ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବାଳିକା ଆତ୍ମସୁରକ୍ଷା ଶିବିର



ପଟ୍ଟାମୁଣ୍ଡାଇ ୧୭/୧-ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଧନ୍ଦାମୂଳକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ୮ଦିନ ଧରି ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଶିବିରରେ ପଟ୍ଟାମୁଣ୍ଡାଇ କଲେଜ ଆଡ଼ମିନଷ୍ଟେଟିଭ ବର୍ଷର ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ, ଏନସିସି ଅଫିସର ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ, ମହିଳା ଏନସିସି ଅଫିସର ଅଧ୍ୟାପିକା ଆରଏନ ମଧୁସ୍ମିତା ପରିଡା ଯୋଗ ଦେଇ ବାଳିକା ଆତ୍ମସୁରକ୍ଷାର ଆବଶ୍ୟକତା, ଗୁରୁତ୍ୱ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରଶିକ୍ଷଣ ଶିବିର ସଂଯୋଜିକା ଅଧ୍ୟାପିକା ସୀମାଙ୍ଗିନୀ ଦାସ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସହସଂଯୋଜିକା ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।ଏହି ଶିବିରରେ ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଯୋଗ ଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜ ପଦାର୍ଥବିଜ୍ଞାନ ରାଜ୍ୟ ଆଲୋଚନାଚକ୍ର

Fri Jan 17 , 2025
ପଟ୍ଟାମୁଣ୍ଡାଇ ୧୭/୧-ପଟ୍ଟାମୁଣ୍ଡାଇ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ଓ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଇର୍ମର୍ଜିଙ୍ଗ ଟ୍ରେଣ୍ଡସ ଇନ ହାଇ ଏନେର୍ଜି ଫିଜକସ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ମଧ୍ୟପ୍ରଦେଶ ଇନ୍ଦୋର ଆଇ ଆଇ ଟିର ଫିଜିକ୍ସ ପ୍ରଫେସର ରଘୁନାଥ ସାହୁ, ଇଟାଲୀ ଆଇ ଏନ ଏଫ ଏନ […]

KANIKA

Subscribe