କେନ୍ଦ୍ରାପଡ଼ା,୬ା୧୨: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଚକ୍ରପୁର ଗ୍ରାମରେ ଆଜି କୁମ୍ଭକାରମାନଙ୍କର ଗଣପର୍ବ କୁରାଳ ପ-୍ଚମୀ ମହାସମାରୋହରେ ପାଳନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା କୁମ୍ଭକାର ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯର୍୍ୟକ୍ରମରେ ଅରୁଣ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ପାରମ୍ପରିକ ରୀତିନିତିରେ ଲକ୍ଷ୍ମୀନାରାୟଣଙ୍କ ପୂଜା ବିଧାନ କରାଯାଇ ପର୍ବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ବେହେରା, ବାମଦେବ ବେହେରା, ଦାମୋଦର ବେହେରା, ଦଇତାରୀ ବେହେରା, କ୍ଷୀରୋଦ […]
Year: 2024
ପଟ୍ଟାମୁଣ୍ଡାଇ ତା ୬/୧୧- ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ଓ କେନ୍ଦ୍ରାପଡ଼ା କଲେଜ ରସାୟନ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ “ଆକାଡେମିଆ ଇଣ୍ଡଷ୍ଟ୍ରି ଇଣ୍ଟରଫେସ ଓ ସସଷ୍ଟେନବୁଲ ଏନଭିରନମେଣ୍ଟ ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୂର୍ବତନ ଉପକୁଳପତି ଓ ବର୍ତମାନର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ରତନ […]
ପଟ୍ଟାମୁଣ୍ଡାଇ ତା ୬/୧୨- ପଟ୍ଟାମୁଣ୍ଡାଇ ଦଳିତ ଜାତିସଂଘ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ ଭୀମ ରାଓ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ସଭାପତି କଳ୍ପତରୁ ମଲିକଙ୍କ ପୌରହିତ୍ୟରେ ଦଳିତ ଜାତି ସଂଘ କାର୍ଯ୍ୟାଳୟରେ ଆୟୋଜିତ ସଭାରେ କଂଗ୍ରେସ ଦଳିତ ସେଲ ଜିଲ୍ଲା ଅଧକ୍ଷ ସର୍ବେଶ୍ୱର ସେଠୀ,ଆମ୍ବେଦକର ଲୋହିଆ ବିଚାର ମଞ୍ଚ ସଭାପତି ବିଷ୍ଣୁ ମଲିକ,ସୁମନ୍ତ ମାଝୀ, ଉତ୍ତମ ମଲିକ,ଖଗେଶ୍ୱର ମଲିକ, ବାବାଜୀ ମଲିକ,ଦିଲ୍ଲୀପ ମଲିକ, ଆଦିକନ୍ଦ ଜେନା, […]
ପଟ୍ଟାମୁଣ୍ଡାଇ ତା ୬/୧୨ -ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ ଭି ଆର ଆମ୍ବେଦକରଙ୍କ ୬୯ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀଙ୍କ ପୌରହିତ୍ୟରେ ସ୍ଥାନୀୟ ବାଇପାସ ଠାରେ ଆୟୋଜିତ ସ୍ମୃତି ସଭାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ ମୁଖ୍ୟବକ୍ତା,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, […]
କେନ୍ଦ୍ରାପଡ଼ା,୬ା୧୨: କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ବାରୋ ଠାରୁ ପଥରକଣୀ ରାସ୍ତାରେ ଏକ ସଡକ ଦୂର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପୈାରାଞ୍ଚଳ ଅଧିନ ୧୧ନମ୍ବର ୱାର୍ଡର ଅଧିବାସୀ ସେକ ତଇ ତୁଲ୍ଲା(୫୩) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୬ ଟା […]
