ଯୁଗରୂପା ବିଦ୍ୟାଭବନର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୧୫ା୧: ମହାକାଳପଡା ବ୍ଲକ ଅନ୍ତର୍ଗତ ମହାକାଳପଡା ପଞ୍ଚାୟତସ୍ଥିତ ଯୁଗରୂପା ବିଦ୍ୟାଭବନର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟର ପୁରାତନ ଛାତ୍ର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ସତ୍ୟବ୍ରତ ସେନାପତି, ରତ୍ନାକର ରାଉତରାୟଙ୍କ ସମେତ ପ୍ରାକ୍ତନ ଛାତ୍ର ଦୁଷ୍ମନ୍ତ ପାଇକରାୟ, ପୁରାତନ ଛାତ୍ର ତଥା ମହାକାଳପଡା ବିକାଶ ମଞ୍ଚ ସଭାପତି କାଶୀନାଥ ରାଉତରାୟ, ମୀନକେତନ ସେଠୀ, ରଞ୍ଜନ କୁମାର ପ୍ରଧାନ, ସୁରେଶ ଜେନା, ହରିଶ୍ଚନ୍ଦ୍ର ସାହାଣୀ, ସଞ୍ଜୟ ଜେନା, ନୃସିଂହ ଚରଣ ମହାପାତ୍ର, ଦିଲ୍ଲିପ କୁମାର ମଲ୍ଲ, ସଚ୍ଚିଦାନନ୍ଦ ବିଶ୍ୱାଳ, ପ୍ରମୋଦ ବେହୁରା, ଅଶୋକ କୁମାର ପ୍ରଧାନ, ଶ୍ରୀମନ୍ତ କୁମାର ଜେନା, ରବିନ୍ଦ୍ରନାଥ ବଳବନ୍ତରାୟ, ରବିନ୍ଦ୍ର ପ୍ରଧାନ, ନିରୋଦ ବେହେରା, ବିପିନ ଚନ୍ଦ୍ର ପ୍ରଧାନ, ଉମେଶ ଚନ୍ଦ୍ର ବାହାଲିଆ, ପବିତ୍ର ମୋହନ ସାହୁ, ବାବାଜି ଚରଣ ମଲ୍ଲ, ନାରାୟଣ ବିଶ୍ୱାଳ ପ୍ରମୁଖ ଭାଗନେଇ ସୁବର୍ଣ୍ଣ ଜୟନ୍ତୀକୁ ସରସ ସୁନ୍ଦର କରିବା ପାଇଁ ସୁଚିଶ୍ଚିତ ମତାମତ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଛାତ୍ର ସଂସଦର ସମ୍ପାଦକ ଭାସ୍କର ଚନ୍ଦ୍ର ସାମଲ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ଆସନ୍ତା ମାର୍ଚ୍ଚ ମାସର ଶେଷ ସପ୍ତାହରେ ତିନି ଦିନଧରି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ସହ ବିଦ୍ୟାଳୟର ଐତିହ୍ୟ ଓ ସ୍ମୃତିର ଘଟଣା ଗୁଡିକୁ ନେଇ ଏକ ସ୍ମରଣିକା “ଯୁଗରୂପା” ପ୍ରକାଶନ କରିବା ପାଇଁ ସ୍ଥିର କରାଗଲା । ଶିକ୍ଷା, ସାହିତ୍ୟ ଓ ଅଞ୍ଚଳର ସଂସ୍କୃତି ସହ ବିଦ୍ୟାଳୟର ପୁରୁଣା ଦିନର ଅନୁଭୂତି ଆଧାରିତ ଲେଖା ଫେବୃଆରୀ ୧୦ ତାରିଖ ସୁଦ୍ଧା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ଦାସ, ପ୍ରାକ୍ତନ ଛାତ୍ର କାଶୀନାଥ ରାଉତରାୟ ଓ ଭାସ୍କର ଚନ୍ଦ୍ର ସାମଲଙ୍କ ନିକଟକୁ ସେମାନଙ୍କ ହ୍ୱାଟ୍‌ସଆପ୍ ମାଧ୍ୟମରେ ପଠାଇବାକୁ ସ୍ଥିର କରାଗଲା । ଶେଷରେ ବିପିନ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ବୟୋଜ୍ୟୋଷ୍ଠ ବ୍ୟକ୍ତି ସମାଜର ମାର୍ଗ ଦର୍ଶକ

Wed Jan 15 , 2025
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେ ବାପା ଓ ଜେଜେ ମା’ ସମ୍ମିଳନୀ ପଟ୍ଟାମୁଣ୍ଡାଇ ୧୫/୧- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ ମୂଳବସନ୍ତ ପଂଚାୟତର ସାନ ମୂଳବସନ୍ତ ଠାରେ ଜେଜେ ବାପା ଜେଜେ ମା’ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା ସମିତି ସମ୍ପାଦକ ସଂଗ୍ରାମ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଜେଜେବାପା ଓ ଜେଜେମା’ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରିଣୀ ପ୍ରେମବାଳା ମହାପାତ୍ର ମୁଖ୍ୟଅତିଥି ଭାବେ […]

KANIKA