙ୍କ ଦ୍ୱାରା କଳସ ଆଣାଯାଇ ଘଟ ସ୍ଥାପନ ସହ ଶୁଭାଧିବାସ କରାଯାଇଥିଲା । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ କରାଯିବା ସହ ରାତ୍ରିରେ ଅଗ୍ନି ଉତ୍ସବ ପାଳନ କରାଯାଇଥିଲା । ମାଘ ପୂର୍ଣ୍ଣିମା ଅବସରରେ ଅହୋରାତ୍ର ନାମଯଜ୍ଞରେ ଜିଲ୍ଲାର […]
କେନ୍ଦ୍ରାପଡ଼ା,୨୪ା୨ : କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ୩୭ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦ ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନତୋ’ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା ଏହି ଦିବସର ତାତ୍ପର୍ଯ୍ୟ, ପ୍ରତିଷ୍ଠାତା ବ୍ୟକ୍ତିମାନଙ୍କର ବ୍ୟାଙ୍କ ଗଠନରେ ପ୍ରମୁଖ ଭୂମିକା […]
କେନ୍ଦ୍ରାପଡ଼ା,୨୪ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଗତ ସୋମବାର ଠାରୁ ଏକ ପାଗଳା ମାଙ୍କଡ ଆକ୍ରମଣରେ ୧୮ରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ ଓ ଯୁବକମାନେ ଗୁରୁତ୍ତର ଭାବେ ଆହତ ହୋଇ ଲହୁଲୁହାଣ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମ୍ପର୍କରେ ସ୍ଥାନୀୟ ବନ ବିଭାଗରେ ଅଭିଯୋଗ ହୋଇ ଆସୁଛି । ଏସମ୍ପର୍କରେ ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗର କର୍ମଚାରୀ ଲୋକ ଦେଖାଣିଆ […]
କେନ୍ଦ୍ରାପଡ଼ା ୨୪/୨: କେନ୍ଦ୍ରାପଡା ପୌରାଞ୍ଚଳ ଅଯୋଧ୍ୟା ନଗର ସ୍ଥିତ ପୌର ସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟରେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସ୍ୱର୍ଗତ ଶ୍ରୀଧର ରାଉତଙ୍କ ଷଷ୍ଠ ବାର୍ଷିକ ଶ୍ରକ୍ଷଦ୍ଧ ଦିବସ ପାଳନ କରାଯାଇଛି । ପ୍ରଧାନଶିକ୍ଷକ ସ୍ୱପ୍ନକ୍ଷଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବେ ବଗ ଡକ୍ଷ ସରକାରୀ ଉଚ୍ଚ ବିଦ୍ୟାଳୟର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ରାଜନଗର ରାସ୍ତା ମହାଜନ ସାହି ନିକଟରେ ଶନିବାର ରାତ୍ରି ୯ ଟାରେ ଦୁଇଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଜଣେ ବାଇକ ଆରୋହିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ କଟକ ମେଡିକାଲକୁ ପଠାଯାଇଛି । ସୂଚନା ଅନୁସାରେ ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ବିଶ୍ବରଂଜନ ବାରିକ (୨୫) ବାଇକ ଯୋଗେ ପଟ୍ଟାମୁଣ୍ଡାଇକୁ ଯାଉଥିବା ସମୟରେ […]
କେନ୍ଦ୍ରାପଡ଼ା,୨୩ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଗତ ୧୭ତାରିଖରୁ ଆରମ୍ଭ ହୋଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତ୍ୟେହ ଆଶ୍ରମ ପରିସରରେ ପ୍ରାର୍ଥନା, ଯୋଗ, ପ୍ରାଣାୟମ, ସ୍ୱାଧ୍ୟାୟ, ସୂର୍ଯ୍ୟପୂଜା, ଗୋପୂଜନ, ଯଜ୍ଞ ଆହୂତି, ସତ୍ସଙ୍ଗ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି […]
