ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କ ୨୯ତମ ପ୍ରତିଷ୍ଠା ଦିବସ



ପଟ୍ଟାମୁଣ୍ଡାଇ ୮/୧ ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କ ଶାଖା ନିର୍ଦ୍ଦେଶକ ଅମୂଲ୍ୟ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ମୁଖ୍ୟଅତିଥି, ଜେନେରାଲ ମ୍ୟାନେଜର ( ଅପରେସନ) ସୁରେଶ ଚନ୍ଦ୍ର ପରିଡା ମୁଖ୍ୟବକ୍ତା,ଆଳି ଶାଖା ନିର୍ଦ୍ଧେଶକ କଳ୍ପତରୁ ମହାପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ ଶାଖା ଉତ୍ତମ ଗ୍ରାହକ ସେବା ଯୋଗାଇ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କର ସମକକ୍ଷ ହୋଇପାରିବ ସେ ସମ୍ପର୍କରେ ଉପସ୍ଥିତ ଗ୍ରାହକ ମାନଙ୍କୁ ସୂଚନା ଦେଇଥିଲେ। ଶାଖା ନିର୍ଦ୍ଧେଶକ ଶ୍ରୀପ୍ରଧାନ ଅର୍ବାନ ବ୍ୟାଙ୍କର ପ୍ରତିଷ୍ଠାତା ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କର ଅବଦାନ,ଓ ବର୍ତ୍ତମାନର ସଭାପତି ଗୁରୁ ପ୍ରସନ୍ନ ମହାନ୍ତି ବ୍ୟାଙ୍କକୁ ଆଗେଇ ନେବାର ଭୂମିକା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ବ୍ୟାଙ୍କ ଗ୍ରାହକ ମଳୟ ଦାସ ସଞ୍ଜିବ କର, ନୃସିଂହ ପ୍ରସାଦ ଚୌଧୁରୀ, ସତ୍ୟପ୍ରିୟ ସାମଲ, ଶାରଦା ପ୍ରସାଦ ଜେନା ପ୍ରମୁଖ ତାଙ୍କ ବକ୍ତବ୍ୟରେ ବ୍ୟାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଉତ୍ସବରେ ବ୍ୟାଙ୍କର କ୍ଷେତ୍ର ପରିଚାଳକ ଦିଲ୍ଲୀପ କୁମାରରାଉତ, ସହକାରୀ ପରିଚାଳକ ବିଶ୍ୱ ପ୍ରକାଶ ନାୟକ,ସୁଶାନ୍ତ କୁମାର ପ୍ରଧାନ, କାର୍ତ୍ତିକେଶ୍ୱର ବେହେରା,ସନ୍ତୋଷ କୁମାର ରାଉତ, ହୃଷିକେଶ ମଲ୍ଲିକ,ଅମର ସ୍ୱାଇଁ,ବସନ୍ତ ମଲ୍ଲିକ, ରମେଶ ଗୋଛାୟତ, ଭାଗ୍ୟବନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।ଶେଷରେ ଶାଖା ପରିଚାଳକ ଅଜିତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading