ଗୌର ମହାପାତ୍ର ନିଖିଳ ଓଡିଶା ଆଇନଜୀବୀ ସଂଘ ଉପସଭାପତି



କେନ୍ଦ୍ରାପଡ଼ା,୧୮ା୧: କେନ୍ଦ୍ରାପଡା ଜିଲ୍ଲାର ଆଇନଜୀବୀ ଗୌର ପ୍ରସାଦ ମହାପାତ୍ର ନିଖିଳ ଓଡିଶା ଆଇନଜୀବୀ ସଂଘର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭଞ୍ଜନଗରଠାରେ ୫୩ତମ ନିଖିଳ ଓଡିଶା ଆଇନଜୀବୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନରେ ଆଗାମୀ ଦୁଇବର୍ଷ ପାଇଁ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡାର ପୁଅ ତଥା କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ସଦସ୍ୟ ଗୌରପ୍ରସାଦ ମହାପାତ୍ରଙ୍କୁ ନିଖିଳ ଓଡିଶା ଆଇନଜୀବୀ ସଂଘର ଉପସଭାପତି ଭାବେ ନିର୍ବାଚିତ କରାଯାଇଥିଲା। ଶ୍ରୀ ମହାପାତ୍ର ୪୮ବର୍ଷ ଧରି କେନ୍ଦ୍ରାପଡା କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରି ପ୍ରତିଷ୍ଠା ଲାଭ କରିଛନ୍ତି । ରାଜ୍ୟସଂଘରେ ତାଙ୍କୁ ଉପସଭାପତି ଭାବେ ନିର୍ବାଚିତ କରାଯାଇଥିବାରୁ ଜିଲ୍ଲା ଆଇନଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।


Discover more from

Subscribe now to keep reading and get access to the full archive.

Continue reading