କେନ୍ଦ୍ରାପଡ଼ା, ୨୩ା୨: ପଞ୍ଜାବ-ହରିୟାଣା ସୀମାର ଖାନାଉରୀ ଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳି ମାଡ଼ ଭଳି ବର୍ବର ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ, ଓଡିଶା ତରଫରୁ ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରି ଦେଶବ୍ୟାପୀ ଆହୁତ କଳା ଦିବସ ଡାକରାକୁ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଜାତିର ପିତା ମହାତ୍ମା […]
ସରକାରୀ କାର୍ଯ୍ୟକ୍ରମକୁ ଲୋକ ଲୋଚନକୁ ଆଣିବାରେ ଗଣମାଧ୍ୟମ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ । ସରକାରୀ କର୍ମଚାରୀ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି କି ନାହିଁ ସର୍ବସାଧାରଣ ଜାଣିବା ଆବଶ୍ୟକ ରହିଛି । ଏସବୁକୁ ସମସ୍ତଙ୍କ ନିକଟରେ ଗଣମାଧ୍ୟମ ହି ପହଂଚାଇଥାଏ । ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ରାଜ୍ୟ ସରକାରଙ୍କ ଅନେକ ପ୍ରକାରର ଯୋଜନାର ସଫଳ ରୁପାୟନ ପାଇଁ ସରକାରୀ ପାଣ୍ଠି ବ୍ୟୟ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର-ଜଗନ୍ନାଥପୁର ନିକଟ ବ୍ରାହ୍ମଣୀ ନଦୀରେ ଶୁକ୍ରବାର ଦିନ ୧୦ଟା ବେଳେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଚଉଦକୁଲାଟ ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିଥିଲେ । ଏହି ଶବଟି ଇନ୍ଦୁପୁର ଧୂମାତ ଗ୍ରାମର ବାବନ ଚରଣ ସାହୁ ବୋଲି ଜଣାପଡିଛି । ବାବନ ଗତ ୧୯ […]
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବହୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଶନିଶ୍ଚର ମହାଗ୍ରହଙ୍କ ନୂତନ ବିଗ୍ରହ ପୂଜାର୍ଚନା ଯଥାଵିଧି ସମ୍ପନ୍ନ କରାଯାଇଥିଲା । ଏଥି ସହିତ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଵିଧିମତେ କରାଯାଇଥିଲା । ସର୍ବପ୍ରଥମେ ଅଙ୍କୁରାରୋପଣ,କଳସ ଶୋଭାଯାତ୍ରା, ଯଜ୍ଞ କାର୍ଯ୍ୟକ୍ରମ ପରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।ଏଇ […]
କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୧୦ନମ୍ବର ୱାର୍ଡରେ ଭତ୍ତା ହିତାଧିକାରୀମାନଙ୍କୁ ଆଜି ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ୧୦ନମ୍ବର ୱାର୍ଡର ମାଧପୁର ଠାରେ ୱାର୍ଡ କାଉନସିଲର ରଶ୍ମିତା ସିଂହ ୧୪ଜଣ ଭତ୍ତା ହିତାଧିକାରୀମାନଙ୍କୁ ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୈାର କର୍ମଚାରୀଙ୍କ ସମେତ ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାର ପରିଷଦର ପୂର୍ବତନ ନଗରପାଳ ଧିରେନ କୁମାର ସାହୁଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ.କାର୍ତ୍ତିକେୟନ ପାଣ୍ଡିଆନ, ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଧାୟକ ଶଶିଭୂଷଣ ବେହେରା, ବିଧାୟିକା ସାବିତ୍ରୀ ଅଗ୍ରୱାଲ, ବିଧାୟକ ଧ୍ରୁବ ଚରଣ ସାହୁ, […]