କେନ୍ଦ୍ରାପଡ଼ା,୬ା୧୨: ପୂର୍ବରୁ ଅଣ୍ଡାମାଡ଼ କରାଯାଇଥିବା ଚର୍ଚ୍ଚିତ ତଥା ବିବାଦୀୟ କେନ୍ଦ୍ରାପଡା ବ୍ଲକ ବିଡିଓ ବନ୍ଦନା ଖଟୁଆ ସଂପୂର୍ଣ୍ଣ ପୋଲିସ ସୁରକ୍ଷା ବଳୟ ଭିତରେ ଶୁକ୍ରବାର କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟ ପରିତ୍ୟାଗ କରିଛନ୍ତି। ପୁନର୍ବାର ତାଙ୍କୁ ଅଣ୍ଡାମାଡ଼ କରାଯିବାର ଆଶଙ୍କା କରି ସେ ପୋଲିସ ସୁରକ୍ଷା ଲୋଡିଥିଲେ। ଫଳରେ କେନ୍ଦ୍ରାପଡ଼ା ବ୍ଲକ ପରିସରରେ ପୋଲିସ ସୁରକ୍ଷା ବଳ ମୁତୟନ ହୋଇଥିଲେ। କେନ୍ଦ୍ରାପଡ଼ା ଟାଉନ୍ ଥାନା ପକ୍ଷରୁ ପୂର୍ବାହ୍ଣ ୧୧ଟାରୁ କେନ୍ଦ୍ରାପଡ଼ା ବ୍ଲକ […]
କେନ୍ଦ୍ରାପଡ଼ା, ୬ା୧୨: ବସପୁର ବାଲି ଖାଦାନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ଓ ଖଣି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ଉଭୟ ଗୋଷ୍ଠୀ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ସୂଚନା ଅନୁଯାୟୀ କେନ୍ଦୁଝରର ଯୋଗେନ୍ଦ୍ର ବେହେରା ଏହି ବାଲି ଘାଟରୁ ବାଲି ଉଠାଇବା ପାଇଁ ଅନୁମତି ନେଇଛନ୍ତି। କିନ୍ତୁ ସେ ନିଜେ ବାଲି ନଉଠାଇ ଜଣେ ବ୍ୟକ୍ତିଙ୍କୁ କ୍ଷମତାପତ୍ର(ପାୱାର ଅଫ୍ ଆଟର୍ଣ୍ଣି)ପ୍ରଦାନ […]
କେନ୍ଦ୍ରାପଡ଼ା,୫ା୧୨: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ତ୍ରିଦିବସୀୟ ସାମାଜିକ ଲିଙ୍ଗଗତ ସମତା ଆଧାରିତ କାର୍ଯ୍ୟକ୍ରମ “ବର୍ଣ୍ଣାଳୀ’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ହିରଣ୍ୟ କୁମାର ବାରିକ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି […]
ପଟ୍ଟାମୁଣ୍ଡାଇ ୫/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଓଉପଦା ଠାରେ ନୀଳାଚଳ ସାରସ୍ୱତ ସଂଘର ୫୬ତମ ବାର୍ଷିକ ସମ୍ମିଳନୀ ଓ ଭକ୍ତ ସମାବେଶ ଅନୁଷ୍ଠିତ ହୋଇଯାଇଛି I ପୁରୀ ନୀଳାଚଳ ସାରସ୍ୱତ ସଂଘ ପ୍ରତିନିଧି ଶରତ ସିଂହଦେଓ ଠାକୁର ନିଗମାନନ୍ଦ ସରସ୍ବତୀଙ୍କ ପାଦପଦ୍ମ ରେ ନୈବେଦ୍ୟ ଅର୍ପଣ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଓଉପଦା ଆଶ୍ରମ ପରିଚାଳକ ମୁରଲୀଧର ଜେନାଙ୍କ ପୌରହିତ୍ୟ ରେ ଆୟୋଜିତ ସମ୍ମିଳନୀରେ ପ୍ରାକ୍ତନ ପ୍ରଶାସକ ଡ଼ […]
ପଟ୍ଟାମୁଣ୍ଡାଇ ୫/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଗୋଟିଏ ପୌରପରିଷଦ ଓ ୩୧ ପଂଚାୟତରେ ପାଖାପାଖି ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିଲାବେଳେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଜୀବନଜୀବିକା ନିର୍ବାହ କରିଥାନ୍ତି। କୃଷି ଉତ୍ପାଦିତ ଦ୍ରବ୍ୟକୁ ବ୍ରିକିକରି ନିଜର ଆର୍ôଥିକ ମାନଦଣ୍ଡ ସୁଦୃଢ଼ କରିବାରେ ଏହି ଅଂଚଳ କୃଷକ ସିଦ୍ଧ ହସ୍ତ ବୋଲି ସରକାରୀଭାବେ ରେକର୍ଡ ରହିଛି। ହେଲେ ଯେଉଁମାନେ କୃଷି ଉପରେ […]
ପଟ୍ଟାମୁଣ୍ଡାଇ ୫/୧୨ -ରାଜ୍ୟ ସରକାରଙ୍କ ନିୟମାନୁସାରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଗୋଟିଏ ସ୍ଥାନରେ ମାତ୍ରାଧିକ ୩ବର୍ଷ କାର୍ଯ୍ୟ କରିପାରିବେ । ୩ବର୍ଷ ପରେ ତାଙ୍କର ଅନ୍ୟ ସ୍ଥାନକୁ ବଦଳି ହୋଇଥାଏ । ଫଳରେ ସରକାରୀ ଦପ୍ତରରେ ଦୁର୍ନୀତି କମିବା ଠାରୁ ପରିଚାଳନା କାର୍ଯ୍ୟ ସନ୍ତୁଳନ ରୁଏ। ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏଥିରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଇଛି । ଗତ କିଛିଦିନ ତଳେ […]
ପଟ୍ଟାମୁଣ୍ଡାଇ ୫/୧୨ଅନ୍ତର୍ନିବେଶୀ ଶିକ୍ଷା କେନ୍ଦ୍ରର ଆୟୋଜିତ ବିଶ୍ବ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ କଷଣଅଣ୍ଟା ହାଇସ୍କୁଲ ଠାରେ ମହାସମାରୋହ ରେ ପାଳିତ ହୋଇଯାଇଅଛି। ପଟ୍ଟାମୁଣ୍ଡାଇ ପୈାରାଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସି ଆର ସି ସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କବି ସଚ୍ଚିତ୍ର କୁମାର ବେହୁରା ମୁଖ୍ୟବକ୍ତା ଓ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ […]
କେନ୍ଦ୍ରାପଡ଼ା, ୫ା୧୨: ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ତିନିମୁହାଣୀ ସ୍ଥିତ ରାମ ମନ୍ଦିର ପରିସରରୁ ବ୍ରହ୍ମଚାରୀ ବିଶ୍ୱଚୈତନ୍ୟ ମହାରାଜ୍ଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏକ ବିଶାଳ ସମାବେଶ ଏବଂ ରାଲି ବାହାରି ସହର ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ କନ୍ତିଆ ମଠାଧୀସ ସିଦ୍ଧାର୍ଥ ଶଙ୍କର ଦାସ ମହାରାଜ, ଇସକନ୍ ମଠର ମଠାଧୀସ ବାବାଜୀ ହରେକୃଷ୍ଣ […]
କେନ୍ଦ୍ରାପଡା,୫ା୧୨: ସହରସ୍ଥ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଶିଶୁବାଟିକା ବିଭାଗର ବାର୍ଷିକ କ୍ରୀଡା ତିନିଦିନଧରି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀର ୧୨୮ଜଣ ଶିଶୁ ଭାଗ ନେଇଥିଲେ । ଚଳିତ ମାସ ୨ତାରିଖକୁ ସୋମବାର ଦିନ ଉଦ୍ଘାଟନ ଉତ୍ସବରେ ବିଦ୍ୟାଳୟର ସମ୍ପାଦକ ହିମାଂଶୁ ଶେଖର ଦାଶଙ୍କ କରକମଳରେ କ୍ରୀଡା ଆରମ୍ଭ ହୋଇଥିଲା । ତାଙ୍କର ମନ୍ତବ୍ୟ ଥିଲା ଶରୀର ସୁସ୍ଥ […]
କେନ୍ଦ୍ରାପଡା, ୪ା୧୨: ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ସମଗ୍ର ଏସିଆ ମହାଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ପୁନର୍ବାସ କୈନ୍ଦ୍ରିକ ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ପୁନର୍ବାସ ଓ ପ୍ରଶିକ୍ଷଣ କେନ୍ଦ୍ରରେ କଥାକାର ତଥା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବିରଜା ରାଉତରାୟଙ୍କ ଦ୍ୱାରା ସମ୍ପାଦିତ ଭିନ୍ନ ସ୍ୱାଦର ଗଳ୍ପ ସଂକଳନ “ସବୁ ମୋଡରେ ଜୀବନ’ ପାଠକାର୍ପିତ ହୋଇଛି। ଉକ୍ତ ଦିବସରେ ଅନୁଷ୍ଠିତ ସଭାରେ ରାଜ୍ୟର ଇସ୍ପାତ, ଖଣି ଓ ପରିବହନ […]
କେନ୍ଦ୍ରାପଡ଼ା,୪ା୧୨: ସୁଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟର ଅଧୀନସ୍ଥ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ୩ ଦିନଧରି ଚାଲିଥିବା ଡେରାବିଶ ବ୍ଲକସ୍ତରୀୟ “ବର୍ଣ୍ଣାଳୀ” ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରକୁ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀକାନ୍ତ ବେହେରା ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ଜେନା, ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଦେବଦତ୍ତ ଶତପଥୀ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ସଚ୍ଚିକାନ୍ତ […]
ଭୁବନେଶ୍ୱର ୩/୧୨-ପେଟ ପୋଷିବା ପାଇଁ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରସଙ୍ଗରେ ମଙ୍ଗଳବାର ବିଧାନସଭା ଗୃହରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଅ ପକ୍ଷରୁ ସୂଚନା ଆସିଛି । ଗୃହରେ ଦାଦନ ଝଡ଼: ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ କରିଥିଲେ ରାଜ୍ୟରେ କେତେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଉତ୍ତରରେ ଶ୍ରମମନ୍ତ୍ରୀ ଗଣେଷ […]
କେନ୍ଦ୍ରାପଡା,୩ା୧୨: ସନ୍ଧ୍ୟାରେ କୋରୋସ୍ଥିତ ପାବନ କ୍ଷେତ୍ରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବ ଦୀପାବଳି ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା ସମିତିର ସଂପାଦକ ସୀତାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାବଗ୍ରାହୀ କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଯୋଗଦେଇ ଦେବ ଦୀପାବଳିର ତାତ୍ପର୍ଯ୍ୟ ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ […]
ପଟ୍ଟାମୁଣ୍ଡାଇ ୩/୧୨ -ପଟ୍ଟାମୁଣ୍ଡାଇ କଲେଜରେ ୟୁଥ ରେଡକ୍ରସ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପି ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁ ଉଦଘାଟନ କରିଥିଲେ । ଏଥିରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ମୁଖ୍ୟଅତିଥି,ୱାଇଆରସି ସଂଯୋଜକ ରତ୍ନାକର ସେଠୀ, ଆବାହକ ବିକାଶ ନାୟକ ଓ କାଉନସେଲର ଅଧ୍ୟାପକ ସରୋଜ […]
କେନ୍ଦ୍ରାପଡ଼ା,୩ା୧୨: କେନ୍ଦ୍ରାପଡାରେ ଏକ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପୈାରସଂସ୍ଥା ଟାଉନ ହଲ ପରିସରରେ ଖୁବ ଧୁମଧାମ ସହ ପାଳନ ହୋଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ସକାଳ ୯ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ସଚେତନତା ରଥ ଓ ପଦଯାତ୍ରା ବାହାରି ସହର ପରିକ୍ରମା କରି ପୈାରସଂସ୍ଥା ଟାଉନ ହଲରେ ପହଞ୍ଚିଥିଲା । କେନ୍ଦ୍ରପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) […]
କେନ୍ଦ୍ରାପଡ଼ା,୩ା୧୨: ଆଜିକୁ ଶହେ ବର୍ଷ ପୂର୍ବେ ଯେତେବେଳେ ଦେଶରେ ମହିଳାମାନେ ଘର କୋଣରୁ ବାହାରକୁ ଆସିବା କଳ୍ପନାତୀତ ଥିଲା ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ୧୯୨୧ ମସିହାରେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ରମାଦେବୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଲେ। ପରବର୍ତ୍ତୀ ସମୟରେ ତାଙ୍କ ଉଦ୍ୟମରେ ହଜାର ହଜାର ମହିଳାଙ୍କୁ ଆନ୍ଦୋଳନ ମଧ୍ୟକୁ ଆକର୍ଷିତ କରି ଆଣିପାରିଥିଲେ। ଏଥିପାଇଁ ତାଙ୍କୁ ଦେଶରେ ମହିଳା ସଶକ୍ତିକରଣର ଅଗ୍ରଧାବିକା ବୋଲି ମା’ […]
କେନ୍ଦ୍ରାପଡ଼ା,୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ପିଙ୍ଗଳ ଶିବାନନ୍ଦ ସେବାଶ୍ରମରେ ଶ୍ରୀମଦ୍ ଭାଗବତ ସପ୍ତାହ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଭାଗବତ ସପ୍ତାହର ପ୍ରତିଦିନ ଭାଗବତ ପାଠ ସହ ସନ୍ଧ୍ୟାରେ କୋରୋ, ତନାର, ପାଳକଣା ଏବଂ ତନାର ମଠର କୀର୍ତ୍ତନ ମଣ୍ଡଳୀମାନେ କୀର୍ତ୍ତନ ପରିବେଷଣ କରିଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ସତସଙ୍ଗ କାର୍ଯ୍ୟକ୍ରମ ସହ ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ […]
କେନ୍ଦ୍ରାପଡା,୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ଆୟୁଷ୍ନାନ ଆରୋଗ୍ୟ ମନ୍ଦିରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବାରୋ ଗ୍ରାମ ପଞ୍ଚାୟତ ସମେତ ପଡୋଶୀ ପଞ୍ଚାୟତରୁ ଆସିଥିବା ଶତାଧିକ ପୁରୁଷ ଓ ମହିଳାମାନେ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଡାକ୍ତରଙ୍କ ସହିତ ପରାମର୍ଶ କରି ମାଗଣାରେ ଓ÷ଷଧ ନେବା ସହିତ ଉପଲବ୍ଧ ନିଦାନ ସୁବିଧାର ସୁଯୋଗ ନେଇଥିଲେ । ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ସ୍ୱାସ୍ଥ୍ୟ […]
ପଟ୍ଟାମୁଣ୍ଡାଇ ୩/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସକୁ ବଡ ସଫଳତା ମିଳିଛି । ଗତ ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ଚୋରି ହୋଇଥିବା ହୁଣ୍ଡାଇ କାରକୁ ଭୁବନେଶ୍ୱର କଟକ ରାସ୍ତାର ଏକ ଗ୍ୟାରେଜରୁ ଜବତ କରିବା ସହିତ ୨ ଜଣ ଲୁଟେରାକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏନେଇ ଏସଡ଼ିପିଓ କ୍ଷମାସାଗର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଦର୍ଶ ଥାନା ପରିସରରେ ଆହୁତ ଖବରଦାତା ସମ୍ମିଳନୀ ଅତିରିକ୍ତ ଏସପି ଦେବାଶିଷ […]