କେନ୍ଦ୍ରାପଡା ୩/୩ -ଗରୀବ ବାସହୀନ ଲୋକଙ୍କୁ ପକ୍କାଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କାଘର ଭଳି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ କେତେଜଣ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଆନ୍ତରିକତାର ଅଭାବରୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁନାହାଁନ୍ତି । ଗରିବ ଲୋକଟିକୁ ଆବାସ ମିଳୁ ନ ଥିବା ବେଳେ କୋଠା ଘରେ ରହୁଥିବା ଲୋକଙ୍କୁ ମିଳୁଥିବା ଖବର ଅନୁମାନାରେ ନୁହେଁ ଅନ୍ୱେଷଣରୁ […]

କେନ୍ଦ୍ରାପଡ଼ା, ୩ା୩ : ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ଫସଲ ଉଜୁଡି ଯାଉଥିବା ନେଇ ଚାଷୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଶହ ଶହ ସଂଖ୍ୟାରେ ମାଙ୍କଡଙ୍କ ଉପଦ୍ରବ ହେତୁ ଚାଷଜମି ଓ ବାଡିବଗିଚାରେ ଫସଲ ସବୁ ଉଜୁଡି ଯାଉଥିବାରୁ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ଏହାର ତୁରନ୍ତ ପ୍ରତିକାର କରାଯିବାକୁ ଦାବି […]

କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ଡିଆରଡିଓ ଅଫିସରେ ସୈନ୍ୟବାହିନୀର ଜଣେ ଯବାନଙ୍କ ଆତ୍ମହତ୍ୟା । ଯବାନ ଜଣଙ୍କ ନିଜକୁ ଗୁଳିକରି ହତ୍ୟା କରିଛନ୍ତି ବୋଲି ଆଲୋଚନା ହେଉଛିି । । ମୃତକ ଯବାନ ହେଲେ ତାମିଲନାଡୁର ରାଜେଶ କରନ୍‌(୩୫) ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ପଂଚାୟତ ରାଜେନ୍ଦ୍ରନଗର ଗାଁରେ ଚାଂଚଲ୍ୟକର ଘଟଣା ଘଟିଛି । ଏକ ଘରୁ ମା’, ବାପା, ଏବଂ ପୁଅଙ୍କ ମୃତଦେହ ରାଜନଗର ପୋଲିସ ଉଦ୍ଧାର କରିଛି । ମୃତକ ହେଲେ ବାପା ଶ୍ରୀଦାମ ମଣ୍ଡଳ(୫୩), ମା’ ଜୟନ୍ତୀ ମଣ୍ଡଳ(୪୫) ଓ ପୁଅ ପରୀକ୍ଷିତ ମଣ୍ଡଳ(୨୭) । ଆଜି ସକାଳେ ଶ୍ରୀଦାମ ମଣ୍ଡଳଙ୍କ ଝୁଲନ୍ତା ମୃତଦେହ ଛାତରୁ ତଳକୁ ଓହଳିଥିବା ଦେଖି ଗାଁ ଲୋକେ […]

ଏନସିସି ୱାନ ଓଡିଶା ଗାର୍ଲସ ବାଟାଲିୟନର ଲେଫ୍ଟନାଂଟ କର୍ଣ୍ଣଲ ବିକାଶ ମଣ୍ଡଳ ପଟ୍ଟାମୁଣ୍ଡାଇ କଲେଜକୁ ସ୍ୱତନ୍ତ୍ର ପରିଦର୍ଶନରେ ଆସି କଲେଜ ଏନସିସି ବାଳିକା ଶାଖାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଦାରଖ କରିଥିଲେ । ତାଙ୍କ ସହିତ ଏସଏମ ବିରାଜ ସାବ, ଏସ ପ୍ରଧାନ ଯୋଗ ଦେଇ ବାଳିକା ଏନସିସି କ୍ୟାଡ଼େଟ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କ ସ୍କିଲ ଓ ଉଇଲ ପାୱାର ବଢ଼ାଇକୁ ପରାମର୍ଶ ଦେଇଥିଲେ […]

