
ପଟ୍ଟାମୁଣ୍ଡାଇ ୮/୧- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ନୂତନ ଅତିରିକ୍ତ ଜିଲ୍ଲା କୋର୍ଟ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚନୟାଲୟର ମାନ୍ୟବର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ, ମାନ୍ୟବର ବିଚାରପତି ଏସ. କେ. ପାଣିଗ୍ରାହୀ ଭର୍ଚୁଆର ମୋଡରେ ଏହି ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟକୁ ଉଦଘାଟନ କରିଥିଲେ। ଜନସାଧାରଣଙ୍କ ଦ୍ୱାରା ଦେଶରେ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦଘାଟନ କରାଯାଇଥିବା ମୁଖ୍ୟ ବିଚାରପତି ଉଦଘାଟନ ଅବସରରେ ପ୍ରକାଶ କରିଥିଲେ।

କେନ୍ଦ୍ରାପଡା ଜିଲ୍ଲା ଜଜ୍ ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କ କୋର୍ଟ ଉଦଘାଟନ ଅବସରରେ ଯୋଗ ଦେଇ ପଟ୍ଟାମୁଣ୍ଡାଇରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲିବାର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇକହିଥିଲେ ସମସ୍ତ ନ୍ୟାୟିକ ବ୍ୟବସ୍ଥା ସୁରୁଖୁରୁରେ ଚାଲିବା ପାଇଁ ଉଭୟ ବେଞ୍ଚ ଓ ବାର ମଧ୍ୟ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ଏହାଛଡା ସମସ୍ତ ଆଇନୀଜୀବି ନିଷ୍ଠାପର ଭାବରେ କର୍ତବ୍ୟ ସମ୍ପାଦନ କଲେ ତୁରନ୍ତ ମାମଲା ଗୁଡିକ ଫଇସଲା ହୋଇ ସାଧାରଣ ଲୋକମାନେ ତ୍ୱରିତ ନ୍ୟାୟ ପାଇପାରିବେ ବୋଲି ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥଲେ । ଉଦଘାଟନୀ ଅବସରରେ ଜିଲ୍ଲା ରେଜିଷ୍ଟାର ରମାଦେବୀ ସୋରେନ, ସବ ଜଜ୍ ସୁଶ୍ରୀ ସଂଗୀତା ମଲ୍ଲିକ, ଜେ ଏମ ଏଫ ସି ବିଦୂତ ଲତା ପ୍ରଧାନ ଓ ଡ଼ିକେ ବାଲକିଷ୍ଣା ଯୋଗ ଦେଇଥିଲେ। ଏହି ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, କେନ୍ଦ୍ରାପଡ଼ା ଏସ ପି ସିଦ୍ଧାର୍ଥ କଟାରିଆ, ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ବିଡ଼ିଓ ଶୁଭ୍ରାଂଶୁ ସାହୁ, ରାଜନଗର ଡ଼ିଏଫଓ ସୁଦର୍ଶନ ଗୋପିନାଥ ଯାଦବ, ଆଇଆଇସି ସୁଶାନ୍ତ ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଓକିଲ ସଂଘ ସଭାପତି ତପନ ମିଶ୍ର, ସଂପାଦକ ରବୀନ୍ଦ୍ର ଦାଶ, ଉପସଭାପତି ସୁରେଶ ନରେନ୍ଦ୍ର, କୋଷାଧ୍ୟକ୍ଷ ଧୀରେନ୍ଦ୍ରନାଥ ସାହୁଙ୍କ ସମେତ ବରିଷ୍ଠ ଆଇନଜିବୀ କିଶୋର କୁଣ୍ଡ, ଭୀମସେନ ପ୍ରଧାନ,ପ୍ରଭାତ ବେରା ଭୀମସେନ ପରିଡା, ତପନ ନନ୍ଦି,ପ୍ରମୋଦ ସାହୁ, ଭବାନୀଶଙ୍କର ପଣ୍ଡା, ଲକ୍ଷ୍ମଣ ରାଉତ, ସୌମ୍ୟରଞନ ଧଳ, ଶୁଶିଳ ଦାଶ, ସୁବ୍ରତ ରଥ, ବିଦ୍ୟାଧର ଦାଶ, ବିଦ୍ୟାଭୁଷଣ ଦାଶ, ମନୋଜ ନାୟକ, ଗୋପୀନାଥ ତ୍ରିପାଠୀ, ରାଜେନ୍ଦ୍ର ମିଶ୍ର, ସରତ ମଲିକ, ପ୍ରକାଶ ପାତ୍ର ସମେତ ପଟ୍ଟାମୁଣ୍ଡାଇ, ରାଜନଗର ଓ ଆଳି ଓକିଲ ସଂଘର ବହୁ ଆଇନଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ଠାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟନ ହୋଇଥିବାରୁ ପଟ୍ଟାମୁଣ୍ଡାଇ ଓକିଲ ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଛି।










