
ପଟ୍ଟାମୁଣ୍ଡାଇ ୧୭/୧-ପଟ୍ଟାମୁଣ୍ଡାଇ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ଓ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଇର୍ମର୍ଜିଙ୍ଗ ଟ୍ରେଣ୍ଡସ ଇନ ହାଇ ଏନେର୍ଜି ଫିଜକସ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ମଧ୍ୟପ୍ରଦେଶ ଇନ୍ଦୋର ଆଇ ଆଇ ଟିର ଫିଜିକ୍ସ ପ୍ରଫେସର ରଘୁନାଥ ସାହୁ, ଇଟାଲୀ ଆଇ ଏନ ଏଫ ଏନ ବୋଲୋଗ୍ନା ସହକାରୀ ପ୍ରଫେସର ଡ଼ ଅରବିନ୍ଦ ଖୁଂଟିଆ ଯୋଗ ଦେଇ ବିଷୟଭିତିକ ଆଲୋଚନା କରିଥିଲେ । ଜଗତସିଂହପୁର ଏସଭିଏମ କଲେଜ ପୂର୍ବତନ ଅଧକ୍ଷ ପ୍ରଫେସର ଅନନ୍ତରାମ ପଣ୍ଡା ଆଲୋଚନାରେ ଭାଗ ନେଇ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ପଦାର୍ଥ ବିଜ୍ଞାନ ମୁଖ୍ୟ ଡ଼ ରମେଶ କୁମାର ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ପଦାର୍ଥବିଜ୍ଞାନ ପ୍ରାଧ୍ୟାପକ ବିଶ୍ୱରଞ୍ଜନ ପୁହାଣ ଭିତିପ୍ରବନ୍ଧ ପାଠ କରିଥିଲେ । ଏହି ଆଲୋଚନାଚକ୍ରରେ ପ୍ରାଧ୍ୟାପକ ରାମ ଚନ୍ଦ୍ର ପାତ୍ର,ଡ଼ ଅଟଳ ବିହାରୀ ପଣ୍ଡା,ପ୍ରଭାତ ରଞ୍ଜନ ଲେଙ୍କା, ଦୀପକ ସିଂହ, ଶାନ୍ତନୁ ଲେଙ୍କା, ମନୋରଞ୍ଜନ ସେଠୀ, ଆବେଦିନ ଖାଁ, ଜ୍ୟୋତିପୁଷ୍ପା ବେହୁରା,ଅବିନାଶ ପାତ୍ର, ଚିତରଞ୍ଜନ ସ୍ୱାଇଁ, ବିଷ୍ଣୁପଦ ରାୟ, ଦୋଳଗୋବିନ୍ଦ ଚୌଧୁରୀ, ମୋନାଲିସା ଖଟୁଆ, ରାକେଶ ପ୍ରଧାନ,ନିମାଇ ପତି, ପ୍ରତାପ ଜେନା ପ୍ରମୁଖ ଓଡିଶାର ବିଭିନ୍ନ କଲେଜ ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ପ୍ରାଧ୍ୟାପକ ଡ଼ ବୈକୁଣ୍ଠ ରାଉଳ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଅମିତ ସାହୁ, ଡେମନଷ୍ଟ୍ରେଟର ସତ୍ୟବ୍ରତ ବିଶ୍ୱାଳ, ଅଭିମନ୍ୟୁ ମହାନ୍ତି, ପଣ୍ଡୁ ଜେନା ଚନ୍ଦ୍ରମଣୀ ଜେନା ପ୍ରମୁଖ ପରିଚାଳନା କରିଥିଲେ ।