କେନ୍ଦ୍ରାପଡ଼ା,୨ା୩: କେନ୍ଦ୍ରାପଡ଼ାର କୋଟି କୋଟି ଟଙ୍କା ଲୁଟିନେଲେ ବାପ ଓ ପୁଅ ସମେତ ମୁନ୍ନା । ବିଗତ ୫ ବର୍ଷ ମଧ୍ୟରେ ୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଲେଣି । ବାପ ଓ ପୁଅ ଜନତାଙ୍କ ସେବା ବଦଳରେ ଲୁଟିବାରେ ଲାଗିଛନ୍ତି । ସେମାନେ କେନ୍ଦ୍ରାପଡ଼ା ଲୋକଙ୍କୁ ଲୁଟିବା ନିମନ୍ତେ ଯୋଜନା ପ୍ରସ୍ତୁତ କରି ଲୁଟ କରିବାରେ ବ୍ୟସ୍ତ ରହିଛନ୍ତି । ଏମାନେ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ପିସି […]

କେନ୍ଦ୍ରାପଡ଼ା, ୨ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ବିଲ୍ଡିଂରେ ଆଜି ଅପରାହ୍ନ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ବିଲ୍ଡିଂଟି ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରାୟ ୧୦ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । କେନ୍ଦ୍ରାପଡାରୁ ଦୁଇଟି ଅଗ୍ନିଶମ ଗାଡି ସେଠାକୁ ଯାଇ ନିଆଁକୁ ଆୟତ […]

କେନ୍ଦ୍ରାପଡ଼ା,୨ା୩ : କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଗଣେଶ ଚନ୍ଦ୍ର ରାଉତ କାର୍ଯ୍ୟରୁ ଅବସରଗ୍ରହଣ କରିଥିବାଙ୍କୁ ତାଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ ଗଣେଶ ଚନ୍ଦ୍ର ରାଉତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି […]

କେନ୍ଦ୍ରାପଡ଼ା,୨ା୩: ଆସନ୍ତା ମାର୍ଚ୍ଚ ୫ ତାରିଖ ଦୈତାରୀ-ପାରାଦ୍ୱୀପ ଜାତୀୟ ରାଜପଥର ୮ ଲେନ୍ ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସ୍ୱାଗତ କରିବା ସହ କେନ୍ଦ୍ରାପଡାବାସୀଙ୍କୁ ରେଳସେବା ଯୋଗାଇ ଦେବାକୁ ଦାବି କରି ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ଶ୍ରୀ ବେହେରା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ସେହିଦିନ ଅର୍ଥାତ୍ ମାର୍ଚ୍ଚ ୫ ତାରିଖରେ ହରିଦାସପୁର-ପାରାଦ୍ୱୀପ ରେଳପଥରେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଶନିବାର ମଧ୍ୟାହ୍ନରେ ଦୁଇ ଯୁବକ ଗାଧୋଇବା ବେଳେ ଅସାବଧାନତା ବଶତଃ  ଗଭିର ପାଣି ବୁଡି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଦ୍ୱୟ ଉତରପ୍ରଦେଶ ଆଗ୍ରା ଅଂଚଳ ତଣ୍ଡାଲା ଗ୍ରାମର ଅଜିତ କୁଅଁର (୨୨) ଏବଂ ଜାଭେଦ୍ ଖାନ (୨୦) । ଏକ କମ୍ପାନିର କଲର ପ୍ରିଂଟ ୱାଲ କରିବାକୁ ଆସି ଫେରେୁଥିବା ବେଳେ ଏପରି ଘଟଣା […]

କେନ୍ଦ୍ରାପଡ଼ା,୧ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଗଣେଶ ଚନ୍ଦ୍ର ରାଉତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପରିସରରେ ସଭାପତି ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ମୁଖ୍ୟଅତିଥି ଓ ପଳସିଂହା ହାଇସ୍କୁଲର ପ୍ରଧାନ ଶିକ୍ଷକ […]

କେନ୍ଦ୍ରାପଡ଼ା,୧ା୩: ଦୀର୍ଘ ୪୦ବର୍ଷ ଧରି ଆୟୋଜିତ ହୋଇଆସୁଥିବା ପଦ୍ମପୁର ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ଗୋପାଳଜିୟୁ ଡ୍ରାମାଟିକ୍ କ୍ଳବ୍ ଦ୍ୱାରା ପରିବେଷଣ ହେବାକୁ ଯାଉଛି ଦୁଇଟି ମଞ୍ଚସ୍ଥ ନାଟକ । ଏନେଇ ସାଂସ୍କୃତିକ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଓ କଳାକାରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ୧୨ ଓ ୧୩ ତାରିଖରେ ହେବାକୁ ଯାଉଥିବା ଏହି ଦୁଇଟି ପାରିବାରିକ ଘଟଣାର ଚର୍ଚ୍ଚିତ […]

