ନୂତନ ଅତିରିକ୍ତ ଜିଲ୍ଲାଜଜ ବିଦ୍ୟାଧର ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା



ପଟ୍ଟାମୁଣ୍ଡାଇ ତା ୯/୧-ପଟ୍ଟାମୁଣ୍ଡାଇ ଏ ଡି ଜେ କୋର୍ଟର ନୂତନ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କୁ ଓକିଲ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ଏହି ଉପଲକ୍ଷେ ଓକିଲ ସଂଘ ସଭାପତି ତପନ କୁମାର ମିଶ୍ର ଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପଟ୍ଟାମୁଣ୍ଡାଇ ସବଜଜ ସୁଶ୍ରୀ ସଂଗୀତା ମଲ୍ଲିକ, ଜେ ଏମ ଏଫ ସି ବିଦ୍ୟୁତଲତା ପ୍ରଧାନ ଓ ଡ଼ି କେ ବାଲକିଷ୍ଣା, ଓକିଲ ସଂଘ ସମ୍ପାଦକ ରବୀନ୍ଦ୍ର ଦାଶ, ଓକିଲ ସଂଘ ପୂର୍ବତନ ସଭାପତି ଭୀମସେନ ପ୍ରଧାନ ବରିଷ୍ଠ ଆଇନଜୀବି କିଶୋର କୁଣ୍ଡ, ଓକିଲ ସଂଘ ଉପସଭାପତି ସୁରେଶ କୁମାର ନରେନ୍ଦ୍ର, ଯୁଗ୍ମ ସମ୍ପାଦକ ମନୋଜ କୁମାର ନାୟକ, କୋଷାଧକ୍ଷ ଧୀରେନ୍ଦ୍ରନାଥ ସାହୁ, ଆଇନଜୀବି ପ୍ରମୋଦ ସାହୁ,ସୌମ୍ୟ ରଞ୍ଜନ ଧଳ ସୁଶୀଲ ଦାଶ ଅକ୍ଷୟ ସାହୁ ଗୋପୀନାଥ ତ୍ରିପାଠୀ, ପ୍ରତାପ ପୃଷ୍ଟି, ରାମକୃଷ୍ଣ ଦାଶ,ସୁଶାନ୍ତ ସାମଲ, ଅଭିରାମ କୁଣ୍ଡ, ପ୍ରଫୁଲ୍ଲ ଦାଶ, ବିଦ୍ୟାଭୂଷଣ ଦାଶ, ବିଜୟ ରାଉତ, ବିଜ୍ଞାନ ଜେନା, ହୃଦାନନ୍ଦ ମହାନ୍ତି, ପ୍ରଭାତ ବେରା, ପ୍ରଣତି ଦାସ, ଗୀତା ପୃଷ୍ଟି, ରମେଶ ଦାସ, ଚିତ୍ତ ରଞ୍ଜନ ଦାସ, ଜିତେନ୍ଦ୍ର ନନ୍ଦୀ, ଅଶ୍ୱିନୀ ବେହେରା ପ୍ରମୁଖ ଭାଷଣ ଦେଇ ନୂତନ ଅତିରିକ୍ତ ଜିଲ୍ଲା ଜଜଙ୍କୁ ସ୍ୱାଗତ କରିଥିଲେ ।ଏଇ ଅବସରରେ ଓକିଲ ସଂଘ ପକ୍ଷରୁ ନୂତନ ଅତିରିକ୍ତ ଜିଲ୍ଲାଜଜ ବିଦ୍ୟାଧର ପୃଷ୍ଟିଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ଅତିରିକ୍ତ ଜିଲ୍ଲା ଜଜ ପଟ୍ଟାମୁଣ୍ଡାଇ ଆଳି ରାଜନଗର ରାଜକନିକାବାସୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ପ୍ରୟାସ କରିବେ ବୋଲି ସମ୍ବର୍ଦ୍ଧନା ଉତ୍ତରରେ ପ୍ରକାଶ କରିଥିଲେ । ଶେଷରେ ମନୋଜ ନାୟକ ଧନ୍ୟବାଦ ଦେଇଥିଲେ ।


Next Post

ମଦର୍ସ ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

Thu Jan 9 , 2025
କେନ୍ଦ୍ରାପଡ଼ା,୯ା୧: କେନ୍ଦ୍ରାପଡା ସହରସ୍ଥ ମଦର୍ସ ଇଣ୍ଟ ନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ୭ଓ ୮ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସଭାପତି ସୟଦ ଏସଦାନ ଅଲ୍ଲୀ(ଟିଚୁ) କ୍ରୀଡା […]

KANIKA