କେନ୍ଦ୍ରାପଡ଼ା,୨୨ା୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ, ଲୋକପ୍ରିୟତା ଓ ଦକ୍ଷ ସୁଶାସନରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରଚେଷ୍ଟା ଫଳରେ ଆଜି କେନ୍ଦ୍ରାପଡାରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ଏହି ଉପଲକ୍ଷେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପୈାରହିତ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୈାରୀଶଙ୍କର ହୋଟେଲ ପରିସରରେ ଅନୁଷ୍ଠିତ […]
କେନ୍ଦ୍ରାପଡ଼ା,୨୧ା୨: ଶୁକ୍ରବାର ଦିନ ସ୍ଥାନୀୟ ସହରସ୍ଥ ଆଇଡିଆଲ୍ ପବ୍ଲିକ ସ୍କୁଲର ୩୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ସଭାପତି ସ୍ୱରାଜ ରାଜ୍ ସିଂହଙ୍କ ସଭାପତିତ୍ୱରେ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, କେନ୍ଦ୍ରାପଡା ପୌରାପାଳିକାର ଅଧ୍ୟକ୍ଷା ସରିତା ସାହୁ ମୁଖ୍ୟବକ୍ତା ଏବଂ ଅନୁଷ୍ଠାନର ସମ୍ପାଦକ ପ୍ରଭାତ ଅଧିକାରୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଆଦର୍ଶ ଶିକ୍ଷାର୍ଥୀ […]
କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମାଧପୁର ଗ୍ରାମର ମା’ବାସୁଳେଇ କ୍ଲବର ନବ ନିର୍ମିତ ଗୃହ ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବ ପରିସରରେ ୧୦ନମ୍ବର ୱାର୍ଡର କାଉନସିଲର ରଶ୍ମିତା ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଆଞ୍ଚଳିକ ପାଣ୍ଠିରେ ନିର୍ମିତ ମା’ ବାସୁଳେଇ କ୍ଲବର ନବ ନିର୍ମିତ ଗୃହକୁ ଉଦଘାଟନ କରିଥିଲେ […]
କେନ୍ଦ୍ରାପଡା, ୨୨/୨: ଅନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ପୌରସଂସ୍ଥା ଟାଉନ ହଲ୍ରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଡ. ବାସୁଦେବ ଦାସଙ୍କ ପୌରହିତ୍ୟରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା ବିକାଶ ସମିତି ଆହ୍ୱାନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା କହିଲେ ଯେ, ମାତୃଭାଷା ଆମର ଜୀବନ ଜୀବିକାର ଭାଷା ହେବା […]
କେନ୍ଦ୍ରାପଡ଼ା,୨୧ା୨: କେନ୍ଦ୍ରାପଡା ସହର ଉପଖଣ୍ଡ ଗରାପୁର ଠାରେ ନୂତନ ଇଂଗ୍ରାଜୀ ପ୍ଲେ ସ୍କୁଲ ଇନରିଚ ପବ୍ଲିକ ସ୍କୁଲ ଉଦ୍ଘାଟିତ ହୋଇଯାଇଛି । କେନ୍ଦ୍ରାପଡାର ପୌରପରିଷଦର ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଓ କେନ୍ଦ୍ରାପଡା ସ୍ୱୟଂଶାଶିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଏସକେ ସମସୁର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଫିତାକାଟି ଉଦ୍ଘାଟିତ କରି କହିଥିଲେ ଯେ ଜଣେ ମା ଯେପରି ଶିଶୁଟିକୁ ଯତ୍ନ କରି ଭଲ ମଣିଷ କରାଏ […]