କେନ୍ଦ୍ରାପଡ଼ା, ୨୮ା୨: କେନ୍ଦ୍ରାପଡାରେ ବିନୋଥ ଯୁଗଳ କିଶୋର ଏସପି ଭାବରେ ଗତ ଜାନୁଆରୀମାସ ୨୮ତାରିଖରେ ଯୋଗଦେଇଥିଲେ । କେନ୍ଦ୍ରାପଡାରେ ମାତ୍ର ଏକମାସ ୨ଦିନ କାର୍ଯ୍ୟ କରିବା ପରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲାର ଏସପି ଭାବରେ ବଦଳି କରିଦିଆଯାଇଛି । ଶ୍ରୀ ବିନୋଥଙ୍କ ସ୍ଥାନରେ ୨୦୧୭ ବ୍ୟାଚର ଆଇ.ପି.ଏସ. ତଥା ଖୋର୍ଦ୍ଧାର ଏସପି ଥିବା ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡାର ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଏସପି ଶ୍ରୀ କଟାରିଆ ପ୍ରଥମେ […]

କେନ୍ଦ୍ରାପଡ଼ା,୧ା୩: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଆନ୍ତର୍ଜାତୀୟ ଚକ ଚୌକି ଦିବସ ମହାସମାରୋହରେ ପାଳନ କରିବା ପାଇଁ ଯୋଜନା ହୋଇଥିଲା । ତଦନୁଯାୟୀ ଆଜି ସକାଳ ୮ ଘଟିକା ସମୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ୩୦ଜଣ ଚଳନ୍ତି ବାଧିତ ପିଲାମାନଙ୍କୁ ନେଇ ଇଣ୍ଡୋର ଷ୍ଟାଡିୟମ୍‌ରେ ବାସ୍କେଟ ବଲ୍ ପ୍ରତିଯୋଗିତା ଅନୁଷ୍ଠିତ […]

କେନ୍ଦ୍ରାପଡ଼ା,୧ା୩: ଆଜି ଅପରାହ୍ନ ୧୦ଘଟିକା ସମୟରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ପରିଚାଳିତ ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବିଲା କରିବା ପାଇଁ ଆବଶ୍ୟକ ଆଗୁଆ ପଦକ୍ଷେପ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କ’ଣ ନେଇଛନ୍ତି ତାହା […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ଗତ ୧୭ବର୍ଷ ହେବ ବନ୍ଦ ପଡିଥିବା ବେଳେ ଗତ ବର୍ଷ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନାରେ ମୋଟ ୩୬,୯୧,୩୬,୦୦୦ ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁର ଦେଇ ବିରଜା କନଷ୍ଟ୍ରକଶନ କମ୍ପାନୀ ସହ ଏଗ୍ରିମେଂଟ ସରିବା ବର୍ଷେ ବିତିଲାଣି । ହେଲେ ଏଯାଏଁ ସେତୁ ନିର୍ମାଣ ଆରମ୍ଭ ହୋଇନାହିଁ । ଫଳରେ […]

ପଂଚଭୂତରେ ଲୀନ ହେଲେ ନିଜର ଦୁଇ କିଡନୀ ଦାନ କରି ଦୁଇ ଜଣକୁ ନୂଆ ଜୀବନ ଦେଇଥିବା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗ୍ରାମର ରମେଶ ଚନ୍ଦ୍ର ଦାସ ପୁଅ ଓମ୍ ଶିବୁ ଦାସ । ଏହି ମହତ କାମ ପାଇଁ କଟକ ଏସସିବି ମେଡିକାଲ କଲେଜ ପକ୍ଷରୁ ଓମ୍ ଶିବୁଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ବିଦାୟ ଦିଆଯାଇଥିଲା । ଶୁକ୍ରବାର ନିଜ ଜନ୍ମମାଟିରେ ଶିବୁଙ୍କ ଶେଷକୃତ୍ୟ ସଂପନ୍ନ […]

କେନ୍ଦ୍ରାପଡା, ୨୯/୨: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଫାଷ୍ଟଟ୍ରାକ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ତ୍ରୀବିକ୍ରମ କେଶରୀ ଚିହ୍ନାରା । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜଣେ ନାବାଳିକାର ପରିବାର କ ଭଡାଘର ନେଇ ରହିଆସୁଥିଲେ । ନାବାଳିକାର ପିତା ଜଣେ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେ ସବୁଦିନ ତାହାର ଘର ପାଖରେ […]

