ଡକ୍ଟରେଟ୍ ଉପାଧି ପାଇଲେ ତ୍ରିଲୋଚନ ବରାଳ



କେନ୍ଦ୍ରାପଡା,୬ା୧: କେନ୍ଦ୍ରାପଡା ଜିଲ୍ଲା ଆୟବା ଗ୍ରାମର ସ୍ୱର୍ଗତ ପୁରୁଷୋତ୍ତମ ବରାଳ ଓ ପଦ୍ମାବତୀ ବରାଳଙ୍କ ସୁପୁତ୍ର ତ୍ରିଲୋଚନ ବରାଳଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୩୧ ତାରିଖରେ ପୁରୀ ଟାଉନହଲଠାରେ ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ସମାଜସେବା କ୍ଷେତ୍ରରେ ତିଲୋଚନ ବରାଳଙ୍କୁ ଡକ୍ଟରେଟ୍ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଛି । ଡକ୍ଟର ତ୍ରିଲୋଚନ ବରାଳ ନାମରେ ନାମିତ କରାଗଲା । ସେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱରରେ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।


Next Post

ନବାଙ୍କ ବେଢା ଭଜନ ଓ ନୃତ୍ୟ ସମାରୋହ ପ୍ରସ୍ତୁତି

Mon Jan 6 , 2025
କେନ୍ଦ୍ରାପଡା,୬ା୧: ଶ୍ରୀଜଗନ୍ନାଥଙ୍କ ଅନନ୍ୟ ସଂସ୍କୃତି ଓ ପରମ୍ପରା ଅନୁସାରେ ମକର ସଂକ୍ରାନ୍ତିର ପୂର୍ବ ଦିବସକୁ ନବାଙ୍କ ବେଢା କୁହାଯାଏ । ଏହି ଦିନ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ନବାଙ୍କ ବେଢା ଉତ୍ସବ ଯଥାବିଧି ପାଳନ କରାଯାଏ । ଏହି ଦିନ ମହାଲକ୍ଷ୍ମୀ ବାପଘର ବରୁଣାଳୟରେ ଏକ ମାସ ଅବସ୍ଥାନ କରି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ଏବଂ ସାଥିରେ ମହାପ୍ରଭୁଙ୍କ ମଣୋହି ପାଇଁ ଚୌରାଶୀ ବ୍ୟଞ୍ଜନ ନେଇ ଆସିଥାନ୍ତି […]

You May Like