ଶିବାନନ୍ଦ ଆଶ୍ରମରେ ଭାଗବତ ସପ୍ତାହ ଉଦଯାପିତ



କେନ୍ଦ୍ରାପଡ଼ା,୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ପିଙ୍ଗଳ ଶିବାନନ୍ଦ ସେବାଶ୍ରମରେ ଶ୍ରୀମଦ୍ ଭାଗବତ ସପ୍ତାହ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଭାଗବତ ସପ୍ତାହର ପ୍ରତିଦିନ ଭାଗବତ ପାଠ ସହ ସନ୍ଧ୍ୟାରେ କୋରୋ, ତନାର, ପାଳକଣା ଏବଂ ତନାର ମଠର କୀର୍ତ୍ତନ ମଣ୍ଡଳୀମାନେ କୀର୍ତ୍ତନ ପରିବେଷଣ କରିଥିଲେ। ପ୍ରତ୍ୟେହ ସନ୍ଧ୍ୟାରେ ସତସଙ୍ଗ କାର୍ଯ୍ୟକ୍ରମ ସହ ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମଚାରୀ ନୃସିଂହ ଦାସ, ଭକ୍ତ ଶ୍ରୀଧର ରାଉତ, ଶ୍ରୀବତ୍ସ ନାୟକ ଓ ଟିକି ଧଳ ପ୍ରମୁଖ ପରିଚାଳନା କରିଥିଲେ।ଏଥିରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ।