କେନ୍ଦ୍ରାପଡ଼ା,୨୮ା୨: ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ବିରସ୍ୱତୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ କେନ୍ଦ୍ରାପଡା ବ୍ଲକ ଅଞ୍ଚଳର ସର୍ବୋତ୍ତମ ଆଦର୍ଶ ପ୍ରାଥମିକ ଶିକ୍ଷକ ଭାବେ ଏହି ପୁରସ୍କାର ପାଇଛନ୍ତି । ଏହି ଅବସରରେ ଗତ ରବିବାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମାବେଶରେ ଶିକ୍ଷୟିତ୍ରୀ ଶ୍ରୀମତୀ […]
Year: 2024
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ ବୁଧବାର ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଶୁଭ ଶିଳାନ୍ୟାସ କରିଛନ୍ତି । ଆଜି ଜାତୀୟ ବିଜ୍ଞାନ ଦିବସରେ ପଟ୍ଟାମୁଣ୍ଡାଇ-ରାଜନଗର ବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାୟ ୬ କୋଟି ୫୦ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିବାରୁ ପଟ୍ଟାମୁଣ୍ଡାଇ ବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବୁଧବାର […]
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିଡିଓ କନଫରେନ୍ସ ଯୋଗେ ଶୁଭ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ଓ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ଜାତୀୟ ବିଜ୍ଞାନ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଠାରୁ ଦେଉଳି ପର୍ଯ୍ୟନ୍ତ ରାସ୍ତାର ନିର୍ମିତ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସ୍ଥାନୀୟ ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ୫ କୋଟି ୧୫ ଲକ୍ଷ ଟଙ୍କା ଟଙ୍କା ବ୍ୟୟ ଅଟକଳରେ ଗ୍ରାମ ଉନୟନ ବିଭାଗ ଦ୍ୱାରା କରାଯିବାକୁ ଥିବା ଉକ୍ତ ରାସ୍ତାର ଶିଳାନ୍ୟାସ କରିବା ସହିତ ଗ୍ରାମାଞ୍ଚଳରେ ଗମନାଗମନ ବିକାଶ ସହ ଉତ୍ତମ ପରିବହନ ସେବା ପାଇଁ ଲଷ୍ମୀ […]
କେନ୍ଦ୍ରାପଡ଼ା,୨୭ା୨: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ମହାବୀର ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଓଡ଼ିଶାରୁ ବିଲୁପ୍ତ ହେବାକୁ ବସିଥିବା ଲୋକସଙ୍ଗୀତ, ଲୋକନୃତ୍ୟ ଓ ଲୋକବାଦ୍ୟର ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଏକ ଲୋକକଳା ମହୋତ୍ସବ ଦୁଇଦିନ ଧରି ଇନ୍ଦୁପୁରଠାରେ ଅନୁଷ୍ଠିତ ହୋଇଯାଇଚି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଲୋକକଳା ସୁତାକଣ୍ଡେଇ ନୃତ୍ୟକୁ ବଞ୍ଚାଇ ରଖିଥିବା […]
କେନ୍ଦ୍ରାପଡ଼ା,୨୭ା୨:ଚକେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ବ୍ରହ୍ମଚାରୀ ନୃସିଂହନାଥ ଦାସ ଆଶ୍ରମ ପରିସରରେ ଏବଂ ଆଳିଜଙ୍ଗା ରାସ୍ତା କଡରେ ବିଭିନ୍ନ ଫଳ ଓ ଫୁଲ ଗଛର ଚାରା ରୋପଣ କରିଛନ୍ତି । ଆଗକୁ ଆସୁଥିବା ପ୍ରବଳ ଗୀଷ୍ମପ୍ରବାହରେ ପଥଚାରୀମାନେ ସେହିସବୁ ବୃକ୍ଷମୂଳରେ ଆଶ୍ରୟ ନେବା ସହ ଗଛର ଫଳ ଓ ଫୁଲକୁ ବ୍ୟବହାର କରିପାରିବେ ବୋଲି ବ୍ରହ୍ମଚାରୀ ଶ୍ରୀ ଦାସ କହିଛନ୍ତି । ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ […]
