ଟ୍ରଷ୍ଟ ପକ୍ଷରୁ ଏଲ. ଏନ. ବିଦ୍ୟାପୀଠରେ ମେଧାବୃତ୍ତି ପ୍ରଦାନ



କେନ୍ଦ୍ରାପଡ଼ା,୧୧ା୧ : ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାୟାବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ମହାକାଳପଡାସ୍ଥିତ ଆଶ୍ରମବାଲିକୁଦାର ଲକ୍ଷ୍ମୀନାରାୟଣ ବିଦ୍ୟାପୀଠରେ ଶନିବାର ମେଧାବୃତ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ପ୍ରଭାତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରିବା ସହିତ ସେମାନଙ୍କ ଭବିଷ୍ୟତ କିଭଳି ଭଲ ଭାବରେ ଗଢିପାରିବେ ସେ ସମ୍ପର୍କରେ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ। ଏଥିସହିତ ମୁଖ୍ୟପୃଷ୍ଟପୋଷକ ଡ. ଦାସ କହିଥିଲେ ଯେ ପ୍ରତିବର୍ଷ ଏହି ବିଦ୍ୟାଳୟର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯିବ। ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ବାୟାବାବାଙ୍କ ପ୍ରତିମୂର୍ତ୍ତିରେ ପ୍ରଫେସର ଡ. ଦାସ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଉତ୍ସବରେ ଜିଲ୍ଲା ପ୍ରତିଭାପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ପୁରାତନ ଛାତ୍ର ବିକ୍ରମାଦିତ୍ୟ ସାହୁ, ରାଜେନ୍ଦ୍ର ରାଉତ, ବିଜୟ ବେହେରା, ନିହାରରଞ୍ଜନ ଦାସ, ନାରାୟଣ ବେହେରା, ଅଶୋକ କୁମାର ପାଇଟାଳ ଓ ମହନ୍ତ ଲକ୍ଷ୍ମୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହାବ୍ୟବତିତ ନିକଟସ୍ଥ ବାୟାବାବା ଆଶ୍ରମର ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା।


Next Post

ଡ. ବିରଜା ରାଉତରାୟଙ୍କ ପୁସ୍ତକ ‘ସମ୍ପାଦକର ଚଷମାରେ’ ଲୋକାର୍ପିତ

Sun Jan 12 , 2025
କେନ୍ଦ୍ରାପଡା,୧୨ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ୍‌)ର ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ପୁସ୍ତକ ‘ସମ୍ପାଦକ ଚଷମାରେ’ ଆଜି ମଧ୍ୟାହ୍ନରେ ପୁସ୍ତକ ମେଳା ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ପୁସ୍ତକରେ ବିଗତ ୨୨ବର୍ଷ ଧରି କେମ୍ ଦ୍ୱାରା ପ୍ରକାଶିତ ପୁସ୍ତକମେଳାର ‘କେନ୍ଦ୍ରାପଡା ପରିକ୍ରମା’ର ସମ୍ପାଦକୀୟକୁ ନେଇ ପୁସ୍ତକ ପ୍ରକାଶ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଭାଷା, ସହରୀ ହାଟ, ଲିଭିଂ ଲିଜେଣ୍ଡ୍‌, ଗାଁର କଥା, କେନ୍ଦ୍ରାପଡାର ବିକାଶ ଓ ରାଜନୀତି, […]

KANIKA