କେନ୍ଦ୍ରାପଡ଼ା, ୨୧ା୨: “ଆମ ଓଡ଼ିଶା ନବୀନ ଓଡ଼ିଶା(ସହରୀ)” ଯୋଜନାରେ ରାଜ୍ୟ ସରକାରଙ୍କ ସହରାଞ୍ଚଳର ବିକାଶ ସମ୍ପର୍କରେ ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପରିଷଦର ବିଭିନ୍ନ ୱାର୍ଡ ଗୁଡିକର ଉନ୍ନତିକରଣ ପାଇଁ ନିଆଯାଇଥିବା ଜନହିତକର ଯୋଜନା ଗୁଡିକ ବିଷୟରେ ସାଧାରଣରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଚାଲିଥିବା ସଚେତନତା ଶିବିର ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସହରର ନୂଆ ବସଷ୍ଟାଣ୍ଡ ଠାରେ ପୌରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା […]
କେନ୍ଦ୍ରାପଡ଼ା,୨୧ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆୟୋଜିତ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ଦ୍ୱିତୀୟ ଦିବସରେ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ମହାଆଡମ୍ବରରେ ଆଶ୍ରମର ପ୍ରତିଷ୍ଠାତ୍ରୀ ତଥା ବିଦ୍ୟାମନ୍ଦିରର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ପଣ୍ଡିତ […]
କେନ୍ଦ୍ରାପଡ଼ା ଜିଲ୍ଲାର ସମଗ୍ର ଅଞ୍ଚଳରେ ବର୍ତ୍ତମାନ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଚାଲିଛି । ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ଯାତ୍ରାପାଟିର ବିକଟାଳ ଶବ୍ଦରେ ପ୍ରଚାର କରିବା, ବିଭାଘର ରୋଷଣୀରେ ଡ଼ିଜେ ସହିତ ଚାଙ୍ଗୁ ବାଜାର ଶବ୍ଦର କ୍ଷିପ୍ରତା ଲଗାମ ନ ଥିବା ଓ ସରସ୍ୱତୀ ପୂଜା ଭଷାଣରେ ଅତ୍ୟଧିକ ଶବ୍ଦ ଯୋଗୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସରସ୍ୱତୀ ପୂଜା […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଓ ଦିହୁଡିପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦନନଗର ପଂଚାୟତ ସରପଞ୍ଚ ବନୋଜ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ଆଜି ଅଞ୍ଚଳରେ ସବୁ ବର୍ଗର ଜନସାଧାରଣ ପାଉଥିବା ବେଳେ ଅଞ୍ଚଳର ଦ୍ରୁତ ବିକାଶ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲାଗି […]
ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ଗଣ୍ଡକୁଳ ଠାରୁ ସାତଭଉଣୀ ପର୍ଯ୍ୟନ୍ତ ରାସ୍ତା ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ପୁନଃନିର୍ମାଣ କରାଗଲେ ଏ ଅଂଚଳ ଜନସାଧାରଣ ଉତମ ଗମନାଗମନ ସୁବିଧା ପାଇପାରିବେ ଜନସାଧାରଣ ଦାବୀ କରି ଆସୁଥିଲେ । ଅଂଚଳବାସୀଙ୍କ ଦୀର୍ଘଦିନର ଦାବୀକୁ ଗ୍ରହଣ କରି ରାଜ୍ୟ ସରକାର ଏହି ରାସ୍ତା ପୁନଃନିର୍ମାଣ ପାଇଁ ଅର୍ଥ ମଂଜୁର କରିଛନ୍ତି । ଆଜି […]
କେନ୍ଦ୍ରାପଡ଼ା ଜିଲ୍ଲା ଏଡିଏମଓ ଡାକ୍ତର ପ୍ରଦୀପ ଦାସଙ୍କ ନେତୃତ୍ୱରେ ଏକ ଚାରିଜଣିଆ କାୟାକଳ୍ପ ଟିମ ସାନଜରିଆ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । କାୟାକଳ୍ପ ଟିମ ସର୍ବପ୍ରଥମେ ପ୍ରଭୁ ଶ୍ରୀ ଗଣେଶ ଓ ବାବା ଭୀମସେନ ଦାସ ଙ୍କ ପ୍ରତିମୃର୍ତି ରେ ମାଲ୍ୟାର୍ପଣ କରିଥିଲେ । ଏଇ ଅବସରରେ କାୟା କଳ୍ପଟିମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ରେକର୍ଡ଼ […]