କେନ୍ଦ୍ରାପଡ଼ା,୨୭ା୨: କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ମିଶନଶକ୍ତି ଅଧିନରେ ଋଣ ନେଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଋଣର ସୁଧବାବଦ ଅର୍ଥ ସେମାନଙ୍କୁ ଫେରସ୍ତ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବିଡିଓ ବନ୍ଦନା ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଏବଂ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ ଓ ପୈାରାଧ୍ୟକ୍ଷା ସରିତା […]
କେନ୍ଦ୍ରାପଡ଼ା, ୨୭ା୨: ରାଜ୍ୟରେ ୪୨ଟି କ୍ରୀକେଟ ଏକାଡେମୀ, ୪ଟି କ୍ରୀକେଟ ଷ୍ଟାଡିୟମ, ୩ଟି ସ୍ପୋର୍ଟସ କମ୍ପେ୍ଲକ୍ସ, ଗୋଟିଏ ଭାର ଉତ୍ତୋଳନ ଏକାଡେମୀ, ଗୋଟିଏ ୨୦୦ ଖେଳାଳୀ ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ମୁଖ୍ୟମନ୍ତ୍ରୀ ଲୋକାର୍ପିତ ଓ ଶୀଳାନ୍ୟାସ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କୁ କେବଳ ଧୋକ୍କା ଦିଆଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାବାସୀ ବିଜୁବାବୁଙ୍କୁ ଅତିତରେ ରାଜନୈତିକ ଜୀବନ୍ୟାସ ଦେଇଥିଲେ । ତା’ର ପ୍ରତିବଦଳରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ, ପ୍ରତାରଣା, ପ୍ରତିଶ୍ରୁତି ଓ […]
ଓଡିଶା ପ୍ରଗତିର ସାରଥୀ ମିଶନଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଓ ପୂର୍ବରୁ କରିଥିବା ଋଣ ବାବଦକୁ ସୁଧ ଫେରସ୍ତ କରିବା ପାଇଁ ଆଜି ଭୁବନେଶ୍ୱର ଠାରେ ଆୟୋଜିତ ମିଶନଶକ୍ତି ମହାସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ମହାସମ୍ମିଳନୀ ଆୟୋଜିତ ହୋଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି କାୟାକଳ୍ପ ଟିମ ସଦସ୍ୟ। । ସୋମବାର ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ କାୟାକଳ୍ପ ଟିମ ଡା ପ୍ରଶାନ୍ତ ହୋତାଙ୍କ ନେତୃତ୍ୱରେ ବାଲଚନ୍ଦନ ବିଏଲ,ଡା ଅନିଲ ପଟ୍ଟନାୟକ ପ୍ରମୁଖ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କରି ହସ୍ପିଟାଲର ଇନଡୋର୍, ଆଉଟ୍ ଡୋର୍, ଫ୍ଲୁ ସେଣ୍ଟର, ଔଷଧ ଭଣ୍ଡାର, ରୋଗୀ ୱାର୍ଡ, ପ୍ରସୂତି […]
କେନ୍ଦ୍ରାପଡ଼ା,୨୬ା୨: କେନ୍ଦ୍ରାପଡା ସହରର ଜଣେ ଗ୍ୟାରେଜ ମାଲିକଙ୍କ ଖାମଖିଆଲି ଯୋଗୁଁ ଏକ ସ୍କୁଟି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତର ଖଣ୍ଡିଆବନ୍ଧ ଗ୍ରାମର ଶିକ୍ଷକ ସ୍ୱର୍ଗତ ଉତ୍ସବ ସ୍ୱାଇଁଙ୍କ ପୁତ୍ର ରଣଜିତ କୁମାର ସ୍ୱାଇଁ ତାଙ୍କ ଭଉଣୀଙ୍କ ସ୍କୁଟିର ସାଇଲେନ୍ସରରେ ଏକ ହୋଲ ହୋଇଯାଇଥିବାରୁ ତାକୁ ନେଇ ଓଲଡିଂ କରିବାକୁ କଜଳାର ଜ୍ଞାନପିଠ ପାଖରେ ଥିବା […]
କେନ୍ଦ୍ରାପଡ଼ା,୨୬ା୨:ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରିବାରେ ଅବହେଳା ଯୋଗୁଁ ଆଜି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଓ ପ୍ରତାପ କୁମାର ମହାନ୍ତି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ଅନୁଯାୟୀ କେତେକ ତଥ୍ୟ ପ୍ରଦାନ ନିମନ୍ତେ ଯଥାକ୍ରମେ ଗତ ୧୨.୦୮.୨୦୨୩ ଓ ୧୪.୦୯.୨୦୨୩ରିଖରେ ଆବେଦନ […]
କେନ୍ଦ୍ରାପଡ଼ା,୨୬ା୨ : ଚାଷୀ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଦାବିରେ ଦେଶର ଚାଷୀମାନେ ଦୀର୍ଘ ବର୍ଷଧରି ଦାବି କରୁଛନ୍ତି । ସରକାର ଏଥିଲାଗି ସୁପାରିସ କରିଥିବା ଏମ୍. ଏସ୍. ସ୍ୱାମୀ ନାଥନ୍ଙ୍କୁ ଭାରତରତ୍ନ ଦେଇ ପ୍ରଶଂସା ନେବାକୁ ଉଦ୍ୟମ କରୁଥିବା ବେଳେ ଡବ୍ଲ୍ୟୁ. ଟି. ଓ. ନିର୍ଦ୍ଦେଶରେ ଏହି ଆଇନ ପ୍ରଣୟନ ନକରିବା ପାଇଁ ବଦ୍ଧ ପରିକର । ସେଇଥିପାଇଁ ରାଜଧାନୀ ଦିଲ୍ଲୀକୁ ଆନ୍ଦୋଳନ କରିବାକୁ ଆସୁଥିବା ଚାଷୀମାନଙ୍କ […]
କେନ୍ଦ୍ରାପଡ଼ା,୨୬ା୨ : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ଗ୍ରାମପଞ୍ଚାୟତର ହଳଦିଡିହ ଛକ ନିକଟରେ ଆୟବା ପଟୁ ଆସୁଥିବା ଏକ ବୋଲେରୋ ନଂ- ଓଡି-୦୫-ବିଏ- ୮୯୦୧ ଗାଡିଟି ରାସ୍ତା କଡରେ ଥିବା ଏକ ୟୁକାଲିପଟାସ ଗଛରେ ଜୋରରେ ଧକ୍କା ହେବାରୁ ଘଟଣାସ୍ଥଳରେ ୩ଜଣ (କଳାକାର)ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଆୟବା ଗ୍ରାମପଞ୍ଚାୟତର ନରଣପୁର ଗ୍ରାମରେ ଜାଗର ଓ ଯଜ୍ଞ […]
ଚେନ୍ନାଇରେ ଭାରତ ଭାରତୀ ପକ୍ଷରୁ ମାତୃଭାଷା ଦିବସ-୨୦୨୪ ମହା ସମାରହରେ ପାଳନ ହୋଇଯାଇଥିବା ବେଳେ ଦୀର୍ଘ ବର୍ଷ ହେବ ସେଠାରେ ରହୁଥିବା ପ୍ରାବାସୀ ଓଡିଶା ବାସୀ ଏହି ମାତୃଭାଷା ଦିବାସକୁ ବହୁ ଆଡମ୍ବର ସହକାରେ ପାଳନ କରିଛନ୍ତି । ଏଥିନେଇ ଚେନ୍ନାଇରେ ବସବାସ କରୁଥିବା ଭାରତର ୨୨ ରାଜ୍ୟର ଲୋକେ ନିଜନିଜ ଭାଷାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି ଓଡ଼ିଶାବାସୀଙ୍କ ଦ୍ୱାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ […]
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ପଂଚାୟତ ବଡପଡା ଗ୍ରାମର ପ୍ରସନ୍ନ ସାମଲଙ୍କ ଘରେ ଗତକାଲି ଆକସ୍ମିକ ଅଗ୍ନିକାଣ୍ଡ ଘଟି ୨ବଖରା ଚାଳଛପର ଘର, ଧାନ, ଚାଉଳ, ମୁଗ, ବିରି, ଲୁଗାପଟା, ସୁନା ରୁପା ଅଳଙ୍କାର, ଟିଭି, ଫ୍ୟାନ ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବ୍ଲକ ଯୁବବିଜେଡି ସଭାପତି କୈଳାଶ ସିଂହ, ବଡପଡା […]
ସମୟ ସୁଅରେ ଏବେ ସମସ୍ତେ ବ୍ୟସ୍ତ। କିଏ କର୍ମମୟ ଜୀବନର ଚାପରେ ତ ଆଉ କିଏ ପାରିବାରିକ ଜଞ୍ଜାଳରେ ବନ୍ଧା। ଇଚ୍ଛା ଥିଲେ ବି ଯେମିତି କାହା ପାଇଁ କାହା ପାଖରେ ସମୟ ନାହିଁ । ଏମିତିରେ ଏବେ ଅନେକଙ୍କ ପାଇଁ ସ୍କୁଲ୍ ଆଉ କଲେଜ ବେଳର ଅପାସୋରା ସ୍ମୃତିକୁ ତାଜା କରିବାର ବଳିଷ୍ଠ ମାଧ୍ୟମ ସାଜିଛି ପୁରାତନ ବନ୍ଧୁମିଳନ ଉତ୍ସବ । ହେଇ ଯେମିତି ଦୀର୍ଘ ୪୭ ବର୍ଷ […]
ଗଣ୍ଡକୁଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ଗତ ୨୩,୨୪,୨୫ ତାରିଖ ତିନି ଦିନ ଧରି ଆୟୋଜିତ ରାଜ୍ୟ ସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ଉଦଯାପିତ ହୋଇଯାଇଛି | ଗଣ୍ଡକୁଳ ଜୟ ଗୁରୁ ଆଶ୍ରମ ସମ୍ମୁଖ ପଡିଆରେ ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ସାରସ୍ୱତ ସଂଘ ସଭାପତି ଗଗନେନ୍ଦ୍ର ମହାପାତ୍ର, ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ଦୂର୍ଗା ଚରଣ ଭାଇ,ବରିଷ୍ଠ […]
କେନ୍ଦ୍ରାପଡା, ୨୫ା୨: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆଠାରେ କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ବିଶିଷ୍ଟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ଯୋଗ ଦେଇଥିବାବେଳେ କେନ୍ଦ୍ରାପଡା ସ୍ୱୟଂଶାସିତ […]
କେନ୍ଦ୍ରାପଡ଼ା,୨୫ା୨ : ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଡାକ ସେବକସଙ୍ଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ସହରର ହୋଟେଲ ଗୋଲଡେନ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଲିୟାକତ ଅଲ୍ଲୀ, ସୂର୍ଯ୍ୟକାନ୍ତ ସାମଲ, ଅଶୋକ କୁମାର ପଣ୍ଡାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସହୀଦ ବେଦୀରେ ମାଲ୍ୟାର୍ପଣ ପରେ ସମ୍ମିଳନୀକୁ ଉଦଘାଟନ କରି ଶ୍ରମିକନେତା ଗୟାଧର ଧଳ ଦେଶ ଆଜି ସଙ୍କଟଜନକ ପରିସ୍ଥିତି […]
କେନ୍ଦ୍ରାପଡା, ୨୫/୨- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୂମାତ ନୂଆସାହିଠାରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତ ପର୍ଶୁରାମ ସ୍ୱାଇଁଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଅଛି । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ସମାଜସେବୀ ଜନ୍ମେଜୟ ପ୍ରଧାନ, ଭିତରକନିକା ଭାରତୀୟ ଷ୍ଟେଟ୍ବ୍ୟାଙ୍କ ଶାଖା ପରିଚାଳକ ମନୋରଞ୍ଜନ ସ୍ୱାଇଁ, ସ୍ନେହାଂଶୁ ଦାସ, ଅଲେଖ ସ୍ୱାଇଁ, ଶିକ୍ଷାବିତ୍ ଅଭିରାମ ସ୍ୱାଇଁ, ରାଜକିଶୋର […]
କେନ୍ଦ୍ରାପଡା ୨୫/୨ – ବାରୁଅ ସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଶ୍ରୀ ସିଦ୍ଧ ମହାପୁରୁଷ ମହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ସଙ୍ଗୀତ ନେିଦ୍ଦର୍ଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ମହୋତ୍ସବର ମୁଖ୍ୟ ଅତିଥି ଭାବରେ ପଣ୍ଡିତ୍ ହୃଷିକେଶ ରଥ […]
କେନ୍ଦ୍ରାପଡା ୨୫/୨- କେନ୍ଦ୍ରାପଡାସ୍ଥିତ ଜଜାଙ୍ଗପାର୍କ ପଡିଆରେ ଛତ୍ରପତି ଶିବାଜୀ ଟାଇକୋଣ୍ଡୋ ଏକାଡେମୀ ତରଫରୁ “ବେଲ୍ଟ ପ୍ରମୋସନ ଟେଷ୍ଟ” ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ୫୦ ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା ଜିଲ୍ଲାର ବିଭିନ୍ନ କୋଣଅନୁକୋଣରୁ ଚୟନୀତ ହୋଇ ପରୀକ୍ଷା ଦେବାପାଇଁ ଆସିଥିଲେ । ଉକ୍ତ ପରୀକ୍ଷାରେ ଶିକ୍ଷାର୍ଥୀ ଶିଖିଥିବା କଳା ଯଥା “ପଞ୍ଚ” ବା ହସ୍ତଯୁଦ୍ଧ କଳା “କିକ୍” ପାଦ ଯୁଦ୍ଧ କଳା ଓ “କାତା” ବା […]
ଗୁରୁ ଙ୍କ ଯୋଗୁଁ ମନରେ ଶକ୍ତି ଓ ଭକ୍ତି ଆସିବା ସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟିକଲ୍ୟାଣ, ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଗଣ୍ଡକୁଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ଆଜି ରାଜ୍ୟ ସ୍ତରୀୟ ନିଗମାନନ୍ଦ ଭକ୍ତ ସମ୍ମିଳନୀର ଦ୍ୱିତୀୟ ସନ୍ଧ୍ୟାରେ ବରେଣ୍ୟ ଅତିଥିଭାବେ ଯୋଗ ଦେଇ […]