କେନ୍ଦ୍ରାପଡ଼ା, ତା ୨୯/୦୨: ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ସମୟରେ ପ୍ରାର୍ଥିଙ୍କ ନିର୍ବାଚନ ଖର୍ଚ୍ଚ ତଦାରଖ (ଇଲେକ୍ସନ୍ ଏକ୍ସପେଣ୍ଡିଚର୍ ମନିଟରିଂ) ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ  ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇ କହିଥିଲେ “ଭାରତୀୟ ନିର୍ବାଚନ ଆୟୋଗଙ୍କ ନୀତି ନିୟମକୁ ଆମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ […]

ସାରା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨ହଜାର ସି ଏସ ପି ଜରିଆରେ ସରକାର ଆମ ବ୍ୟାଙ୍କ ସେବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭୁବନେଶ୍ୱର ଠାରେ ବିଭାଗୀୟ ମନ୍ତ୍ରୀ ସଚିବଙ୍କ ଉପସ୍ଥିତିରେ ଆମ ବ୍ୟାଙ୍କ ସେବା ଉଦଘାଟନ କରିଛନ୍ତି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ୧୩ଟି ପଂଚାୟତରେ ଆମ ବ୍ୟାଙ୍କ ସେବା ଉଦଘାଟିତ ହୋଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ପଂଚାୟତରେ ଆମ […]

କେନ୍ଦ୍ରାପଡ଼ା,୨୯ା୨ : କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଥର ନିମନ୍ତେ ଜନୈକ ଶିକ୍ଷୟିତ୍ରୀ ଅବସର ଦିନ ଫାଇନାଲ ପେନସନ ମଞ୍ଜୁରୀପତ୍ର ପାଇଥିବା ଦେଖାଯାଇଛି । କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଭରତପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକ ଆଜି କାର୍ଯ୍ୟରୁ ଅବସର ନେଇଥିବା ବେଳେ ତାଙ୍କୁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଫାଇନାଲ ପେନସନ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଉତ୍ସବରେ କେନ୍ଦ୍ରାପଡା […]

କେନ୍ଦ୍ରାପଡ଼ା,୨୯ା୨: କେନ୍ଦ୍ରାପଡା ପୈାରସଂସ୍ଥା ଅନ୍ତର୍ଗତ ୫ଟି ୱାର୍ଡର ଅଧିବାସୀଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପୈାରସଂସ୍ଥା ଟାଉନହଲ ପରିସରରେ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମର ଅଧାରରେ ମୁଖ୍ୟମନ୍ତ୍ରୀ ନବୀନ ଶ୍ରୀ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ସହରବାସୀଙ୍କ ପାଇଁ ବିଭିନ୍ନ ସୁବିଧା ଓ ସେବା ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରି କହିଲେ ଯେ […]

ଷ୍ଟାର ପ୍ଲସ ଟିଭି ଚ୍ୟାନେଲ ଓ ହଟ ଷ୍ଟାରରେ ହେଉଥିବା ଜାତୀୟ ସ୍ତରରେ ଡ୍ୟାନ୍ସ ରିଅଲିଟି ଶୋ ‘ଡ୍ୟାନ୍ସ ପ୍ଲସ-ପ୍ରୋରେ ଭାଗ ନେଇ କମାଲ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସୁନାମଧନ୍ୟ ଅଗ୍ରଣୀ ଡ୍ୟାନ୍ସ ସ୍କୁଲ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀ ଛାତ୍ର ରାକେଶ ସାହୁ । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡିଶା ରାଜ୍ୟର ଏକମାତ୍ର ପ୍ରତିଯୋଗୀ ଭାବେ ବିଭିନ୍ନ ରାଜ୍ୟର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପରାସ୍ତକରି […]

କେନ୍ଦ୍ରାପଡା, ୨୮/୨: କେନ୍ଦ୍ରାପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ୪୧ତମ ବାର୍ଷିକ ସମ୍ମିଳନୀ ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପିତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ମୁଖ୍ୟଅତିଥି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ପ୍ରବନ୍ଧକ ରମାକାନ୍ତ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୁବାଷ ଚନ୍ଦ୍ର ପାତ୍ର […]